ଫିଲ୍ମ

ମାଧୁରୀଙ୍କୁ ବାହା ହେବାକୁ ସୁରେଶ ଓ୍ୱାଡେକର ନା’ ଏହା ଶୁଣି ଡେଇଁଥିଲେ ଧକଧକ୍ ଗର୍ଲ

Madhuri-Dixit-Suresh-Wadkar

୮୦ ଓ ୯୦ ଦଶକରେ ସବୁଠୁ ଫେମସ୍ ଆକ୍ଟ୍ରେସ ଭାବରେ ଭାରି କ୍ରେଜ ଥିଲା ମାଧୁରୀ ଦୀକ୍ଷିତଙ୍କର। ମାଧୁରୀଙ୍କ ଡ୍ୟାନ୍ସ ଓ ଆକ୍ଟିଂର ଆଜି ବି ଫ୍ୟାନମାନେ ଦିଓ୍ୱାନା। ବୟସ ବଢ଼ିଥିଲେ ବି ଚମକ ଏବେ ବି ଭରି ରହିଛି। କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ, ତାଙ୍କ ବାପା-ମାଆ ଚାହୁଁ ନଥିଲେ ଫିଲ୍ମରେ କାମ କରନ୍ତୁ ମାଧୁରୀ। ମାଧୁରୀ କ୍ୟାରିୟରକୁ ନେଇ ସିରିଅସ୍ ଥିବାବେଳେ ବରପାତ୍ର ଯୋଗାଡରେ ବ୍ୟସ୍ତ ରହୁଥିଲେ ତାଙ୍କ ବାପା-ମା’।Madhuri-@Tezabସୁରେଶଙ୍କ ପସନ୍ଦ ନଥିଲେ ମାଧୁରୀ
ବହୁ ଖୋଜାଖୋଜି ପରେ ମାଧୁରୀଙ୍କ ପାଇଁ ଉପଯୁକ୍ତ ବରପାତ୍ର ପାଇଥିଲେ ଘର ଲୋକ। ସେ ଥିଲେ ସୁରେଶ ଓ୍ୱାଡେକର। ସେ ସମୟର ଜଣାଶୁଣା ସିଙ୍ଗର୍। ତାଙ୍କ ଘରକୁ ମାଧୁରୀଙ୍କ ବାପା-ମା ବିବାହ ପ୍ରସ୍ତାବ ପଠାଇଥିଲେ। କିନ୍ତୁ ମନା କରିଥିଲେ ସୁରେଶ ଓ୍ୱାଡେକର। କାରଣ ସୁରେଶ ଓ୍ୱାଡେକର ସେତେବେଳେ ଭାରି ଫେମସ୍ ଥିଲେ, କିନ୍ତୁ କ୍ଲିକ୍ କରିନଥିଲେ ମାଧୁରୀ। ମାଧୁରୀଙ୍କ ସ୍ଲିମ୍ ଚେହେରା ବି କୁଆଡେ ସୁରେଶଙ୍କୁ ପସନ୍ଦ ଆସିନଥିଲା। ସୁରେଶଙ୍କ ସହ ପ୍ରସ୍ତାବ ଭାଙ୍ଗିବା ପରେ ଭାରି ମନ ଦୁଃଖ କରିଥିଲେ ମାଧୁରୀଙ୍କ ବାପା-ମା। ସେମାନେ ସିନା ମନ ଦୁଃଖ କଲେ,କିନ୍ତୁ ଭିତରେ ଭାରି ଖୁସି ହୋଇଥିଲେ ମାଧୁରୀ। କାରଣ ସେତେବେଳେ ବିବାହ କରିବାକୁ ସେ ଚାହୁଁନଥିଲେ।Madhuri-@Laughingବିବାହ ଭାଙ୍ଗିଲା, ବଲିଉଡ୍ ଡିଭା ହେଲେ ମାଧୁରୀ
ବାହାଘର ବନ୍ଦ ହେବାରୁ ବଲିଉଡର ଗ୍ଲାମର କୁଇନ୍ ଟ୍ୟାଗ୍ ମିଳିଲା ମାଧୁରୀଙ୍କୁ। ଆକ୍ଚିଂ ପାଇଁ ଅନୁମତି ଦେଇଦେଲେ ପରିବାର ଲୋକ। ବାସ ତା’ପରଠୁ ମାଡି ଚାଲିଲେ ଧକ୍ ଧକ୍ ଗର୍ଲ। ୧୯୮୪ରେ ଫିଲ୍ମ ‘ଅବୋଧ’ରେ ବଲିଉଡ ଡେବ୍ୟୁ କରିଥିଲେ। ଚାରି ବର୍ଷ ପରେ ସୁବାସ ଘାଇଙ୍କ ‘ତେଜାବ୍’ ମାଧୁରୀଙ୍କୁ ରାତାରାତି ବ୍ଲକବଷ୍ଟର ହିରୋଇନ୍ ମାନ୍ୟତା ଦେଇଦେଲା। ତା’ପରଠୁ ମାଧୁରୀଙ୍କ ପଛରେ ଲାଗିଲା ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଲାଇନ୍। ଦର୍ଶକଙ୍କୁ ଭେଟି ଦେଲେ ‘ରାମ ଲକ୍ଷ୍ମଣ’, ‘ଫରିନ୍ଦା’, ‘ଦିଲ୍’, ‘ସାଜନ୍’, ‘ବେଟା’, ‘ଖଳନାୟକ’, ‘ହମ୍ ଆପ୍ କେ ହୈ କୌନ୍’, ‘ରାଜା’ ଭଳି ଅନେକ ସୁପରହିଟ୍ ଫିଲ୍ମ। ବଲିଉଡର ସୁପରଷ୍ଚାର ହିରୋଇନ୍ ଭାବରେ ନିଜକୁ ଏଷ୍ଟାବ୍ଲିସ କରିଥିଲେ ମାଧୁରୀ। ତାଙ୍କର ଡ୍ୟାନ୍ସ ଠୁମକାରେ ମତୁଆଲା ଦର୍ଶକ।Madhuri-@Husbandଆଜିକାଲି ସେ ଫିଲ୍ମ କରୁ ନାହାନ୍ତି ସତ, କିନ୍ତୁ କ୍ରେଜ୍ କମିନି। ବର୍ତ୍ତମାନ ଟେଲିଭିଜନ୍ ରିଆଲିଟି ସୋର ଜଜ୍ ସିଟରେ ନଜର ଆସୁଛନ୍ତି ବଲିଉଡ ଡିଭା। ସଞ୍ଜୟ ଦତ୍ତଙ୍କ ସହ ମାଧୁରୀଙ୍କ ଆଫେୟାର୍ସକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। ଶେଷରେ ଆମେରିକାର ଡାକ୍ତର ରାମ ନୈନେଙ୍କ ଦିଲ୍ କି ରାଣୀ ସାଜିଥିଲେ ବଲିଉଡ କୁଇନ୍। ସେମାନଙ୍କର ଦୁଇଟି ପୁଅ। ପ୍ରଥମ ଦେଖାରେ ମାଧୁରୀଙ୍କ ବିଉଟିର ଦିଓ୍ୱାନା ହୋଇଥିଲେ ରାମ ନୈନେ । ତାଙ୍କୁ ବିବାହ କରି ଅନେକଙ୍କ ଦିଲ୍ ଭାଙ୍ଗିଥିଲେ ମାଧୁରୀ। ସୁରେଶ ଓ୍ୱାଡେକର ପରେ ଏକଥା ବୋଧେ ଭାବିଥିବେ ଯେ ସେ ମସ୍ତବଡ଼ ଭୁଲ୍ କଲେ।

ଏଥିସହ ପଢ଼ନ୍ତୁ-ଭାଇଙ୍କ ମୃତ୍ୟୁ ହୋଇନଥିଲେ ଷ୍ଟାର ହୋଇପାରି ନଥାନ୍ତେ, ନକ୍ସଲ ମିଥୁନ୍ ଦାଦା

You Might Also Like

No Comments

Leave a Reply