Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୨୦୦୯ ଫର୍ମୁଲାକୁ ରିପିଟ୍ କରିବ କଂଗ୍ରେସ; ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ଫୋକସରେ ୩୬ ସିଟ୍

By admin • January 23, 2019 • ନ୍ୟୁଜ୍, ପଲିଟିକ୍ସ
PRIYANKA GANDHI

ଭୁବନେଶ୍ୱର:ବିଧିବଦ୍ଧ ଭାବେ କଂଗ୍ରେସରେ ଦାୟିତ୍ୱ ନେଲେ ପ୍ରିୟଙ୍କା ଗାନ୍ଧି। ଆଜି(ବୁଧବାର)ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ନିଯୁକ୍ତି ମିଳିଛି। ଏହାସହ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ନେଇଛନ୍ତି ପ୍ରିୟଙ୍କା। ପୂର୍ବରୁ ପ୍ରିୟଙ୍କା ମା’ସୋନିଆ ଗାନ୍ଧି ଏବଂ ଭାଇ ରାହୁଲଙ୍କ ପାଇଁ କେବଳ ରାୟବରେଲୀ ଏବଂ ଆମେଥି ଲୋକସଭା ଆସନରେ ପ୍ରଚାର କରୁଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ପ୍ରିୟଙ୍କା,ପୂର୍ବ ୟୁପିରେ କ୍ୟାମ୍ପେନ କରିବେ। ପୂର୍ବ ୟୁପିରେ ଥିବା ୩୬ଟି ଲୋକସଭା ଆସନର ଦାୟିତ୍ୱ ଏବେ ପ୍ରିୟଙ୍କା ଗାନ୍ଧିଙ୍କ କାନ୍ଧରେ। ପୂର୍ବ ୟୁପି ମାନେ ବାରଣାସୀ ଏବଂ ଗୋରଖପୁର ଅଞ୍ଚଳ। ଯେଉଁ ବାରଣାସୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିନିଧିତ୍ୱ କରୁଛନ୍ତି, ଆଉ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜନୈତିକ ଆଖଡ଼ା ଗୋରଖପୁର,ସେଠାରେ କଂଗ୍ରେସର ମୋର୍ଚ୍ଚା ସମ୍ଭାଳିବେ ପ୍ରିୟଙ୍କା। ଏହାସହ ନବ ନିଯୁକ୍ତ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମ ୟୁପିର ଦାୟିତ୍ୱ ଦେଇଛି କଂଗ୍ରେସ।
ଗାନ୍ଧି ପରିବାରର ଟ୍ରମ୍ପକାର୍ଡ
ଅନ୍ୟପଟେ ଏସପି-ବିଏସପିର ମେଣ୍ଟ ହେବା ପରେ ଏକ ଘରିଆ ହୋଇଯାଇଛି କଂଗ୍ରେସ। ୟୁପିର ୮୦ଟି ଲୋକସଭା ଆସନରୁ ଏସପି-ବିଏସପି ୩୮ଟି ଲେଖାଏଁ ଆସନରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାକି ୪ଟି ଆସନରୁ ୨ଟି ଆସନରେ ଅଜିତ ସିଂହଙ୍କ ଆରଏଲଡି ଲଢ଼ିବ। ଆଉ ସୋନିଆ-ରାହୁଲଙ୍କ ସମର୍ଥନରେ ରାୟବରେଲୀ ଏବଂ ଆମେଥିରେ ଏସପି-ବିଏସପି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରୁଥିବା କଂଗ୍ରେସ,ଏସପି-ବିଏସପି ମେଣ୍ଟକୁ ନେଇ ଅସୁନ୍ତୁଷ୍ଟ ଥିଲା। ଗୋଟିଏ ପଟେ ରାହୁଲଙ୍କ ନେତୃତ୍ୱ ସ୍ୱୀକାର କରିବାକୁ ଅଣବିଜେପି ଦଳ ପ୍ରସ୍ତୁତ ନୁହଁନ୍ତି,ଅନ୍ୟପଟେ କଂଗ୍ରେସକୁ ଗୁରୁତର ସହ ନେଉ ନାହାଁନ୍ତି ଅଖିଳେଶ ଯାଦବ ଏବଂ ମାୟାବତୀ। ଏଭଳି ସ୍ଥିତିରେ ଗାନ୍ଧି ପରିବାରର ଟ୍ରମ୍ପକାର୍ଡ ପ୍ରିୟଙ୍କା ଗାନ୍ଧି ୟୁପି ପଲିଟିକ୍ସକୁ ଏଣ୍ଟ୍ରି ମାରୁଛନ୍ତି।

ଜିତିବା ଆସନକୁ ଫୋକସ୍
ଏମିତି ବି ୨୦୦୯ ୟୁପି ଫର୍ମୁଲାକୁ ରିପିଟ୍ କରିବା ମୁଡରେ କଂଗ୍ରେସ ଥିଲା। ୨୦୦୯ ନିର୍ବାଚନରେ ୟୁପିରେ କଂଗ୍ରେସ ଦଳ ଆରଏଲଡି ସହ ମେଣ୍ଟ କରି ୨୬ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସ ୟୁପିର ୩୬ଟି ଲୋକସଭା ଆସନରେ ଫୋକସ୍ କରିବ ବୋଲି ଖବର ରହିଛି। କଂଗ୍ରେସର ସ୍ଥିତି ଭଲ ଥିବା ଆସନରେ ପ୍ରିୟଙ୍କା ପ୍ରଚାର କରିବେ। ଆମେଥି, ରାୟବରେଲୀ, ପ୍ରତାପଗଡ଼, କାନପୁର, ଉନାଓ, ସୁଲାତାନପୁର, ବାରାବାଙ୍କୀ, ଧଉହରା, ଖୁସିନଗର, ମୋରଦାବାଦ, ବରେଲୀ, ଲକ୍ଷ୍ନୌ, ବାରଣାସୀ, ଆଲ୍ଲାହାବଦ, ପରୁକାବାଦ, ସାହରନପୁର, ଯୌନପୁର, ମଥୁରା, ଫୈଜାବାଦ ଏବଂ ଫତେପୁର ଆସନରେ କଂଗ୍ରେସ ଜିତିବାର ଆକଳନ କରୁଛି।
କେବଳ ପୂର୍ବ ୟୁପି ନୁହେଁ, ବିହାରର ମଧ୍ୟ ପ୍ରିୟଙ୍କାଙ୍କୁ କ୍ୟାମ୍ପେନରେ ଲଗାଇବ କଂଗ୍ରେସ। ତେବେ ୨୦୧୪ନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ମାରଥାନ ପ୍ରଚାର ସତ୍ତ୍ୱେ, ୟୁପିରେ ବିଜେପି ୭୩ଟି ଆସନରେ ବିଜୟୀ ହୋଇଥିଲା। ଆଉ କଂଗ୍ରେସ ରାୟବରେଲୀ ଏବଂ ଆମେଥିରେ ସୀମିତ ହୋଇ ଯାଇଥିଲା। ଏପରିକି ବିଜେପିର ସ୍ମୃତି ଇରାନୀ ଆମେଥିରେ ରାହୁଲ ଗାନ୍ଧିଙ୍କୁ କଡ଼ା ଟକ୍କର ଦେଇଥିଲେ।
ପଢ଼ନ୍ତୁ
ଲିଭ୍ ଇନ୍ ରିଲେସନସିରେ ବଲିଉଡ୍‌ ହିରୋଇନ୍‌; କିଛି ବାହା ହେଲେ ତ କାହାର ବ୍ରେକ୍ଅପ୍

2019 ElectionsCongressGeneral SecretaryPriyanka Gandhi VadraUttar Pradesh East
Tweet
0
ହାଟ୍ରିକ୍‌ ମ୍ୟାନ୍ କୋହଲି, ପୋଛି ନେଲେ ଆଇସିସି ଆଓ୍ଵାର୍ଡ
ବିଜେଡି ପାଇଁ ବିଜେପି-କଂଗ୍ରେସ ଓଡ଼ିଶା ବିରୋଧି;କିନ୍ତୁ ନବ ଦାସଙ୍କୁ ଧରାଇ ଦେଲେ ଶଙ୍ଖ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.