Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଲିଭ୍ ଇନ୍ ରିଲେସନସିପରେ ବଲିଉଡ୍‌ ହିରୋଇନ୍‌;କିଛି ବାହା ହେଲେ ତ କାହାର ବ୍ରେକ୍ଅପ୍

By admin • January 14, 2019 • ଫିଲ୍ମ

ମାୟାନଗରୀର ଝିଲମିଲ ଦୁନିଆରେ କେତେବେଳେ କଣ ହୁଏ, ଏକଥା କାହାରିକୁ ଜଣା ନଥାଏ। ବହୁ କଥା ବର୍ଷ ବର୍ଷ ପରେ ଜଣା ପଡ଼େ। କିନ୍ତୁ ସବୁବେଳେ ଯେଉଁ ଘଟଣା ପାଇଁ ବଲିଉଡରେ ଚର୍ଚ୍ଚା ଲାଗିଥାଏ, ସେଇଟା ହେଲା ରିଲେସନସିପ୍‌। ବହୁ ସେଲିବ୍ରିଟି ଲିଭ୍‌ ଇନ୍‌ ରିଲେସନସିପରେ ରହି ଥାଆନ୍ତି। ଏମାନଙ୍କ ଭିତରେ ବହୁ ନାମୀଦାମୀ ହିରୋ-ହିରୋଇନ୍‌ ବି ସାମିଲ। କେତେକଙ୍କ ବିବାହ ସରିଛି। ଆଉ କିଛି ଅଧାରୁ ରିଲେସନସିପ୍‌ ଭାଙ୍ଗିଛନ୍ତି।
କରିନା କପୁର
କରିନାଙ୍କ ବିଷୟରେ କାହାକୁ କିଛି ଅଛପା ନାହିଁ। କପୁର ଖାନଦାନର ସବୁଠୁ ଫେମସ୍‌ ଆକ୍ଟ୍ରେସ୍। ଛୋଟେ ନଓ୍ଵାବ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରି ଘର ବସାଇଛନ୍ତି କରିନା। ସୈଫ-କରିନାଙ୍କ ଏବେ ଗୋଟିଏ ପୁଅ। କିନ୍ତୁ ବିବାହ ପୂର୍ବରୁ ନିଜ ରିଲେସନସିପକୁ ନେଇ ଭାରି ଚର୍ଚ୍ଚାରେ ଥିଲେ କରିନା। ପ୍ରଥମେ ସାହିଦ କପୁରଙ୍କ ସହ ଲଭ୍‌ ଆଫେୟାର୍ସରେ ମସଗୁଲ ଥିଲେ। ପରେ ସୈଫଙ୍କ ପ୍ରେମରେ ପଡ଼ିଥିଲେ କରିନା। ସୈଫଙ୍କ ସହ ବହୁ ଦିନ ଧରି ଲିଭ୍‌ ଇନ୍‌ ରିଲେସନସିପରେ ରହିବା ପରେ ସୈଫଙ୍କ ସହ ନିକହା କରିଥିଲେ କରିନା।
ସୋହା ଅଲ୍ଲୀ ଖାନ୍‌

Soha-Ali-Khan
ସ୍ୱାମୀ କୁନାଲ ଖେମୁଙ୍କ ସହ ସୋହା ଅଲ୍ଲୀ ଖାନ୍

ସୈଫ ଅଲ୍ଲୀ ଖାନଙ୍କ ସାନ ଭଉଣୀ ସୋହା ଅଲ୍ଲୀ ଖାନ୍‌। ଫିଲ୍ମ କ୍ୟାରିୟର ସେମିତି କିଛି ପ୍ରଭାବଶାଳି ନଥିଲା। ହାତଗଣତି କିଛି ଫିଲ୍ମରେ କାମ କରିଥିଲେ ବି ସକସେସ୍ ମିଳିନଥିଲା। କିନ୍ତୁ ନିଜ ପ୍ରାଇଭେଟ୍‌ ରିଲେସନସିପକୁ ନେଇ ଚର୍ଚ୍ଚିତ ହୋଇଥିଲେ ସୋହା। ଲିଭ୍‌ ଇନରେ ରହିଥିଲେ। ବିବାହ ପୂର୍ବରୁ ବଲିଉଡ୍‌ ଅଭିନେତା କୁନାଲ ଖେମୁଙ୍କ ସହ ଡେଟ୍‌ କରୁଥିଲେ। ପ୍ରଥମେ ସୋହା ଲିଭ୍‌ ଇନ୍‌ରେ ରହିଲେ,ପରେ ଦୁହେଁ ବିବାହ କରିଥିଲେ।
ବିପାଶା ବସୁ

Bipasha-Basu
ଜନ୍ ଆବ୍ରାହମ୍ ଓ ବିପାଶା ବଶୁ

ବ୍ଲାକ୍‌ ବିୟୁଟି ବିପାଶାଙ୍କ ବିଷୟରେ କିଛି କହିବା ଦରକାର ନାହିଁ।ହଟ୍‌ ଅନ୍ଦାଜରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ବୋଲ୍ଡ ସିନରେ ନଜର ଆସିଥିଲେ ବିପାଶା। ହଟ୍‌ ଅନ୍ଦାଜ ପାଇଁ ଭାରି ଡିମାଣ୍ଡ ଥିଲା ତାଙ୍କର। ଫିଲ୍ମ ରାଜରେ ଅଭିନୟ ବେଳେ ଡିନୋ ମୋରିୟାଙ୍କ ପ୍ରେମର ପଡ଼ିଥିଲା। ଯେତେବେଳେ ଜିସ୍ମରେ ଆକ୍ଟି କଲେ କୋ-ଷ୍ଟାର ଜନ୍‌ ଆବ୍ରାହମଙ୍କ ସହ ଲଭ୍‌ ହୋଇଗଲା। ସିରିୟସ ଲଭ୍‌ରୁ ଲିଭ୍ ଇନରେ ରହିଲେ ଜନ୍‌-ବିପାଶା। ବହୁ ଦିନ ପରେ ରିଲେସନସିପ୍‌ରେ ଦି ଏଣ୍ଡ ହୋଇଗଲା। ଶେଷରେ କରଣ ସିଂ ଗେ୍ରାଭରଙ୍କୁ ଲାଇଫ ପାର୍ଟନର କରିଥିଲେ ବିପାଶା।
କଟ୍ରିନା କୈଫ

Katrina-Ranveer
ରଣବୀର କପୁର ଓ କଟ୍ରିନା କୈଫ୍

ବି-ଟାଉନରେ ବାର୍ବି ଡଲ୍‌ ଗ୍ଲାମର ଲେନ୍‌ରେ ପାଦ ଥାପିବା ପରେ ସଲମାନ ଖାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚିତ ହୋଇଥିଲେ। ପରେ ତାଙ୍କ ଲାଇଫକୁ ଆସିଥିଲେ ରଣବୀର କପୁର। ଦୁହେଁ ପ୍ରେମରେ କିଛି ଦିନ ମାତିଲେ। ରଣବୀରଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ କ୍ୟାଟ୍‌। କିନ୍ତୁ ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ। ବ୍ରେକଅପ୍ ହୋଇଗଲା। ରଣବୀର ଏବେ ଚୁଲବୁଲି ନାୟିକା ଆଲିୟା ଭଟ୍ଟଙ୍କ ସହ ଡେଟ୍‌ କରୁଛନ୍ତି।
ଲାରା ଦତ୍ତା

Lara-Dutta
ଲାରା ଦତ୍ତା

ଟେନିସ୍‌ ଷ୍ଟାର ମହେଶ ଭୂପତିଙ୍କୁ ବିବାହ କରିବା ପରେ ବଲିଉଡକୁ ବାଏ ବାଏ କହିଛନ୍ତି ଲାରା ଦତ୍ତା। ୨୦୦୦ ମସିହାରେ ମିସ୍‌ ୟୁନିଭର୍ସ ହୋଇଥିଲେ। ବିବାହ ପୂର୍ବରୁ ସାଉଥ୍‌ ଷ୍ଟାର କେଲି ଦୋରଜୀଙ୍କ ସହ ରିଲେସନସିପରେ ରହିଥିଲେ ଲାରା। ସେତେବେଳେ କେଲିଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିବା ଚର୍ଚ୍ଚା ହୋଇଥିଲା।
ଅଙ୍କିତା ଲୋଖଣ୍ଡେ

Ankita-Lokhande
ସୁଶାନ୍ତ ସିଂ ରାଜପୁତ ଓ ଲାରା ଦତ୍ତା

ଅଙ୍କିତାଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ। ଟେଲି ଦୁନିଆର ଜଣାଶୁଣା ଚେହେରା। ପବିତ୍ର ରିସ୍ତା ଧାରାବାହିକରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଘରେ ଘରେ ପରିଚିତ ହୋଇଥିଲେ ଅଙ୍କିତା ଲୋଖଣ୍ଡେ। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଗୋଟିଏ ସମୟରେ ପ୍ରେମରେ ଉବୁଟୁବୁ ହେଉଥିଲେ ଅଙ୍କିତା। ଶୁଣିବାକୁ ମିଳିଥିଲା ଦୁହେଁ ଲିଭ୍‌ ଇନ୍‌ରେ ରହୁଥିଲେ। ଏବେ ସୁଶାନ୍ତ-ଅଙ୍କିତା ଅଲଗା ହୋଇଗଲେ। ଏମିତି ଅନେକ ବି-ଟାଉନ୍‌ ସେଲିବ୍ରିଟି ଅଛନ୍ତି,ଯେଉଁମାନେ ପ୍ରଫେସନାଲ୍‌ କ୍ୟାରିଅର ଭିତରେ ପର୍ସନାଲ ଲାଇଫକୁ ନେଇ ଭାରି ଚର୍ଚ୍ଚିତ ହୋଇଛନ୍ତି। ବିଶେଷ କରି ଲଭ୍‌ ଆଫେୟାର୍ସକୁ ନେଇ ହେଡଲାଇନ୍ସ ହୋଇଛନ୍ତି।

BIPAA BASUBOLLYWOOD CELEBRITYKARINA KAPOORKATRINA KAIFLARA DUTTA
Tweet
0
କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ କରିବେ ଶଙ୍ଖନାଦ,ସମ୍ବଲପୁରରୁ ଲଢ଼ିବେ କିଶୋର ମହାନ୍ତି!
ନବୀନଙ୍କ ଇତିହାସକୁ ଭୂଗୋଳ କରିଦେଲେ ମୋଦି

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.