ମିଳୁନି ମହାପ୍ରସାଦ:ଖୋଲୁନି ଉତ୍ତର ଦ୍ୱାର

ମହାପ୍ରଭୂ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢିବାରେ ଲାଗିଛି। ଦିନକୁ ଦିନ ନୀତିରେ ବିଭ୍ରାଟ ହେଉଥିବା ଘଟଣା ବଢିବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ନୀତିରେ ଅନିୟମିତତା ଦେଖା ଯାଉଛି। କିଛି ଦିନ ହେବ ଲଗାତର ନିୟମ ଲଙ୍ଘୁଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରସାଶକ। କେବେ ମହାପ୍ରଭୁଙ୍କ ଶୋଇବା ନୀତିରେ ବିଳମ୍ବ ହେଉଛି ତ ପୁଣି କେବେ ବିଳମ୍ବରେ ଦ୍ୱାର ଖୋଲିବା ନେଇ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ନିୟମରେ ଅନିୟମିତତା ହେଲେ ସେବାୟତଙ୍କ ଦରମା କାଟିବାର ନିୟମ ହୋଇଥିଲା ବେଳେ ଏହା କଡ଼ାକଡ଼ି ଭାବରେ ପାଳନ ହେଉ ନ ଥିବାରୁ ଏପରି ଅନିୟମିତତା ହେଉଥିବା ଚର୍ଚ୍ଚା।

ଧାଡ଼ିରେ ଭକ୍ତ:ଅସୁବିଧାରେ ମହାପ୍ରଭୂ
ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଗତ କିଛିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ପୁଣି ମହାପ୍ରଭୁଙ୍କ ନୀତି ବିଳମ୍ବକୁ ନେଇ ହନ୍ତସନ୍ତ ହେଇଛନ୍ତି ଶହଶହ ଶ୍ରଦ୍ଧାଳୁ। ଦିନ ୮ ଟା ବାଜିଥିଲେ ସୁଦ୍ଧା ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ଫିଟି ନଥିଲା। ଯାହାକୁ ନେଇ ବଡଦାଣ୍ଡରେ ଘଣ୍ଟାଘଣ୍ଟା ଧରି ଭକ୍ତ ଅପେକ୍ଷା କରିଛନ୍ତି। ୩ ଦିନ ଧରି ମନ୍ଦିର ମୁଖ୍ୟ ଦ୍ୱାର ବିଳମ୍ବରେ ଖୋଲୁଛି। ମହାପ୍ରସାଦକୁ ନେଇ ମଧ୍ୟ ବିବାଦ ଦେଖାଯାଉଛି।

ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରକୁ ମଧ୍ୟ ବନ୍ଦ କରାଯାଇଛି। ଉତ୍ତରଦ୍ୱାର ନ ଖୋଲିବାରୁ ସାବିତ୍ରୀ ବ୍ରତରେ ଅନେକ ଭକ୍ତ ମହାପ୍ରସାଦ ନ ପାଇଥିଲା ବେଳେ ମହାପ୍ରସାଦ ଫିଙ୍ଗା ଯାଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି। ଏପରିକି ଏ ସମସ୍ୟାର ସମାଧାନ ନହେଲେ ଆବଶ୍ୟକ ପରିମାଣର ମହାପ୍ରସାଦ ଯୋଗାଇବେ ନାହିଁ ବୋଲି ସୁଆର ମହାସୁଆର ଚେତାବନୀ ଦେଇଛନ୍ତି।
Connect With Us