ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସମର୍ପିତ;କିନ୍ତୁ ଓଡ଼ିଶାରେ‘PC CULTURE’କୁ କିଏ ଦେଉଛି ଦାନାପାଣି?

ଭୁବନେଶ୍ୱର: ବିଜେପିର ଫେସ୍ ନରେନ୍ଦ୍ର ମୋଦି, ଖୋର୍ଦ୍ଧାର ସ୍ୱାଭିମାନ ସମାବେଶରେ ପାଇକ ବିଦ୍ରୋହର ଗାଥା ମନେ ପକାଇଲେ। ସ୍ୱାଧୀନତା ଅନ୍ଦୋଳନର ପ୍ରଥମ ଲଢ଼େଇର ବୀର ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ସ୍ମରଣ କରି ପାଇକ ବିଦ୍ରୋହ ସ୍ମାରକୀ ଡ଼ାକ ଟିକେଟ ଓ ମୁଦ୍ରା ଉନ୍ମୋଚିତ କଲେ।ଓଡ଼ିଶାର ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ସରକାର ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ହେଲେ ଦଳୀୟ କର୍ମୀ ଚାହୁଁଥିଲେ ବୀର ସୁରେନ୍ଦ୍ର ସାଏଙ୍କ ମାଟି ଝାରସୁଗୁଡ଼ାରେ ଯେମିତି ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଥିଲେ, ଠିକ୍ ସେହିଭଳି ବକ୍ସିଙ୍କ କର୍ମଭୂମି ବରୁଣେଇ ପାହଡ଼ର ପାଦ ତଳୁ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଆଟାକ୍ କରିବେ ମୋଦି। କିନ୍ତୁ ଗତ ସେପ୍ଟମ୍ବର ୨୨ରେ ଝାରୁସୁଗଡ଼ାରେ ମୋଦି ଦେଇଥିବା ଭାଷଣର ଝଲକ ଖୋର୍ଦ୍ଧାରେ ଦେଖିବାକୁ ମିଳିଲା ନାହିଁ।ଝାରସୁଗୁଡ଼ା ବିମାନ ବନ୍ଦର ଲୋକାର୍ପଣ ଉତ୍ସବର ପୂର୍ବଦିନ ଅର୍ଥାତ ୨୧ସେପ୍ଟମ୍ବରରେ ବର୍ଷା ହେଉଥିଲା। ତଥାପି ମୋଦି ଓଡ଼ିଶା ସରକାରଙ୍କ ଉପରେ ନିର୍ଧୁମ ବର୍ଷିଥିଲେ। ଓଡ଼ିଶାରେ ଏବେ ଭ୍ରଷ୍ଟତନ୍ତ୍ର ଚାଲିଛି, ଲୋକେ ହନ୍ତସନ୍ତ ହେଉଛନ୍ତି। ବିନା ପିସି, ମାନେ ହାତଗୁଞ୍ଜାରେ ଗରିବଙ୍କ କାମ ହେଉନି।ଓଡ଼ିଶା ସରକାରଙ୍କ କାର୍ଯ୍ୟକଳାପ ୧୦ବର୍ଷ ପଛୁଆ, ସେଥିପାଇଁ ଦିଲ୍ଲୀରୁ ଥାଇ ମୋତେ ରାଜ୍ୟ ସରକାରଙ୍କୁ ଜଗ୍ରତ କରିବାକୁ ପଡୁଛି। ଭ୍ରଷ୍ଟାଚାର ଓ ବିଳମ୍ବରେ ନିଷ୍ପତ୍ତି ନେବା ଓଡ଼ିଶା ସରକାରଙ୍କ ପରିଚୟ ପାଲଟିଛି।ଓଡ଼ିଶାର ବିକାଶ ପାଇଁ ପରିବର୍ତ୍ତନ ଆସିବା ଜରୁରୀ କହି ବିଜେପି କର୍ମୀ-ନେତାଙ୍କୁ ବଳ ଦେଇଥିଲେ ମୋଦି।

ରାୟବରେଲୀ ତେଜ, ଖୋର୍ଦ୍ଧାରେ ନାହିଁ
ଉପକୂଳ ଓଡ଼ିଶାର ବିଜେପି ଆଶା ରଖିଥିଲା ଯେ ସୋନିଆ ଗାନ୍ଧିଙ୍କ ଗଡ଼ ରାୟବରେଲୀରେ, ଗତ ୧୬ତାରିଖରେ ପ୍ରଧାନମନ୍ତ୍ରୀ ଯେମିତି ଆକ୍ରମଣାତ୍ମକ ଭାଷଣ ଦେଇଥିଲେ। ଠିକ୍ ସେହିପରି ୨୦୧୯ନିର୍ବାଚନ ପାଇଁ ଖୋର୍ଦ୍ଧାରୁ ପ୍ରଚାର ବିଗୁଲ୍ ବଜାଇ ଶୀତୁଆ ପାଗକୁ ଉଷ୍ମ କରିଦେବେ।ଯଦିଓ ଓଡ଼ିଶା ସରକାରକୁ ଟାର୍ଗେଟ କଲେ ତେବେ ମୋଦିଙ୍କ ଟାର୍ଗେଟରେ ନଥିଲେ ନବୀନ। ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଲେ।ଅପରପକ୍ଷରେ ଓଡ଼ିଶା ବିଜେପିକୁ ଜଣା ଯେ ବିଜେଡିର ଅନେକ ନେତାଏ ଚିଟଫଣ୍ଡ ଦୁର୍ନୀତିରେ ସାମିଲ ଅଛନ୍ତି,କିନ୍ତୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସେମାନଙ୍କୁ ଗିରଫ କରୁନାହିଁ। ଅବଶ୍ୟ ଓଡ଼ିଶାରେ ପିସି କ୍ଲଚର ତଥା ଭ୍ରଷ୍ଟାଚାରର ଦାନବ ଏତେ ଶକ୍ତିଶାଳୀ କେମିତି ହୋଇଛି ? କିଏ ସେହି ଭଷ୍ଟ୍ରାଚାରୀ ଦାନବକୁ ଦାନାପାଣି ଦେଉଛି ବୋଲି ମୋଦି ପ୍ରଶ୍ନ କରିଥିଲେ। ଏହାସହ ଅଭାବୀ ଡାକ୍ତର, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବିଗିଡ଼ା ପାନୀୟ ଜଳ ଯୋଗାଣ,ଦରମା ପାଇଁ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଲେ ମୋଦି।

ନରମ ପାଇଁ KCR ଦାୟୀ ?
ଗରିବ ଲୋକଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଆୟୁଷ୍ମାନ ଭାରତରେ ଓଡ଼ିଶା କାହିଁକି ସାମିଲ ହେଲା ନାହିଁ ବୋଲି ମୋଦି ପ୍ରଶ୍ନ କରିଥିଲେ।ହେଲେ ଝାରସୁଗୁଡ଼ା ପରି ରାଜଧାନୀର ଉପକଣ୍ଠରୁ ମୋଦିଙ୍କ ଶାଣିତ ଆଟାକ୍ ସାରା ଓଡ଼ିଶାକୁ ଯାଇଥାନ୍ତା ବୋଲି ବିଜେପି କର୍ମୀ କହୁଛନ୍ତି।ମୋଦିଙ୍କ ନରମ ସ୍ୱର ପଛରେ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ କାରଣ ନୁହେଁ ତ ? ନା’ ନବୀନ ନିବାସରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ରାତ୍ରିଯାପନ,ମୋଦିଙ୍କ ଆକ୍ରମଣାତ୍ମକ ଭଙ୍ଗିରେ ପରିବର୍ତ୍ତନ ଆଣିଲା? ତେବେ ଆସନ୍ତା ଜାନୁଆରୀ ୫ରେ ମୋଦିଙ୍କ ବାରିପଦା ସମାବେଶରେ ଏହା ଅଧିକ ସ୍ପଷ୍ଟ ହୋଇଯିବ।
ପଢ଼ନ୍ତୁ
ନିର୍ବାଚନୀ ତୋଫା:ବିଜୁଙ୍କ ‘ଜିଲ୍ଲା ବୃଦ୍ଧି’ ଫର୍ମୁଲାକୁ ଅନୁସରଣ କରିବେ ନବୀନ!
IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍
Connect With Us