Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମୋରାରଜୀଙ୍କୁ PM କରାଇଥିବା ପାଶଓ୍ୱାନ,ଏନଡିଏ ନଛାଡ଼ି ମୋଦି ପୁଣି PM ହେବାର ଦେଲେ ସଙ୍କେତ

By admin • December 23, 2018 • ପଲିଟିକ୍ସ
MODI-Flag-Hosting

ଭୁବନେଶ୍ୱର: ୨୦୧୯ରେ କେନ୍ଦ୍ରରେ କିଏ ଗଢ଼ିବେ ସରକାର ସେ ନେଇ ମିଡିଆ ହାଉସ୍ ଓପିନିଅନ୍ ପୋଲ୍ କରିବାରେ ବ୍ୟସ୍ତ। ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ଜିତିବା ପରେ ଜନମତ ବିଜେପି ବିରୋଧରେ ଗଲା ପରି ଲାଗୁଛି। କିନ୍ତୁ ଦିଲ୍ଲୀ ରାଜନୀତିରେ ଦଖଲ ରଖିଥିବା ନେତାଏ କହୁଛନ୍ତି ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ। ସେମାନଙ୍କ ଯୁକ୍ତି ମଧ୍ୟ ବିଚିତ୍ର। କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ,ଏନଡିଏରେ ରହିବା ଅର୍ଥ, କେନ୍ଦ୍ରରେ ଆଦୌ ସରକାର ବଦଳିବ ନାହିଁ। ବିଜେପି-ଜେଡିୟୁ ସହ ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନରେ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବିହାରର ୬ଟି ଲୋକସଭା ଆସନରେ ଲଢ଼ିବାକୁ ଘୋଷଣା କରିଛି। ସେଥିପାଇଁ ସମସ୍ତେ କହିଲେଣି ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାରେ କେହି ଅଟକାଇ ପାରିବେ ନାହିଁ। କାରଣ ପାଶଓ୍ୱାନଙ୍କ ସମର୍ଥନ ଯାହ ସହ ରହିଛି ସେହି ଦଳ ହିଁ କେନ୍ଦ୍ରରେ ସରକାର କରିଛି।

ରାମବିଳାସ ପାଶଓ୍ୱାନ

ପାଶଓ୍ୱାନଙ୍କ ଏଣ୍ଟ୍ରିରେ ମୋରାରଜୀ ଦେଶାଇ ପିଏମ୍
୫ଟି ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ପାଶଓ୍ୱାନ,୧୯୭୭ରେ ପ୍ରଥମ ଥର ବିହାରର ହାଜିପୁର ଆସନରୁ ଲୋକସଭାକୁ ଆସିଥିଲେ। ଆରମ୍ଭରୁ ରାମବିଳାସ ପାଶଓ୍ୱାନ ସରକାରୀ ଦଳରେ ରହିଲେ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋରାରଜୀ ଭାଇ ଦେଶାଇ। ତେବେ କ୍ଷମତା କେଉଁ ଆଡ଼କୁ ଢ଼ଳୁଛି ମାପିବାରେ ପାରଙ୍ଗମ ପାଶଓ୍ୱାନ କ୍ୟାମ୍ପ ବଦଳାଇ ଚୌଧୁରୀ ଚରଣ ସିଂହଙ୍କୁ ସମର୍ଥନ କରିଥିଲେ। ପରେ ଜନତା ପାର୍ଟି ସରକାରରେ ଭାଙ୍ଗିଥିଲା ଏବଂ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିଲେ। ଆଉ କଂଗ୍ରେସ ସମର୍ଥନରେ ଚୌଧୁରୀ ଚରଣ ସିଂହଙ୍କ ସରକାର ଗଠନ ହୋଇଥିଲା। ପରେ ବି.ପି.ସିଂହ ଓ ଦେବଗୌଡ଼ା ଏବଂ ଗୁଜରାଲ ସରକାରର କ୍ୟାବିନେଟରେ ରେଳ ମନ୍ତ୍ରାଳୟ ପରି ଗୁରୁତ୍ୱପୂର୍ଣ ବିଭାଗ ସମ୍ଭାଳି ଥିଲେ ରାମବିଳାସ। ଦଳିତ ବର୍ଗର ବଡ଼ ଚେହେରା ଭାବେ ପ୍ରୋଜେକ୍ଟ ହେଉଥିବା ପାଶଓ୍ୱାନ, ବିଜେପିର ବଡ଼ ସମାଲୋଚକ ଥିଲେ। ହେଲେ କ୍ଷମତା ପାଇଁ ନିଜ ରାଜନୈତିକ ଆଦର୍ଶ ସହ ସେ ସାଲିସ କରିଥିଲେ।
ରାମରଥର ବିରୋଧି ଆଡଭାନୀଙ୍କ ପ୍ରଶଂସକ ସାଜିଲେ
ବିହାରର ହାଜିପୁରୁର ୮ଥର ଲୋକସଭାକୁ ନିର୍ବାଚିତ ରାମବିଳାସ,୧୯୯୯ ନିର୍ବାଚନ ବେଳକୁ ଲାଲକୃଷ୍ଣ ଆଡଭାନୀଙ୍କ ଏନଡିଏ ରଥରେ ବସିଲେ। ଆଉ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାରରେ ପାଶଓ୍ୱାନ ଯୋଗ ଦେଇଥିଲେ। ତେବେ ଇଣ୍ଡିଆ ସାଇନିଂ କ୍ୟାମ୍ପେନିଂରେ ମାତି ୨୦୦୪ରେ ଆଗୁଆ ନିର୍ବାଚନ କରିବାକୁ ସ୍ଥିର କରିଥିଲା ବିଜେପି। ହେଲେ ରାଜନୈତିକ ପାଣିପାଗ ମାପିବାରେ ଧୁରନ୍ଧର ପାଶଓ୍ୱାନ ଜାଣି ସାରିଥିଲେ ଯେ ଏଥର ବାଜପେୟୀଙ୍କ ନାଁରେ ଭୋଟ ମିଳିବ ନାହିଁ। ସେଥିପାଇଁ ୨୦୦୪ ନିର୍ବାଚନ ଆଗରୁ ଏନଡିଏ ଛାଡ଼ି ଚାଲି ଯାଇଥିଲେ ପାଶଓ୍ୱାନ। କଂଗ୍ରେସ ନେତୃତାଧିନ ଉପା ସରକାର କେନ୍ଦ୍ରରେ ସରକାର ଗଢ଼ା ହୋଇଥିଲା। ମନମୋହନ ସିଂହଙ୍କ କ୍ୟାବିନେଟରେ ଯୋଗ ଦେଇଥିଲେ ପାଶଓ୍ୱାନ। ଯଦିଓ ୨୦୦୯ ନିର୍ବାଚନରେ ପାଶଓ୍ୱାନ ପରାଜିତ ହୋଇଥିଲେ ତେବେ ୟୁପିଏକୁ ସେ ବାଏ ବାଏ କରିନଥିଲେ। ଆଉ ମନମୋହନ ସିଂହ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ମୋଦିଙ୍କ କ୍ରେଜ୍ ମାପି ଏନଡିଏକୁ ଫେରିଲେ
ଅପରପକ୍ଷରେ ୨୦୧୪ନିର୍ବାଚନ ଆଗରୁ ନରେନ୍ଦ୍ର ମୋଦିଙ୍କ ଯାଦୁ ଚାଲିବ ବୋଲି ପାଶଓ୍ୱାନ ହିଁ ଜାଣି ପାରିଥିଲେ। ସମୟ ନଷ୍ଟ କରି ବିଜେପି ସହ ମେଣ୍ଟ କରି ସଫଳତା ପାଇଥିଲେ। ଆଉ ମୋଦିଙ୍କ କ୍ୟାବିନେଟରେ ଖାଉଟି ବ୍ୟାପାର ବିଭାଗ ସମ୍ଭାଳିଲେ। ଏବେ ହିନ୍ଦୀ ହାଟଲ୍ୟାଣ୍ଡରେ କଂଗ୍ରେସର ବିଜୟ ପରେ ପାଶଓ୍ୱାନଙ୍କ ପୁଅ ଚିରାଗ ବିଜେପି ଉପରେ ଟିପ୍ପଣୀ ଦେଇଥିଲେ।ଅନୁମାନ କରାଯାଉଥିଲା ଏନଡିଏ ଛାଡ଼ିଦେବେ ପାଶଓ୍ୱାନ। କିନ୍ତୁ ଭୋଟରଙ୍କ ମୁଡ୍ ଜାଣିବାରେ ଓସ୍ତାଦ ପାଶଓ୍ୱାନଙ୍କ ଆକଳନ କହୁଛି ଯେ ଏବେ ବି ମୋଦିଙ୍କ କ୍ରେଜ୍ ରହିଛି।ସେଥିପାଇଁ ମେଣ୍ଟ ରାଜନୀତିର ଦ୍ୱାହି ଦେଇ ୨୦୧୪ରେ ଲଢ଼ିଥିବା ୭ଟି ଆସନ ଅପେକ୍ଷା ୬ଟିରେ ଲଢ଼ିବାକୁ ବିଜେପି ପ୍ରସ୍ତାବରେ ରାଜି ହୋଇଗଲେ।ସେଥିପାଇଁ ଦିଲ୍ଲୀରୁ ବିହାର ଯାଏଁ ଆଲୋଚନା ଯେ ବିଜେପି ସହ ପାଶଓ୍ୱାନ ରହିବା ଅର୍ଥ,ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ।ତାହେଲେ ୨୦୧୯ ସ୍ୱାଧିନତା ଦିବସରେ ନରେନ୍ଦ୍ର ମୋଦିଙ୍କୁ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇବାକୁ କଣ ଗ୍ରୀନ୍ ସିଗନାଲ୍ ଦେଲେ ପାଶଓ୍ୱାନ?
ଏଥିସହ ପଢନ୍ତୁ
ଛତିଶଗଡ଼ରେ BJP ହାରିଲା,କିନ୍ତୁ BJD ବିଧାୟକଙ୍କ ଚିନ୍ତା ବଢ଼ିଲା!
୨୦୧୮ର ବ୍ୟାଟିଂ ମହାରଥୀ: ଟପ୍ ଟେନରେ ବିରାଟ କୋହଲି ଓ ରୋହିତ ଶର୍ମା

LalkillaNarendra ModiNDAPrime MinisterRam Vilas Paswan
Tweet
0
୨୦୧୮ର ବ୍ୟାଟିଂ ମହାରଥୀ: ଟପ୍ ଟେନରେ ବିରାଟ କୋହଲି ଓ ରୋହିତ ଶର୍ମା
ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସମର୍ପିତ;କିନ୍ତୁ ଓଡ଼ିଶାରେ‘PC CULTURE’କୁ କିଏ ଦେଉଛି ଦାନାପାଣି?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.