କ୍ୟାରିଅର ପାଇଁ ନିଜ ମ୍ୟାରେଡ୍ ଲାଇଫ ଲୁଚାନ୍ତି, ବଲିଉଡ ସେଲିବ୍ରିଟି

ମୁମ୍ବାଇର ମାୟାଜାଲ ବଲିଉଡ। ଗ୍ଲାମର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରମାଣିତ କରିବା ପାଇଁ ନିଜ ପର୍ସନାଲ ଲାଇଫକୁ ସାମ୍ନାକୁ ଆଣନ୍ତି ନାହିଁ। ବଲିଉଡରେ ଏମିତି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ମ୍ୟାରେଡ୍, ମାତ୍ର ସେମାନଙ୍କ ବିବାହିତ ଜୀବନର ଖବର ସସପେନ୍ସ ହୋଇଯାଇଛି ବଲିଉଡ ପାଇଁ। ଏହି ସେଲିବ୍ରିଟିଙ୍କ ମଧ୍ୟରୁ କିଛି ଦଣଙ୍କ ସମ୍ପର୍କରେ ଜାଣିବାରାଧିକା ଆପତେ
ବଲିଉଡ ଅଭିନେତ୍ରୀ ରାଧିକା ଆପତେ। ବଲିଉଡରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରି ନିଜ ଯାଦୁ ଚଳାଇବାରେ ସକ୍ଷମ ହୋଇପାରିଛନ୍ତି। ତେବେ ଏହି ଅଭିନେତ୍ରୀ ବିବାହିତ। ଆଜ୍ଞା ହଁ ବ୍ରିଟିଶ ମ୍ୟୁଜିସିଆନ୍ ବେନଡିକ୍ଟ ଟେଲରଙ୍କୁ ରାଧିକା ୨୦୧୨ରେ କୋର୍ଟରେ ବିବାହ କରିଛନ୍ତି।
ମଲିକା ଶେରାୱତ
ବଲିଉଡର ବୋଲ୍ଡ କୁଇନ୍ ମଲିକା। ବୋଲ୍ଡ ସିନ୍ ପାଇଁ ସେ ବେଶ୍ ମାହିର। କିନ୍ତୁ ଏହି ଅଭିନେତ୍ରୀ ୨୦୦୦ ମସିହାରେ କ୍ୟାପଟେନ୍ ଗିଲଙ୍କୁ ବିବାହ କରିଥିଲେଇମ୍ରାନ୍ ଖାନ୍
ବଲିଉଡରେ ଜାନେ ତୁ ୟା ଜାନେ ନା, ଆଇ ହେଟ୍ ଲଭ ଷ୍ଟୋରୀ ପରି ହିଟ୍ ଫିଲ୍ମରେ ନଜର ଆସିଥିବା ଅଭିନେତା ଇମ୍ରାନ ଖାନ୍। ୧୦ବର୍ଷ ରିଲେସନସିପରେ ରହିବା ପରେ ସେ ନିଜ ପ୍ରେମିକାଙ୍କୁ ବିବାହ କରିଥିଲେ। ଅବନ୍ତିକା ମଲିକଙ୍କୁ ବିବାହ କରିଛନ୍ତି ଇମ୍ରାନ ଏବଂ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।ଆୟୁଷ୍ମାନ ଖୁରାନା
ବଲିଉଡର ଫେମସ ମେଲ ଆକ୍ଟର ଆୟୁଷ୍ମାନ ଖୁରାନା। ଅନେକଙ୍କୁ ଅଜଣା ଯେ ସେ ନିଜ ପିଲାବେଳ ବାନ୍ଧବୀ ତହିରା କାଶ୍ୟପଙ୍କୁ ବିବାହ କରିଛନ୍ତି। ଏମାନଙ୍କର ଦୁଇଟି ସନ୍ତାନ ଅଛନ୍ତି।
ଜିମି ଶେରିଗିଲ
ବଲିଉଡର ଫେମସ ହିରୋ ଜିମି ଶେରିଗଲ। ମୋହବତେଁରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ। ତେବେ ଏହି ହିରୋ ପ୍ରିୟଙ୍କା ପୁରୀଙ୍କୁ ବିବାହ କରିଛନ୍ତି। ଏମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି।ଶେଖର ରାଭଜିଆନି
ଶେଖର ରାଭଜିଆନୀ ନିଜର ସୁମଧୁର କଣ୍ଠରେ ଶ୍ରୋତାଙ୍କ ମନ ଛୁଇଁ ପାରିଛନ୍ତି । ତେବେ ଏହି ସେଲିବ୍ରିଟି ଛାୟା ରାଭଜିଆନୀଙ୍କୁ ବିବାହ କରିଛନ୍ତି । ଏମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।ଅମ୍ରିତା ଆରୋରା
ବଲିଉଡର ଷ୍ଟନିଂ ସେଲିବ୍ରିଟି ଅମ୍ରିତା ଆରୋରା। ଶିଳ୍ପପତି ସକିଲ ଲଦାଖଙ୍କୁ ସେ ବିବାହ କରିଛନ୍ତି।
Connect With Us