Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଅଡୁଆରେ ନବୀନ:ବିଜୟଙ୍କୁ ନେଇ ବାରଗେନ୍ କରୁଛନ୍ତି ଦିଲ୍ଲୀପ ରାୟ!

By admin • March 16, 2019 • ନ୍ୟୁଜ୍, ପଲିଟିକ୍ସ
Dillip-Ray

୧୭ ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇଲା। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜେଡିକୁ ଦିଲ୍ଲୀପ ରାୟ ଫେରୁଛନ୍ତି!ଆଜି(ଶନିବାର)ସଂଧ୍ୟାରେ ଦିଲ୍ଲୀପ ରାୟ,ପ୍ରଣବ ଦାସଙ୍କ କାରରେ ନବୀନ ନିବାସ ଯାଇଥିଲେ।ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ବେଳେ ଅନଙ୍ଗ ଉଦୟ ସିଂହଦେଓ,ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିକ୍ରମ ଆରୁଖ ଉପସ୍ଥିତ ଥିଲେ। ପରେ ନବୀନଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରିଥିଲେ ଦିଲ୍ଲୀପ।ଯଦିଓ ଦିଲ୍ଲୀପ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି,କିନ୍ତୁ ଖୁବଶୀଘ୍ର ବିଜେଡିରେ ମିଶୁଛନ୍ତି ବୋଲି ଚର୍ଚ୍ଚା ହେଉଛି।ତେବେ ରାଜନୈତିକ ବାଧ୍ୟବାଧକତା କାରଣରୁ ବୋଧହୁଏ ନବୀନ,ଦିଲ୍ଲୀପଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଅତୀତରେ ନବୀନଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ଦିଲ୍ଲୀପ,ବଡ଼ ମୂଲଚାଲ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

Baijaynt-Saha

ଚିନ୍ତା ବଢ଼ାଉଛନ୍ତି ବୈଜୟନ୍ତ
ନିଜର ଆବଶ୍ୟକତା ପୂରଣ ହେବା ପରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବାର ଟ୍ୟାଗ୍ ଲଗାଇ ଦିଲ୍ଲୀପଙ୍କୁ ତଡ଼ି ଦେଇଥିବା ନବୀନ,ଏବେ ଅଡୁଆରେ ଅଛନ୍ତି
।ସେଥିପାଇଁ ଦିଲ୍ଲୀପ ରାୟଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଚାହୁଁଛନ୍ତି।ତେବେ ଦିଲ୍ଲୀପ ନିଜ ସହ ବିଜୟ ମହାପାତ୍ରଙ୍କ ଲାଗି ମଧ୍ୟ ନବୀନଙ୍କ ସହ ଡାଇରେକ୍ଟ ଆଲୋଚନା କରିଛନ୍ତି ବୋଲି ଶୁଣିବାକୁ ମିଳୁଛି।ଅନ୍ୟପଟେ ପ୍ରତିଭାବାନ୍ ରାଜନେତାଙ୍କୁ କୌଶଳ କରି ବିଜେଡ଼ିରୁ ତଡ଼ି ଦେଇଥିବା ନବୀନ,ବିଜୟ ମହାପାତ୍ରଙ୍କୁ ନେଇ ବିବ୍ରତ।ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ କେନ୍ଦ୍ରାପଡ଼ା ଠାରୁ ରାଜ୍ୟ ରାଜନୀତି ଉଲଟ ପାଲଟ ହୋଇ ଗଲାଣି। ବୈଜୟନ୍ତଙ୍କୁ ଚେକ୍ ଦେବା ଲାଗି ଦିଲ୍ଲୀପ ଓ ବିଜୟଙ୍କୁ ବିଜେଡିରେ ମିଶାଇବାକୁ ଚିନ୍ତା କରୁଛନ୍ତି ନବୀନ। ଏହା ପୂର୍ବରୁ ଗତ ନଭେମ୍ବର ୩୦ରେ ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ।ସେହି ଦିନ ବିଜୟ ମହାପାତ୍ର ମଧ୍ୟ ବିଜେପିରୁ ଇସ୍ତଫା ଦେଇଥିଲେ। ତେବେ ପ୍ରମୋଦ ମହାଜନଙ୍କ ବଳରେ ବଳୀୟାନ ଥିଲା ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସବୁଠୁ ବଡ଼ ଝଟକା ଦେଇଥିଲେ ବିଜୟ-ନବୀନ।
ନବୀନ-କଂଗ୍ରେସ ଡିଲ୍ ଫ୍ଲପ ହୋଇଥିଲା
୨୦୦୨ ମସିହାର ୨୭ମାର୍ଚ୍ଚ ଥିଲା ଓଡ଼ିଶା ରାଜନୈତିକ ଇତିହାସର ଅତି ରୋଚକ ଦିନ। ୪ଟି ରାଜ୍ୟସଭା ଆସନ ପାଇଁ ଲଢ଼େଇ କରୁଥିଲେ ୫ଜଣ। ବିଜୟୀ ହୋଇଥିଲେ ବିଜେଡିର ସୁଶ୍ରୀ ଦେବୀ ଓ ପ୍ରମିଳା ବହିଦାର।ବିଜୟୀ ହୋଇଥିବା ପୁରୁଷ ପ୍ରାର୍ଥୀ ସୁରେନ୍ଦ୍ର ଲାଠ ଓ ଦିଲ୍ଲୀପ ରାୟ ଥିଲେ ପଶ୍ଚିମ ଓଡ଼ିଶାର।ନବୀନଙ୍କୁ ଚାଲେଞ୍ଜ ଦେଇ ସ୍ୱାଧିନ ଭାବେ ଲଢ଼ି ନିଜ ଜିଲ୍ଲା ସୁନ୍ଦରଗଡ଼ର କଂଗ୍ରେସ ନେତା ମୋରିସ କୁଜୁରଙ୍କୁ ହରାଇଥିଲେ ଦିଲ୍ଲୀପ।
୨୮ ବିଧାୟକଙ୍କ ସମର୍ଥନ ପାଇ ଦିଲ୍ଲୀପ,ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଦିଲ୍ଲୀପଙ୍କୁ ହରାଇବା ପାଇଁ କଂଗ୍ରେସ ସହ ନବୀନ ଡିଲ୍ କରିଥିବାର ଆଲୋଚନା ହୋଇଥିଲା। ହେଲେ ବିଚକ୍ଷଣ ଦିଲ୍ଲୀପ,କଂଗ୍ରେସ ବିଧାୟକ ଦଳରେ ଫାଟ କରିଥିଲେ। ଫଳରେ ୨୫କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ମୋରିସ କୁଜୁରୁଙ୍କୁ ମିଳିଥିଲା ୨୩ଜଣଙ୍କ ଭୋଟ୍। ୧୦ବିଜେଡି ବିଧାୟକଙ୍କ ଭୋଟ୍ ମଧ୍ୟ ପଡ଼ିଥିଲା ଦିଲ୍ଲୀପଙ୍କ ସପକ୍ଷରେ।ବିଜେପି ଏବଂ ସ୍ୱାଧିନ ବିଧାୟକଙ୍କ ମଧ୍ୟ ଦିଲ୍ଲୀପଙ୍କୁ ସମର୍ଥନ ଦେଇଥିଲେ।ନବୀନଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଅଦୈତ ପ୍ରସାଦ ସିଂହଦେଓଙ୍କ ଭୋଟ ନାକଚ ହେବା ଏବଂ ଜେଡି(ଏସ)ର ଅଶୋକ ଦାସ ଓ ସିପିଏମର ପ୍ରଦୀପ୍ତ ପଣ୍ଡା ଭୋଟରେ ଭାଗ ନନେବା ଦିଲ୍ଲୀପଙ୍କ ଜିତିବାକୁ ସହଜ କରିଥିଲା।

NAVEEN-GREETS-DILIP-RAY
ନିର୍ବାଚିତ ହେବା ପରେ ଦିଲ୍ଲୀପଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ନବୀନ ରାଜନୈତିକ ପରାଜୟ
ଦିଲ୍ଲୀପଙ୍କ ବିଜୟରେ ପରାଜିତ ପ୍ରାର୍ଥୀ ମୋରିସ କୁଜୁରୁଙ୍କୁ ଅପେକ୍ଷା ଅଧିକ ଦୁଃଖୀ ଥିଲେ ନବୀନ। କାରଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପର ଦିନ,ଦିଲ୍ଲୀପଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ ନବୀନ। ଆଉ ଦିଲ୍ଲୀପଙ୍କୁ ହରାଇବା ଲାଗି ବିଜେଡିର ୭୩ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ କଂଗ୍ରେସ ପ୍ରାର୍ଥୀଙ୍କୁ ମୋରିସ କୁଜୁରୁଙ୍କୁ ଭୋଟ ଦେବେ ବୋଲି ସ୍ଥିର ହୋଇଥିବାର ଚର୍ଚ୍ଚା ହୁଏ। କିନ୍ତୁ ନବୀନଙ୍କ ସବୁ ହିସାବକୁ ଗଡ଼ବଡ କରି ଦେଇଥିଲେ ଦିଲ୍ଲୀପ,ଆଉ ତାଙ୍କୁ ସହଯୋଗ କରିଥିଲେ ବିଜୟ ମହାପାତ୍ର।ହେଲେଏବେ ରାଜନୈତିକ ବାଧ୍ୟବାଧକତା,ବୋଧହୁଏ ନବୀନ-ବିଜୟ-ଦିଲ୍ଲୀପଙ୍କୁ ପୁଣି ଏକାଠି କରିପାରେ!

BIJOY MOHAPATRABJDDILIP RAYNaveen NiwasNaveen Patnaik
Tweet
0
BJPରେ ଦାମ:ଜଗତସିଂହପୁର ଲୁଣି ପାଣିରେ ଫୁଟିବ କି ପଦ୍ମ?
ପଶ୍ଚିମ ଓଡ଼ିଶାରୁ CM ହୋଇଥିବା 3ଜଣ, 5ବର୍ଷିଆ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.