ଗୋପଳପୁରରୁ କିଏ?

ରାଜ୍ୟ ରାଜନୀତିରେ କିଛି ଘଟଣା ହଟଚମକ ସୃଷ୍ଟି କରି ରୁପରେଖ ବଦଳାଇ ଦେଇଛି। ସୁବିଧାବାଦର ନୀତି ଭାବେ ପରିଚିତ ରାଜନୀତିର ରଣାଙ୍ଗନରେ ଆସନର ଲଢ଼େଇରେ ଅସ୍ଥିରତା ଏକ ନିରନ୍ତର ପ୍ରକ୍ରିୟା ସାଜିଛି। ରାଜନୀତିର ଚକ୍ରବ୍ୟିହ୍ୱ ଭିତରେ ଏବେ ଛନ୍ଦି ହୋଇଛନ୍ତି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟ ପାଠକଙ୍କ ସହ ସମ୍ପୃକ୍ତି ସହିତ ବିଭିନ୍ନ ଠକେଇ ମାମଲାରେ ପୁଲିସ୍ ତାଙ୍କୁ ଗିରଫ କରିବା ସହ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି। ୨୦୦୯,୨୦୧୪ ଓ୨୦୧୯ ନିର୍ବାଚନରେ ସେ ବିଜେଡିରୁ ଟିକେଟ ପାଇ ଗୋପାଳପୁର ଆସନରୁ ନିର୍ବାଚିତ ହୋଇଥିଲେ। ସେ ବିଜେଡିରୁ ବହିଷ୍କୃତର ହେଲା ପରେ ବିଜେଡି ଟିକଟ ନ ପାଇବା ଏକପ୍ରକାର ନିଶ୍ଚିନ୍ତ ହୋଇଥିଲା ବେଳେ ଗୋପାଳପୁରରେ କିଏ ତାଙ୍କର ସ୍ଥାନ ନେବ ସେ ନେଇ ରାଜନୈତୀକ ଚର୍ଚ୍ଚା ଜୋର୍ ଧରିଛି।

ବିଦା କଲା ବିଜେଡି କୋଳେଇ ନେବ କି ବିଜେପି ?
ପ୍ରଦିପ ପାଣିଗ୍ରାହୀଙ୍କ ରାଜନୈତିକ ସ୍ଥିତିକୁ ନେଇ ଏବେ ବିଭିନ୍ନ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ବିଧାନସଭା ବିଜେଡି ତାଲିକାରୁ ତାଙ୍କ ନାଁ କୁ ହଟେଇ ଦିଆଯାଇଛି। ତାଙ୍କ ନାଁ ଜାଗାରେ ବହିସ୍କୃତ ବିଜେଡି ବିଧାୟକ ବୋଲି ଲେଖା ଯାଇଛି। ସେ ବିଜେଡିରୁ ବହିଷ୍କୃତ ହେଲାପରେ ବିଜେପି ତାଙ୍କୁ କୋଳେଇ ନେବ କି?ଏଭଳି ପ୍ରଶ୍ନ ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି। କିଛିଦିନ ତଳେ ସେ ମୋଦିଙ୍କ ଭୁରିଭୁରି ପ୍ରଶଂସା କରିଥିଲେ।ତେଣୁ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡିରୁ ବିଦା ହୋଇଥିବା ଏହି ଦାଗୀ ବିଧାୟକଙ୍କୁ ବିଜେପି ସ୍ଥାନ ଦେଉଛି କି ନାହିଁ ତାକୁ ନେଇ ରାଜନୈତୀକ ଗୁଞ୍ଜରଣ ସୃଷ୍ଟି ହୋଇଛି।

କିଏ ନେବ ପ୍ରଦିପଙ୍କ ସ୍ଥାନ
୨୦୦୯,୨୦୧୪ ଓ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ବିଜେଡି ଟିକେଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ଗ୍ରାମ୍ୟ ଉନ୍ନୟନ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ଉଚ୍ଚଶିକ୍ଷା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଛନ୍ତି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଗିରଫ ହେବା ସହିତ କଳଙ୍କ ମୁଣ୍ଡାଇଛନ୍ତି ପ୍ରଦୀପ ପାଣିଗ୍ରାହୀ।ଏବେ ପ୍ରଦିପଙ୍କ ଜାଗାରେ ବିଜେଡି କାହାକୁ ପ୍ରାର୍ଥି କରିବ ସେ ନେଇ ରାଜନୈତୀକ ଅଙ୍କକଶା ଚାଲିଛି। ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଦିପଙ୍କୁ ରିପ୍ଲେସ କରି ନବୀନଙ୍କ ମନ ଜିତୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us