Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!

By admin • April 16, 2019 • ନ୍ୟୁଜ୍, ପଲିଟିକ୍ସ
Aska-ByElection

ବିଭିନ୍ନ ଜାତୀୟ ଗଣମାଧ୍ୟମର ଓପିନିଅନ୍ ପୋଲ ରିପୋର୍ଟ କହୁଛି ଓଡ଼ିଶାର ଅଧିକାଂଶ ଲୋକସଭା ଆସନରେ ବିଜେପି ବିଜୟୀ ହେବ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ତ୍ରିପୁରା ପରି ଓଡ଼ିଶାରେ ସରକାର ବଦଳିବ। ଏମିତି ମଧ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ବିଜେଡିର ନିଜସ୍ୱ ସର୍ଭେ ରିପୋର୍ଟ ଶାସକ ଦଳ ବିରୋଧରେ ଗଲା ପରି ଲାଗୁଥିଲା।ସର୍ଭେକାରୀ ସଂସ୍ଥା ଏବଂ ରାଜ୍ୟର ଗୁଇନ୍ଦା ବିଭାଗର ରିପୋର୍ଟ ବିଜେଡିକୁ ୭୫ରୁ ୮୫ବିଧାନସଭା ଆସନରେ ବିଜୟୀ ହେବାର ରିପୋର୍ଟ ଦେଇଥିବାର ଶୁଣିବାକୁ ମିଳୁଛି।କିନ୍ତୁ ସର୍ଭେ ରିପୋର୍ଟ ଆସିବା ପରେ ପାକିସ୍ତାନର ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ମୋଦିଙ୍କ ଲୋକପ୍ରିୟତାକୁ ବୃଦ୍ଧି କଲା।ଏହା ଟେନସନ୍ ବଢ଼ାଇଲା ବିଜେଡି ଟିମର।
ବିଜେପୁର-ମହିଳା କାର୍ଡ
ଲଗାତାର ୨ଥର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଉଥିବା ବିଜେଡିକୁ ଏଥର ମ୍ୟାଜିକ୍ ନମ୍ବର ୭୪ ମିଳି ନପାରେ ବୋଲି ଆଭାସ ମିଳିଲା। ଯାହାକୁ ନେଇ ବିଜେଡିର କୋର୍ ଟିମ୍ ପ୍ରସ୍ତୁତ କରିଲେ ରଣନୀତି।ହିଞ୍ଜିଳି ସହ ବିଜେପୁର ଆସନରୁ ନବୀନ ପଟ୍ଟନାୟକ ଦାଖଲ କଲେ ପ୍ରାର୍ଥୀପତ୍ର।ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଫଳରେ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନ ବିଜେଡିର ଖାତାକୁ ଯିବ ବୋଲି ଶାସକ ଦଳ ପାଖରେ ପକ୍କା ଖବର ରହିଲା।ସେହିଭଳି ବିଜେପୁରରେ ନବୀନ ପ୍ରାର୍ଥୀ ହେବା ଯୋଗୁଁ ବରଗଡ଼ ଜିଲ୍ଲାର ସମସ୍ତ ୫ଟି ଆସନ ବିଜେଡି ଜିତିପାରେ।ତେବେ ଗଞ୍ଜାମ ଓ ବରଗଡ଼ରେ ଏକପାଖିଆ ବିଜୟ ସତ୍ତ୍ୱେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଜେଡିକୁ କଦାପି ସହଜ ହେବ ନାହିଁ ବୋଲି ଆକଳନ କହିଲା।ଫଳରେ ବିଜେଡିର କୋର୍ ଟିମ୍ ଖେଳିଥିଲେ ମହିଳା କାର୍ଡ। ଲୋକସଭାରେ ୭ ଏବଂ ବିଧାନସଭାରେ ୧୭ଜଣ ମହିଳାଙ୍କୁ ପ୍ରାର୍ଥୀ କଲା ଦଳ। କିନ୍ତୁ ଚର୍ଚ୍ଚାରେ ରହିଲେ ଆସ୍କା ଲୋକସଭା ଆସନର ପ୍ରାର୍ଥୀ ପ୍ରମିଳା ବିଷୋୟୀ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ପ୍ରମିଳା, ନବୀନଙ୍କର ଥିଲେ ଟ୍ରମ୍ପ କାର୍ଡ।
ବିରୋଧି ଦଳ ନେତା ପଦ ଅଡୁଆ
ଅପରପକ୍ଷରେ ଯଦି ବିଜେଡିକୁ ୭୪ଟି ବିଧାନସଭା ଆସନ ନମିଳେ ତେବେ ସ୍ଥିତି କଣ ହେବ?ହୁଏତ କଂଗ୍ରେସ ସମର୍ଥନରେ ବିଜେଡି ସରକାର ଗଢ଼ିପାରେ ଏବଂ ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।ସେଭଳି ପରିସ୍ଥିତି ଯଦି ଉପୁଜେ ଏବଂ କଂଗ୍ରେସ ବିଧାୟକଙ୍କ ମନୋଭାବ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିରୋଧରେ ଯାଏ,ତାହେଲେ ନବୀନଙ୍କ ପାଇଁ ଅଡୁଆ ହୋଇପାରେ।ବାଧ୍ୟ ହୋଇ ବିରୋଧି ଦଳ ଆସନରେ ବିଜେଡିକୁ ବସିବାକୁ ପଡିପାରେ।ହେଲେ ବିରୋଧି ଦଳ ନେତା ପଦ ନବୀନଙ୍କ ପାଇଁ ସହଜ ହେବ ନାହିଁ।କାରଣ ବିରୋଧି ଦଳ ନେତାଙ୍କ ସାମ୍ବିଧାନିକ ବିଧିବ୍ୟବସ୍ଥା ଉପରେ ଯଥେଷ୍ଟ ଜ୍ଞାନ ରହିବା ଦରକାର।ବିଧାନସଭାରେ ଅନେକ ପ୍ରସଙ୍ଗ ତତକ୍ଷଣାତ୍ ଉଠାଇବା ଦରକାର।ବିଧାନସଭା ଚାଲିଥିବା ସମୟରେ ବିରୋଧି ଦଳ ନେତା ଗୃହରେ ସର୍ବାଧିକ ସମୟ ରହିବା ଜରୁରୀ।ଯାହାକି ନବୀନଙ୍କ ପକ୍ଷରେ ସମ୍ଭବ ହୋଇନପାରେ।କାରଣ ଦୀର୍ଘ ୧୯ବର୍ଷ ହେବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେବାକୁ ଥିବା ଉତ୍ତର,ଅଧିକାଂଶ ସମୟରେ ଅନ୍ୟ ମନ୍ତ୍ରୀମାନେ ଦେଉଛନ୍ତି।
ପ୍ରମିଳା ଦେବେ ଇସ୍ଥଫା!
ତେଣୁ ବିରୋଧି ଦଳ ନେତା ପଦରେ ବସିବାକୁ ନବୀନ ଅମଙ୍ଗ ହୋଇପାରନ୍ତି।ସେଭଳି ସ୍ଥିତିରେ ଲୋକସଭାକୁ ବିକଳ୍ପ ଭାବେ ଯୋଜନା କରିଛନ୍ତି ନବୀନଙ୍କ ଖାସ୍ ଅନୁଗତମାନେ।ସେହି ହିସାବରେ ଆସ୍କା ଲୋକସଭା ଆସନକୁ ସୁରକ୍ଷିତ କରାଯାଉଛି।ଯଦି ବିଜେଡିର ସରକାର ଓଡ଼ିଶାରେ ଗଠନ ନହୁଏ ତେବେ ପ୍ରମିଳା ବିଷୋୟୀ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ଇସ୍ତଫା ଦେବାକୁ ପଡିପାରେ। ଆଉ ଆସ୍କା ଲୋକସଭାରେ ଉପନିର୍ବାଚନ ହେଲେ ସହଜରେ ନବୀନ ଦିଲ୍ଲୀ ଦରବାରକୁ ଯାଇ ପାରିବେ।
ଆସ୍କାରୁ ନବୀନଙ୍କ ଇନିଂସ ଆରମ୍ଭ
ଏମିତି ଦେଖିଲେ ବିଜେଡିର ଅନ୍ୟ ଲୋକସଭା ସାଂସଦମାନେ ମଧ୍ୟ ନବୀନଙ୍କ ପାଇଁ ଇସ୍ତଫା ଦେଇପାରିବେ।କିନ୍ତୁ ନବୀନଙ୍କ  ରାଜନୀତିର ଏଣ୍ଟ୍ରି ପଏଣ୍ଟ ଥିଲା ଆସ୍କା ଲୋକସଭା।ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଉପନିର୍ବାଚନରେ ଆସ୍କାରୁ ବିଜୟୀ ହୋଇ ପ୍ରଥମ ଥର ପାଇଁ ଲୋକସଭା ଯାଇଥିଲେ ନବୀନ।ଆସ୍କା ସହ ବିଜୁ ପରିବାରର ପୁରୁଣା ସଂପର୍କ।୧୯୯୫ରେ ବିଜୁ ପଟ୍ଟାନାୟକ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଆସ୍କା ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ଯଦିଓ ବିଜୁ ପଟ୍ଟନାୟକ ଆସ୍କା ସହ କଟକ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ କିନ୍ତୁ ଦିଲ୍ଲୀ ରାଜନୀତି ପାଇଁ ଆସ୍କାକୁ ବାଛିଥିଲେ ବିଜୁ ବାବୁ।ତାହେଲେ ବାପାଙ୍କ ପରି ନବୀନ ପଟ୍ଟନାୟକ ମଧ୍ୟ କଣ ଆସ୍କା ଦେଇ ପୁଣି ଦିଲ୍ଲୀ ଯିବେ? ଯଦି ଏହି ପୂର୍ବାନୁମାନ ସତ ହୁଏ ତେବେ ଆସ୍କା ଦେଖିବ ପୁଣି ଏକ ଉପନିର୍ବାଚନ!
ପଢ଼ନ୍ତୁ-ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ?

2019 ElectionsAska LokasabhnaBye ElectionNaveen PatnaikOpposition Leader
Tweet
0
ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ?
ବଲାଙ୍ଗିରରେ ଶୁଭୁଛି ରାଜସ୍ଥାନ ସ୍ଲୋଗାନ: ସଂଗୀତାଙ୍କୁ ସୁହାଇବ କି ମୋଦି ହାଓ୍ୱା?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.