ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହେବାକୁ ଯାଉଛି ମହାଅଧ୍ୟାୟ। ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କର ପତନ ଘଟିଛି। ତମାମ ରାଜନୈତିକ ପଶାପାଲି ମଧ୍ୟରେ ସଂଖ୍ୟା ଗରିଷ୍ଠତା ହରାଇ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ବିଦ୍ରୋହୀ ବିଧାୟକଙ୍କ ମୁଖ୍ୟ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ମିଶି ସରକାର ଗଠନ କରିବା ନେଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି।
ମଙ୍ଗ ସମ୍ଭାଳିବେ ଫଡ଼ନାବିସ୍ ଓ ସିନ୍ଧେ
ମହାରାଷ୍ଟ୍ର ରାଜନୀତିରେ ବଡ ପରିବର୍ତ୍ତନ ଘଟିଛି। ଉଦ୍ଧବ ଠାକରେ ବୁଧବାର ଫ୍ଲୋର ଟେଷ୍ଟ ପୁର୍ବରୁ ହିଁ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେଇଥିବାବେଳେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଚର୍ଚ୍ଚା ଜୋର ଧରିଛି। ଉଦ୍ଧବଙ୍କ ଇସ୍ତଫା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଓ ଏକନାଥ ସିନ୍ଦେଙ୍କ ଯୁଗଳବନ୍ଦୀରେ ସରକାର ଗଠନ ହୋଇପାରେ।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହିସାବରେ ଦେବେନ୍ଦ୍ର ଫଡ଼ନାଭିସ୍ ହାଇଦ୍ରାବାଦରେ ହେବାକୁ ଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି।
ମହାରାଷ୍ଟ୍ର ମହାନାଟକ:ବିଫଳ ହେଲା ମେଣ୍ଟ ରାଜନୀତି
ମହାରାଷ୍ଟ୍ରରେ ୨୦୧୯ରେ ଶିବସେନା ଶାସନ କ୍ଷମତାକୁ ଆସିଥିଲା। ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ। ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା। ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ କିଛି ଦିନ ତଳେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ବିଦ୍ରୋହୀ ଭୂମିକାରେ ଆସି କିଛି ବିଧାକୟଙ୍କୁ ସାଙ୍ଗରେ ଧରି ମୁମ୍ବାଇ ବାହାରକୁ ନେଇଯାଇଥିଲେ। ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ସିନ୍ଦେଙ୍କର ଏକ ପ୍ରକାର ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା। ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାରଙ୍କ ପତନ ଘଟିଥିଲା।