ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର କସରତ ଚାଲିଛି। NDA ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ନେତ୍ରୀଙ୍କୁ ପ୍ରାର୍ଥି କରିଛି। ବିରୋଧୀ ପ୍ରାର୍ଥି ହୋଇଛନ୍ତି ଯଶୱନ୍ତ ସିହ୍ନା। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ଜିତିବା ମଧ୍ୟ ଏକପ୍ରକାର ସୁନିଶ୍ଚିନ୍ତ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନ ସହିତ ଉପରାଷ୍ଟ୍ରପତି ପଦ ପାଇଁ ଆନୁଷ୍ଠାନିକ କାର୍ଯ୍ୟସୂଚୀ ଘୋଷିତ ହେବା ପରେ କିଏ ପରବର୍ତ୍ତି ଉପରାଷ୍ଟ୍ରପତି ହେବେ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାଷ୍ଟ୍ରପତିରେ ଆଦିବାସୀ କାର୍ଡ ପରେ ସଂଖ୍ୟାଲଘୁ କାର୍ଡ ଖେଳିବେ କି ମୋଦି
ଉପରାଷ୍ଟ୍ରପତି କ୍ଷେତ୍ରରେ ମଧ୍ୟ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ NDAପ୍ରାର୍ଥିଙ୍କ ବିଜୟ ସୁନିଶ୍ଚିତ। ଏବେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ। ଆରିଫ୍ଙ୍କ ନାଁ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ଆଲୋଚିତ ହେଉଥିଲାଏବେ ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଭାଜପା ମନୋନୀତ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ମାସରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳଶେଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୯ ନାମାଙ୍କନ ଦାଖଲର ଶେଷ ଚାରିଖ ହୋଇଥିଲା ବେଳେ ଜୁଲାଇ ୨୨ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।ଏହା ସହିତ ଅଗଷ୍ଟ ୬ରେ ଭୋଟ୍ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ। ନୂଆ ରାଷ୍ଟ୍ରପତି ପଦରେ ଆଦିବାସୀ ଏବଂ ଉପରାଷ୍ଟ୍ରପତି ପଦରେ ଜଣେ ମୁସଲିମ୍ଙ୍କୁ ବସାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ବଡ଼ ବାର୍ତ୍ତା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।