ପଲିଟିକ୍ସ

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

MAHANGA MOOD

ଭୁବନେଶ୍ୱର: ଭାରତର ରାଜନୈତିକ ମୁଡ୍ ଦର୍ଶାଇଥାଏ ଉତ୍ତରପ୍ରଦେଶ ବାରଣାସୀର ଗଙ୍ଗା ଘାଟ । ଏଠାକୁ ଅସ୍ଥି ବିସର୍ଜନ ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକ ଆସନ୍ତି। ସେହି ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତି ରାଜନୀତିରେ ରୁଚି ରଖୁଥିବା ଉତ୍ତର ପ୍ରଦେଶର ନାଉରିଆ। ଆଉ ସେହି ନାଉରିଆଙ୍କ ଠାରୁ ତଥ୍ୟ ସଂଗ୍ରହ କରି ରାଜନୈତିକ ଭବିଷ୍ୟବାଣୀ କରିଥାନ୍ତି ଦେଶର ନାଁକରା ଓପିନିଅନ୍ ପୋଲ୍ ସର୍ଭେକାରୀ ସଂସ୍ଥା; ଯାହା ପ୍ରାୟତଃ ଠିକ୍ ହୋଇଥାଏ। ୟୁପିର ବାରଣାସୀ ପରି, ମାହାଙ୍ଗାରୁ ଓଡ଼ିଶା ରାଜନୀତିର ଗୁରୁତ୍ୱପୂର୍ଣ୍ଣ ଆଭାସ ମିଳିଥାଏ। କଟକ ଜିଲ୍ଲାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ହିଁ ନିର୍ଣ୍ଣୟ କରିଥାଏ, ଓଡ଼ିଶାରେ କେଉଁ ଦଳ ସରକାର ଗଢ଼ିବ। ମାହାଙ୍ଗା ରାଜନୀତିର ଇତିହାସ କହୁଛି ଏଠାରୁ ଯେଉଁ ଦଳ ଜିତିଛି, ସେହି ଦଳ ରାଜ୍ୟର ଶାସନ ଗାଦିରେ ବସିଛି। ଶରତ କରଙ୍କ ଠାରୁ ପ୍ରତାପ ଜେନାଙ୍କ ପର୍ଯ୍ୟନ୍ତ, ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇଛନ୍ତି। ଜେବି ପଟ୍ଟନାୟକଙ୍କୁ ୩ଥର ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଛନ୍ତି ମାହାଙ୍ଗାର କଂଗ୍ରେସ ବିଧାୟକ ସେକ୍ ମତଲୁବ ଅଲ୍ଲୀ।JB PATTNAIK -MATLUB ALIନବକୃଷ୍ଣଙ୍କ ଠାରୁ ଅଣକଂଗ୍ରେସ ସରକାର
୧୯୫୨ରେ କଂଗ୍ରେସରେ ମହମ୍ମଦ ଅତହାର ମାହଙ୍ଗାରେ ଜିତିଥିଲେ।ଆଉ ସେ ସମୟରେ ରାଜ୍ୟରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ହୋଇଥିଲା। ୧୯୬୧ରେ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ରନାଥ ପଟ୍ଟନାୟକ ବିଜୟୀ ହୋଇଥିଲେ,ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୁ ପଟ୍ଟନାୟକ। ସେହିଭଳି ୧୯୬୭ରେ ହରେକୃଷ୍ଣ ମହତାବଙ୍କ ଆଞ୍ଚଳିକ ଦଳ ଜନକଂଗ୍ରେସର ସମର୍ଥନରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ନିର୍ବାଚନରେ ମାହାଙ୍ଗା ଭୋଟର ପ୍ରଜା ସୋସିଆଲିଷ୍ଟ ପାର୍ଟିର ବିରଜା ପ୍ରସାଦ ରାୟଙ୍କୁ ଜିତାଇଥିଲେ । ଆଉ ୧୯୭୧ ନିର୍ବାଚନ ବେଳକୁ ବିଜୁ ପଟ୍ଟନାୟକ ନିଜର ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଗଠନ କରିଥିଲେ। ମାହାଙ୍ଗା ଭୋଟର ବିଜୁଙ୍କ ପ୍ରାର୍ଥୀ ଶରତ କରଙ୍କୁ ବିଜୟୀ କରାଇଥିଲେ । ସେହି ସମୟରେ ବିଜୁଙ୍କ ଉତ୍କଳ କଂଗ୍ରେସ ଓ ସୂତନ୍ତ୍ର ପାର୍ଟିର ମେଣ୍ଟ ସରକାରକୁ, ବିଶ୍ୱନାଥ ଦାଶ ନେତୃତ୍ୱ ପ୍ରଦାନ କରିଥିଲେ।BIJU PATTNAIK-SARAT KARବିଜୁଙ୍କୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ କଲା
ପରବର୍ତ୍ତି ନିର୍ବାଚନରେ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହୋଇଥିଲା। ମାହାଙ୍ଗା ଭୋଟର ମଧ୍ୟ କଂଗ୍ରେସ ପ୍ରାର୍ଥୀ ସେକ୍ ମତଲୁବ୍ ଅଲ୍ଲୀଙ୍କୁ ବିଜୟୀ କରାଇଥିଲେ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ନିର୍ବାଚନରେ ଓଡ଼ିଶାରେ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ମାହାଙ୍ଗା ଭୋଟର ମଧ୍ୟ ନିଜ ମତଦାନ ଶୈଳୀକୁ ବଳବତ୍ତ ରଖି ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ୍ତ କିଶୋର ଦାଶଙ୍କୁ ବିଜୟୀ କରିଥିଲେ। ସେହିପରି ୧୯୮୦ ଓ ୧୯୮୫ରେ କଂଗ୍ରେସର ହେଭିୱେଟ୍ ସେକ୍ ମତଲୁବ୍ ଅଲ୍ଲୀ ମାହାଙ୍ଗାରୁ ବିଜୟୀ ହୋଇଥିଲେ। ସେପଟେ ଜାନକୀ ବଲ୍ଲବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୧୯୯୦ ନିର୍ବାଚନରେ ଅଣକଂଗ୍ରେସର ଲଢ଼ୁଆ ନେତା ଶରତ କର ମାହାଙ୍ଗାରୁ ବିଜୟୀ ହେଲେ। ଫଳରେ ଜନତା ଦଳର ନେତା ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଲେ । ତେବେ ୧୯୯୫ରେ ଶରତ କରଙ୍କ ପରାଜୟ, ଯେପରି ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିବାକୁ ନିମନ୍ତ୍ରଣ କରିଥିଲାNAVEEN PATNAIK -PRATAP୨୦୦୦ରୁ ନବୀନଙ୍କୁ ଗ୍ରୀନ୍ ସିଗନାଲ୍
ଅପରପକ୍ଷରେ ୨୦୦୦ରୁ ଲାଗୁଛି ମାହାଙ୍ଗା ଭୋଟର ଯେପରି ଫତଓ୍ୱା ଜାରି କରିଛନ୍ତି। ସେବେଠୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜ୍ ଚାଲିଛି । ପ୍ରଥମେ ଶରତ କର ବିଜୟୀ ହୋଇ ବାଚସ୍ପତି ହେଲେ। ୨୦୦୪ ନିର୍ବାଚନରେ ତାଙ୍କ ଟିକେଟ୍ କଟିବା ପରେ ମଧ୍ୟ କଂଗ୍ରେସ ହେଭିଓ୍ୱେଟ୍ ନେତା ସେକ୍ ମତଲୁବ୍ ଅଲ୍ଲୀ ଜିତି ପାରିନଥିଲେ। ଅଥଚ ବିଜେଡିର ଅନାମଧେୟ ନେତା ବିକ୍ରମ କେଶରୀ ବର୍ମା ଜିତିଥିଲେ ଏବଂ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଗଲେ। ପରେ ପ୍ରତାପ ଜେନା ୨୦୦୯ରୁ ମାହାଙ୍ଗାକୁ ଲଗାତର ପ୍ରତିନିଧିତ୍ୱ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଉଛନ୍ତି ।
ମାହାଙ୍ଗା ପଲିଟିକ୍ସ ହଲଚଲ
ଓଡ଼ିଶା ରାଜନୈତିକ ପାଣିପାଗ ବଦଳିବାର ଆଭାସ ମିଳିଲାଣି, କାରଣ ମାହାଙ୍ଗା ପଲଟିକ୍ସ ହଲଚଲ ହେଲାଣି। ବିଜେଡିର ବହିଷ୍କୃତ ବିଧାୟକ ଦାମଦୋର ରାଉତ, ମାହାଙ୍ଗାରୁ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ଏହାରି ଭିତରେ ସ୍ଥାନୀୟ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ, ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ବୈଜୟନ୍ତଙ୍କ ଷ୍ଟ୍ରଙ୍ଗ୍ ନେଟୱାର୍କ ମାହାଙ୍ଗାରେ ରହିଛି। ସେପଟେ ଶାରଦା ଓରଫ ବୁଲୁ ପ୍ରଧାନ ବିଜେପିରେ ମିଶିଛନ୍ତିDharmendra-Bulu-Pradhan୨୦୧୪ ନିର୍ବାଚନରେ ବୁଲୁ ପ୍ରଧାନ ସ୍ୱାଧୀନ ଭାବେ ଲଢ଼ି ୬୧ହଜାର ୬୫୭ଭୋଟ୍ ପାଇ, ପ୍ରତାପ ଜେନାଙ୍କୁ କଡା ଟକ୍କର ଦେଇଥିଲେ। ସେପଟେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ନିଶ୍ଚିନ୍ତ କୋଇଲି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ବିଜେପି ବିଜୟୀ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ବିଜେପି ୫୦ହଜାର ୮୪୨ଭୋଟ୍ ପାଇଛି। ବୁଲୁ ପ୍ରଧାନଙ୍କ ବିଜେପିରେ ମିଶିବା ପରେ ମାହାଙ୍ଗାରେ ବିଜେଡି ଜିତିବା, ସହଜ ହେବନି। ବୁଲୁ ପ୍ରଧାନଙ୍କ ଜରିଆରେ ମାହାଙ୍ଗାକୁ ଅକ୍ତିଆର କରି ଓଡ଼ିଶା ଶାସନ ଗାଦିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ବିଜେପି। ତାହେଲେ ଓଡ଼ିଶା ବିଜେପିର ଫେସ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ହେବା, ବୁଲୁଙ୍କ ଜିତିବା ଉପରେ ନିର୍ଭର କରୁଛି !
ମାହାଙ୍ଗା ରାଜନୈତିକ ବିରାସତ୍
ମସିହା ବିଧାୟକ  ଦଳ   ମୁଖ୍ୟମନ୍ତ୍ରୀ
୧୯୫୨ମହମ୍ମଦ ଅତହାର    କଂଗ୍ରେସ        ନବକୃଷ୍ଣ ଚୌଧୁରୀ
୧୯୬୧ ସୁରେନ୍ଦ୍ର ପଟ୍ଟନାୟକ କଂଗ୍ରେସ       ବିଜୁ ପଟ୍ଟନାୟକ
୧୯୬୭ ବିରଜା ରାୟ  ପ୍ରଜାସୋସିଆଲିଷ୍ଟ    ଆର.ଏନ ସିଂହଦେଓ
୧୯୭୧ ଶରତ କର        ଉତ୍କଳକଂଗ୍ରେସ   ବିଶ୍ୱନାଥ ଦାଶ
୧୯୭୪ ମତଲୁବ ଅଲ୍ଲୀ    କଂଗ୍ରେସ          ନନ୍ଦିନୀ ଶତପଥୀ
୧୯୭୭ ପ୍ରଦୀପ  ଦାସ      ଜନତା           ନୀଳମଣି ରାଉତରାୟ
୧୯୮୦ ମତଲୁବ ଅଲ୍ଲୀ     କଂଗ୍ରେସ         ଜେବି ପଟ୍ଟନାୟକ
୧୯୮୫ ମତଲୁବ ଅଲ୍ଲୀ     କଂଗ୍ରେସ         ଜେବି ପଟ୍ଟନାୟକ
୧୯୯୦ ଶରତ କର         ଜନତାଦଳ       ବିଜୁ ପଟ୍ଟନାୟକ
୧୯୯୫ ମତଲୁବ ଅଲ୍ଲୀ     କଂଗ୍ରେସ         ଜେବି ପଟ୍ଟନାୟକ
୨୦୦୦ ଶରତ କର         ବିଜେଡି           ନବୀନ ପଟ୍ଟନାୟକ
୨୦୦୪ ବିକ୍ରମ ବର୍ମା        ବିଜେଡି           ନବୀନ ପଟ୍ଟନାୟକ
୨୦୦୯ ପ୍ରତାପ ଜେନା     ବିଜେଡି           ନବୀନ ପଟ୍ଟନାୟକ
୨୦୧୪ ପ୍ରତାପ ଜେନା     ବିଜେଡି           ନବୀନ ପଟ୍ଟନାୟକ

ଏଥିସହ ପଢ଼ନ୍ତୁ-ସ୍ଥିତି ସମ୍ଭାଳିବାରେ ଶର୍ମା ଫେଲ୍! କମିସନର ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼, ଡିଜିପି ବେଳେ ହାଇକୋର୍ଟ ଅଚଳ

You Might Also Like

2 Comments

  • Reply
    ମହନ୍ତ ସୁଧାକର ଦାଶ
    November 26, 2018 at 8:58 pm

    ଜଦି କଂଗ୍ରେସ ବିଜେପି ଓ ବିଜେଡିର ନୀତି ଆଦର୍ଶ ସହିତ ନିଷ୍ପତି ଅପରିବର୍ତିତ ତେବେ ବିଜେଡିର ଜୟ ଜାତ୍ରା ନିଶ୍ଚୟ

  • Reply
    Sachhidananda das
    December 26, 2018 at 5:19 pm

    ଓଡିଶାରେ ପରିବର୍ତ୍ତନ ଦରକାର ।

  • Leave a Reply to ମହନ୍ତ ସୁଧାକର ଦାଶ Cancel Reply