Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସ୍ଥିତି ସମ୍ଭାଳିବାରେ ଶର୍ମା ଫେଲ୍! କମିସନର ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼, ଡିଜିପି ବେଳେ ହାଇକୋର୍ଟ ଅଚଳ

By admin • November 1, 2018 • ନ୍ୟୁଜ୍
DGP-RP-Sharma

ଭୁବନେଶ୍ୱର: ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା,୧୯୮୬ବ୍ୟାଚର ଆଇପିଏସ୍ ଅଫିସର। ବର୍ତ୍ତମାନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପ୍ରାୟ ୧୧ବର୍ଷ ହେବ ଓଡ଼ିଶାରେ କେହି ମନେ ରଖିନଥିଲେ।୨୦୦୨ ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଦିଲ୍ଲୀ ଚାଲି ଯାଇଥିଲେ। ତେବେ ୨୦୧୩ ଅଗଷ୍ଟ ପହିଲାରେ ଭୁବନେଶ୍ୱର-କଟକ ପୋଲିସ କମିସନର ଭାବେ ନିଯୁକ୍ତି ପାଇବା ମାତ୍ରେ, ରାତାରାତି ଦିଲ୍ଲୀରୁ ବାହାରି ଭୁବନେଶ୍ୱର ପହଞ୍ଚି ଦାୟିତ୍ୱ ଗ୍ରହଣ କଲେ ଆରପି ଶର୍ମା। ହସଖୁସିରେ କଥା ହୁଅନ୍ତି, ସାମ୍ବାଦିକଙ୍କ ପ୍ରଶ୍ନରୁ ଉତ୍ତର ଦିଅନ୍ତି। ଲାଗୁଥିଲା, ସେ ଅନ୍ୟ ଆଇପିଏସ୍ ଅଫିସରଙ୍କ ପରି ନୁହନ୍ତି, ବ୍ୟବସ୍ଥାକୁ ବଦଳାଇ ଦେବେ। କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅବା ଲବି ଯୋରଦାର ହେଉ  ୩୧ଅଗଷ୍ଟ, ୨୦୧୭ରେ ଡାକ୍ତର ଶର୍ମାଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କରାଗଲା। ହେଲେ କମିସନର ହୁଅନ୍ତୁ ବା ପୋଲିସ ଡିଜି, ଯେଉଁ ପଦକୁ ବି ଯାଇଛନ୍ତି ଶର୍ମା ଜୀ, ତାଙ୍କର ଦୁଇଟା ଦୋଷ ଦୁର୍ବଳତା ପଦାରେ ପଡିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଡାକ୍ତର ଶର୍ମାଙ୍କ ଗୁଇନ୍ଦା ବିଫଳତା ଏବଂ ତାଙ୍କ ସମୟରେ ଓକିଲଙ୍କୁ ପୋଲିସର ମାଡ଼।POICE ADVOCATES FACE-OFFବୁଗୁଡାରେ ଓକିଲଙ୍କ ମୁଣ୍ଡ ଫଟାଇଲେ
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ପୋଲିସ ମାଡରେ ଆଇନଜୀବୀ ହରପ୍ରସାଦ ଦାଶ ଗୁରୁତର ହୋଇଛନ୍ତି। ନିଜ ମହକିଲଙ୍କ ଜମି ବିବାଦର ଆଲୋଚନା ପାଇଁ, ୧୩ନଭେମ୍ବରରେ ବୁଗୁଡା ଥାନାକୁ ଯାଇଥିବା ବେଳେ,ହରପ୍ରସାଦ ଦାଶ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ,  ଗେଟ୍ ତାଲା ପକାଇ ଥାନା ଭିତରେ ହରପ୍ରସାଦଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ହରପ୍ରସାଦ ଦାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଅନ୍ୟ ଆଇନଜୀବୀମାନେ ହରପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଲେ। ପୋଲିସର ବର୍ବରତା ବିରୋଧରେ ଭଞ୍ଜନଗର ଓ ବୁଗୁଡା ଓକିଲ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।Buguda-Lawyer(ଆଇନଜୀବୀ ହରପ୍ରସାଦ ଦାଶ)
ରାଜଧାନୀ ପୋଲିସରେ ବର୍ବରତା
୨୧ଜୁଲାଇ ୨୦୧୪ରେ ରାଜଧାନୀ ପୋଲିସର ବର୍ବରତା ସବୁ ସୀମା ଟପିଥିଲା। ଆଇନଜୀବୀ ନିହାର ରଞ୍ଜନ ସେଠୀଙ୍କୁ ଏମିତି ବାଡାଇଲେ ଯେ ଡାକ୍ତରଖାନାରେ ସେ ଭର୍ତ୍ତି ହେଲେ। ରାତିରେ ଘରକୁ ଫେରୁଥିବା ବେଳେ ନିହାରଙ୍କୁ ଅଟକାଇ ଥିଲା ପୋଲିସ। ନିଜକୁ ଜଣେ କାର୍ଯ୍ୟରତ ଓକିଲ ବୋଲି ପରିଚୟ ଦେବା ସତ୍ତ୍ୱେ ନିହାରଙ୍କୁ ନିର୍ଧୁମ ପିଟିଥିଲା ଭୁବନେଶ୍ୱର ପୋଲିସ। ଉଗ୍ର ହେଲା ଓକିଲ ଆନ୍ଦୋଳନ, ଜଳାପୋଡା ଠାରୁ ରାସ୍ତାରୋକ। ଅଟକାଇ ପାରିନଥିଲେ ତତ୍କାଳୀନ ପୋଲିସ କମିସନର ଆର.ପି. ଶର୍ମାCuttack Advocates Protestଡିଜିପି ପଦକୁ ଶର୍ମାଙ୍କ ପ୍ରମୋଶନ ପରେ ହାଇକୋର୍ଟ ଓକିଲଙ୍କୁ ପୋଲିସ ପିଟିଲେ। ଗତ ଅଗଷ୍ଟ ୨୮ରେ କଟକର ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ନୂଆ ବଜାର ଓଭରବ୍ରିଜ ନିକଟରେ ଜଣେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହେଲା। ଏହାର ପ୍ରତିବାଦରେ ଅଗଷ୍ଟ ୩୦ରୁ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼
୧୯ଫେବ୍ରୁଆରି ୨୦୧୫; ୧୫ବର୍ଷ ଶାସନରେ ପ୍ରଥମ ଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା। ତାହା ପୁଣି କୌଣସି ସାଧାରଣ ବିରୋଧ ନୁହେଁ, ବରଂ ଅଣ୍ଡା ମାଡ଼। ଯାହା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିଅରେ ଥିଲା ପ୍ରଥମ। ଭୁବନେଶ୍ୱର କେଶରୀ ଟକିଜ ଛକରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟକୁ ଭେଦ କରି କାରକେଡ୍ ଉପରକୁ ଅଣ୍ଡାମାଡ଼ କରିଥିଲେ। ଗୋଟାଏ ଅଣ୍ଡା ନବୀନଙ୍କ କାର ସାମ୍ନା କାଚରେ ବାଜିଥିଲା। ସେ ସମୟରେ ପୋଲିସ କମିସନର ଥିଲେ ରାଜେନ୍ଦ୍ର ଶର୍ମା। ଆଉ ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ଅଣ୍ଡାମାଡ଼ ହେଲା, ସେଠାରୁ କମିସନର ଅଫିସ୍ ମାତ୍ର ୪୦୦ମିଟର ଦୂର।କିନ୍ତୁ କମସିନରେଟ୍ ପୋଲିସ ପାଖରେ ନଥିଲା ଅଣ୍ଡାମାଡ଼ ଯୋଜନାର ଖବର। କାଠଗଡ଼ାରେ ଠିଆ ହେଲା ଡାକ୍ତର ଶର୍ମାଙ୍କ ପାରିବାପଣିଆ।EGG THROWN TO CM CAR୩୧ ଜାନୁଆରି ୨୦୧୮; ବାଲେଶ୍ୱର ତାଳସରୀରେ ଏକ ସାଧାରଣ ସଭାର ଗହଳି ଭିତରୁ ରାଜଶ୍ରୀ କାମିଲା ନାମକ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କଲେ। ଅଣ୍ଡା ନବୀନଙ୍କ ଉପରେ ନବାଜି ମଞ୍ଚରେ ପଡିଥିଲା। ପ୍ରଶ୍ନ ଉଠିଲା, କ’ଣ ଭୁବନେଶ୍ୱର ଓ କଟକ ଡିଜିପି ଅଫିସରେ ସୀମିତ ରହିଯିବାରୁ ପୋଲିସ ମହାନିର୍ଦ୍ଦେଶକ ଶର୍ମାଙ୍କୁ, ବାଲେଶ୍ୱର ଅଣ୍ଡା ମାଡ଼ ସଂପର୍କରେ ଗୁଇନ୍ଦା ଖବର ମିଳି ପାରିଲାନି?
ବିଜେପୁରରେ ଚପଲ ମାଡ଼
୨୦ ଫେବ୍ରୁଆରି ୨୦୧୮; ବିଜେପୁର ଉପନିର୍ବାଚନ ପାଇଁ ବରପାଲିରେ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ମାଡ଼ କଲେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ପଡିବା ପୂର୍ବରୁ ହିଁ ସୁରକ୍ଷାକର୍ମୀ ପ୍ରତିହତ କଲେ। ହେଲେ ବିଜେଡି କାର୍ଯ୍ୟକ୍ରମରେ ପଶି କାର୍ତ୍ତିକ ଚପଲ ମାଡ଼ କରିବେ ବୋଲି କିପରି ଜାଣି ପାରିଲା ନାହିଁ ପୋଲିସ? ପୁଣି ମାନସିକ ଅବସ୍ଥା ଠିକ୍ ନଥିବା କାର୍ତ୍ତିକ କେବେ ପଦମପୁର ଉପ-ଜିଲ୍ଲାପାଳଙ୍କ ଅଫିସ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ହେଉ କି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଦେଖି କଳା ପତାକା ପ୍ରଦର୍ଶନ କରିବା ଖବର ଥିଲା। ତଥାପି ସେହି କାର୍ତ୍ତିକ ଯେ ସଭାରେ ନବୀନଙ୍କୁ ଆକ୍ରମଣ କରିବ, ସେ ଖବର କ’ଣ ଶର୍ମା ଜୀଙ୍କ ଟିମ୍ ରଖିନଥିଲା।
ସାଉଣ୍ଡ ବାଇଟରେ ଆଗରେ,ଗୁଇନ୍ଦାଗିରିରେ ପଛରେ
ଟିଭି ନ୍ୟୁଜ୍ ଚ୍ୟାନେଲରେ ସାଉଣ୍ଡ ବାଇଟ୍ ଦେବା ଯେ ଶର୍ମା ଜୀଙ୍କ ସଉକ, ତାହା ଅଛପା ନୁହେଁ। କମିସନର ଥିବା ସମୟରେ କାଗଜ କଲମ ଜରିଆରେ ଯେଉଁ ପୋଲିସ୍-ପବ୍ଲିକ ଇଣ୍ଟରଫେସ୍ କରୁଥିଲେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଡିଜିପି ହେବା ପରେ ବି ସେହି କାଗଜ କାମ ଓ ଟିଭିରେ ନାମ ସଉକ ରହିଛି ବୋଲି ଚର୍ଚ୍ଚା ଜୋର।RP Sharma PressMeet ଫିଲଡ୍ ସର୍ଭେରେ ଦୁର୍ବଳ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ପୋଲିସ ବର୍ବରତା ଯୋଗୁ ୨ମାସରୁ ଅଧିକ ହେଲାଣି ହାଇକୋର୍ଟ ଠପ୍ ହୋଇଯିବା ତାଙ୍କ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠିବା ସ୍ୱାଭାବିକ। ହେଲେ କିଏ କହିଲେ କ’ଣ ହେବ, ଶର୍ମା ଜୀଙ୍କ ସମୟରେ ଏତେ ଗୁଇନ୍ଦା ବିଫଳତା ସତ୍ତ୍ୱେ, ତାଙ୍କୁ ଛାଡି ପାରୁନାହାନ୍ତି ନବୀନ ବାବୁ।
ଏଥିସହ ପଢ଼ନ୍ତୁ–୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର!

DGP RP SharmaHigh CourtNaveen PatnaikOdisha lawyers’ strike
Tweet
0
ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ; କିନ୍ତୁ ୩ ବର୍ଷରେ ଭାଙ୍ଗିଯିବ ରେକର୍ଡ
ସି-ଭୋଟର ଫର୍ମୁଲା: ୩ କୋଟି ୧୨ଲକ୍ଷ ଓଡ଼ିଶା ଭୋଟରଙ୍କ ମନ ଜାଣିବାକୁ ୫୯୮ସାମ୍ପୁଲ୍ ଯଥେଷ୍ଟ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.