ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି। ବନ୍ଧୁତା ପାଇଁ ଜେଟଲୀ, ଅତୀତରେ ଓଡ଼ିଶା ବିଜେପିର ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଓଡ଼ିଶା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ନବୀନ ନିବାସରେ ଲଞ୍ଚ କରୁଥିଲେ ବନ୍ଧୁ ଜେଟଲୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଆସିଥିବା ଜେଟଲୀ,୨୦୧୬ଡିସେମ୍ବର ପହିଲାରେ ନବୀନଙ୍କ ଘରେ ଲଞ୍ଚ କରିଥିଲେ। ଉଭୟଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ଦେଖି ଆଶା କରାଯାଉଥିଲା ଜେଟଲୀଙ୍କ ଅନୁରୋଧକୁ ନବୀନ ମାନି ନେବେ। ହେଲେ ଗତ ୪ଅକ୍ଟୋବରର ଜେଟଲୀ କରିଥିବା ଅନୁରୋଧର ଏଯାଏଁ ଜବାବ ଦେଲେନି ନବୀନ ପଟ୍ଟନାୟକ।
Govt has decided that revenue dept will absorb Rs 1.50 per litre while OMCs will absorb the other Rs 1.00; will request to state govts to reduce VAT on fuel by Rs 2.50 as well: Union Minister @arunjaitley #fuelprices pic.twitter.com/ByaN8etLdR
୧୨ରାଜ୍ୟ ଶୁଣିଲେ
ବିଶ୍ୱ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ-ଜିଜେଲ ମୂଲ୍ୟ ୮୦ଟଙ୍କା ଟପିଲା। ଚାରିଆଡୁ ବିରୋଧ ହେବାରୁ ଚାପରେ ଆସି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଲିଟର ପିଛା ୧ଟଙ୍କା ୫୦ ପଇସା କମାଇଲେ। ଆଉ ତୈଳ କମ୍ପାନୀଗୁଡିକୁ ଲିଟର ପିଛା ୧ଟଙ୍କା କମାଇବାକୁ ନିର୍ଦ୍ଦେଶ ଦେଲେ। ସେହିଭଳି ସମସ୍ତ ରାଜ୍ୟ ସରକାରଙ୍କୁ ପେଟ୍ରୋଲ-ଡିଜେଲ ଲିଟର ପିଛା ୨ଟଙ୍କା ୫୦ପଇସା କମାଇବାକୁ ଅନୁରୋଧ କରିଥିଲେ। ଫଳରେ ମହାରାଷ୍ଟ୍ର, ୟୁପି, ଏମପି,ଗୁଜୁରାଟ, ହରିଆନା, ଆସାମ ଏବଂ ତ୍ରିପୁରା ପରି ୧୨ଟି ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲରୁ ୨ଟଙ୍କା ୫୦ପଇସା କମ ଭାଟ୍ ଆଦାୟ କଲେ। ଫଳରେ ସେହି ୧୨ଟି ରାଜ୍ୟର ଲୋକମାନେ ପେଟ୍ରୋଲ-ଡିଜେଲ ୫ଟଙ୍କା ଶସ୍ତାରେ ପାଇଲେ। ହେଲେ ତୈଳ ଦର ବୃଦ୍ଧିକୁ ନେଇ ବ୍ଲକ-ରାଜଭବନ ଆଗରେ ଧାରଣା ଦେଉଥିବା ବିଜେଡି ସରକାର ଭାଟ୍ ହ୍ରାସ କରିବାକୁ ରାଜି ହେଉନାହାଁନ୍ତି । ଅପରପକ୍ଷରେ ଜେଟଲୀଙ୍କ ନିଷ୍ପତି ଯୋଗୁ ଓଡ଼ିଶାରେ ଅକ୍ଟୋବର ୫ରେ ପେଟ୍ରୋଲ ୨ଟଙ୍କା ୪୮ପଇସା ଶସ୍ତା ହୋଇ ୮୦ଟଙ୍କା ୩୩ପଇସାରେ ବିକ୍ରି ହେଲା। କିନ୍ତୁ ନବୀନ ପଟ୍ଟନାୟକ ସରକାର ଜେଟଲୀଙ୍କ ଅନୁରୋଧ ରକ୍ଷା କରିଥିଲେ ଓଡ଼ିଶାରେ ପେଟ୍ରୋଲ ଦର ୭୮ଟଙ୍କାକୁ ଖସି ଆସିଥାନ୍ତା।ଭାଟ୍ କମାଇଲେ ଓଡ଼ିଶାର କ୍ଷତି
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବିତଣ୍ଡା ଯୁକ୍ତି, ଆମେ ୫ଟଙ୍କା କମାଇବାକୁ କେନ୍ଦ୍ର ନିକଟରେ ଦାବି କରୁଥିଲୁ। କିନ୍ତୁ କେନ୍ଦ୍ର ସରକାରା ମାତ୍ର ଅଢ଼େଇ ଟଙ୍କା ହ୍ରାସ କଲେ। କେନ୍ଦ୍ର ସରକାର ଦର କମାଇବା ଫଳରେ ପ୍ରତି ପେଟ୍ରୋଲ-ଡିଜେଲ ଲିଟରରୁ, ଓଡ଼ିଶାର ୫୧ପଇସା କ୍ଷତି ହେଲା। ଅନେକ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅଧିକ ରହିଛି। ତେଣୁ ତୈଳ ଦର କମାଇବା ଲାଗି ଭାଟ୍ ହ୍ରାସ ନେଇ ତର୍ଜମା କରୁଛୁ ବୋଲି ଶଶି ବେହେରା କହିଛନ୍ତି । ଅପରପକ୍ଷରେ ୨୦୧୪ ମସିହାରେ ଓଡ଼ିଶାରେ ତୈଳ ବିକ୍ରି ଉପରେ ୨୧ପ୍ରତିଶତ ଭାଟ୍ ଲାଗୁଥିଲା ଏବଂ ବର୍ଷକୁ ୨ହଜାର ୮୬୫ କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଥିଲା। କିନ୍ତୁ ୨୦୧୮ ବେଳକୁ ପେଟ୍ରୋଲ-ଡିଜେଲ ଉପରେ ୨୬ପ୍ରତିଶତ ଭାଟ୍ ଲାଗିଛି। ଆଉ ଏହି ଆୟ ବୃଦ୍ଧି ପାଇ ୬ହଜାର ୮୭୧କୋଟି ଟଙ୍କାରେ ପହଞ୍ଚିଛି । ମାନେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟରେ ଗତ ୪ବର୍ଷରେ ଓଡ଼ିଶାର ଆୟ ୧୩୯.୮୩%ବୃଦ୍ଧି ପାଇଛି।
ତେବେ ୨୦୧୬ ଲଞ୍ଚ ପଲିଟିକ୍ସରେ ମୁଖ୍ୟମନ୍ତ୍ରୀ, ବିଜେପିକୁ ପୁରା ଘାଇଲା କରିଥିଲେ। ଆଉ ଏବେ ଶଶି ବେହେରାଙ୍କ ଜବାବ ବନ୍ଧୁ ଜେଟଲୀଙ୍କ ହୋସ୍ ଉଡାଇ ଦେଉଥିବ।