Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୨୦୦୯ରେ ପଶ୍ଚିମ ଓଡ଼ିଶାରେ ହରାଇଥିଲେ, ଏବେ ଉପକୂଳର ପାଳି

By admin • November 5, 2018 • ନ୍ୟୁଜ୍, ପଲିଟିକ୍ସ
FARMERS PROTEST@BBSR

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଚାଷୀଙ୍କ ଆନ୍ଦୋଳନ ଉଗ୍ର ହେଲାଣି। ପେନସନ୍ ସହ ସମ୍ମାନ ଦାବିରେ ରାଜଧାନୀରେ ପଶିଲେଣି ଉପକୂଳ ଓଡ଼ିଶାର ଚାଷୀ। ନିର୍ବାଚନୀ ବର୍ଷରେ ଚାଷୀଙ୍କ ଏଭଳି ଆନ୍ଦୋଳନ ରାଜ୍ୟ ସରକାର ନିଦ ହଜାଇ ଦେଲାଣି। ତା ସାଙ୍ଗକୁ କଂଗ୍ରେସ ଏବଂ ବିଜେପିର ଚାଷୀଙ୍କୁ ସମର୍ଥନ ବିଜେଡି ସରକାର ପାଇଁ ସମସ୍ୟା ସୃଷ୍ଟି କଲାଣି। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଚାଷୀଙ୍କ ସହ ରାତ୍ରିଯାପନ ସହ ଚାଷୀଙ୍କ ରାଲିରେ ବିଜେପି ନେତା ଏବଂ ବୈଜୟନ୍ତ ପଣ୍ଡା ସାମିଲ ହେବା ବିଜେଡିର ମୁଣ୍ଡବ୍ୟଥା ପାଲଟିଛି। ଫଳରେ ବାଧ୍ୟ ହୋଇ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଚାଷୀଙ୍କୁ ଭେଟିଛନ୍ତି। କାଳବିଳମ୍ବ ନକରି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗଠିତ ହୋଇଛି ମନ୍ତ୍ରିସ୍ତରୀୟ କମିଟି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କୃଷି ଏବଂ ସମବାୟ ମନ୍ତ୍ରୀ ସଭ୍ୟ ରହିଛନ୍ତି।  ANGRY FARMERSଚାଷୀ ଲଢ଼େଇ, ହୀରାକୁଦରୁ-ରାଜଧାନୀ
ନିର୍ବାଚନକୁ ଆଉ ମାତ୍ର ମାସ ୫ଟା ବାକି ଥିବାବେଳେ ଚାଷୀଙ୍କ ଆନ୍ଦୋଳନ ବିଜେଡି ପାଇଁ ଶୁଭଖବର ହୋଇନପାରେ। ଅପରପକ୍ଷରେ ୨୦୦୯ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆନ୍ଦୋଳନ ବିଜେଡି ପାଇଁ ପଶ୍ଚିମ ଓଡ଼ିଶାରେ କ୍ଷତିକାରକ ହୋଇଥିଲା। ୨୦୦୯ରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିଲା ପଶ୍ଚିମ ଓଡ଼ିଶାର ରାଜଧାନୀ ସମ୍ବଲପୁରରେ, ଏବେ ଉପକୂଳ ଓଡ଼ିଶାର ଚାଷୀଙ୍କ ଆନ୍ଦୋଳନ ଭୁବନେଶ୍ୱରରେ ଚାଲିଛି। ଧାନର ଅଭାବୀ ବିକ୍ରି ଏବଂ ହୀରାକୁଦର ପାଣିକୁ ନେଇ ଚାଷୀମାନେ ଲଢ଼େଇ କରୁଥିଲେ। ହୀରାକୁଦ ଜଳଭଣ୍ଡାର ପାଇଁ ଆମ୍ଭେମାନେ ବିସ୍ଥାପିତ ହୋଇଛୁ। ଏହାର ପାଣି ଉପରେ ଆମର ହିଁ ଅଧିକାର ରହିଛି ବୋଲି ଦାବି କରିଥିଲେ ଚାଷୀ। ହେଲେ ସରକାର ଚାଷୀ ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ଭୂଷଣ, ବେଦାନ୍ତ ପରି କମ୍ପାନୀ ସବୁକୁ ହୀରାକୁଦରୁ ପାଣି ଟେକି ଦେଇଥିଲେ।
ହୀରାକୁଦରେ ଚାଷୀଙ୍କୁ ଲାଠିମାଡ଼Police LathiCharge@Hirakudଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କୁ ୨୦୦୭ମସିହା ନଭେମ୍ବର ୬ରେ ଚାଷୀମାନଙ୍କୁ ଲାଠିପ୍ରହାର କରିଥିଲା ପୋଲିସ। ଚାଷୀ ମାଡ଼ର ଜବାବ ମିଳିଥିଲା୨୦୦୯ ନିର୍ବାଚନରେ। ଚାଷୀ ଲାଠି ମାଡ଼ ସମୟର ତତ୍କାଳୀନ ମେଣ୍ଟ ସରକାରରେ ଥିବା ଉଭୟ ବିଜେଡି-ବିଜେପିକୁ ପଶ୍ଚିମ ଓଡ଼ିଶାବାସୀ ଦେଇଥିଲେ ମୁହଁତୋଡ ଜବାବ। ସେହି ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୩୫ଟି ବିଧାନସଭା ଆସନରୁ ବିଜେପିକୁ ମିଳିଥିଲା ମାତ୍ର ୪ଟି। କଂଗ୍ରେସ ବିଜୟୀ ହୋଇଥିଲା ୧୬ଟି ଆସନରେ।
ବିଜେଡିକୁ ଡ଼ରାଉଛି ୧୧ବର୍ଷ ତଳର ଲାଠିମାଡ଼
ଅପରପକ୍ଷରେ ୨୦୦୯ରେ ଓଡ଼ିଶାର ଅନ୍ୟାନ ଅଞ୍ଚଳରେ ବିଜେଡିର ସଫଳତା ହାର ୭୯ପ୍ରତିଶତ ଥିବାବେଳେ ପଶ୍ଚିମ ଓଡ଼ିଶାରେ ବିଜେଡିର ସକ୍ସେସ୍ ରେଟ୍ ଥିଲା ୪୦ ପ୍ରତିଶତ। ମାତ୍ର ୧୪ଟି ବିଧାନସଭା ଏବଂ ଏକମାତ୍ର ବଲାଙ୍ଗୀର ଲୋକସଭା ଆସନରେ ବିଜୟୀ ହୋଇଥିଲେ ବିଜେଡିର ପ୍ରାର୍ଥୀ। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଏବଂ କଳାହାଣ୍ଡି ଲୋକସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଆଉ ହୀରାକୁଦ ଚାଷୀଙ୍କୁ ଲାଠିମାଡ଼ର ୧୧ବର୍ଷ ପରେ ଚାଷୀ ଆନ୍ଦୋଳନ ସମ୍ବଲପୁରରୁ ଭୁବନେଶ୍ୱରରେ ପହଞ୍ଚିଛି। ନବ ନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଲଢୁଥିବା ଉପକୂଳର ଚାଷୀ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।NAVEEN-PATNAIKପୂର୍ବରୁ ବରଗଡ଼ର ସୋହେଲା ସମାବେଶରେ ରାଜ୍ୟ ସରକାର ଘୋଷଣା କରିଥିବା ବୋନସ୍ ଏଯାଏଁ ଚାଷୀଙ୍କୁ ମିଳିଲାନାହିଁ। ଫସଲ ବୀମା ରାଶି ମଧ୍ୟ ପାଇବା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ଆଉ୨୦୦୯ରେ ହାଇକୋର୍ଟର ସ୍ତାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଆନ୍ଦୋଳନ କରୁଥିବା ପଶ୍ଚିମ ଓଡ଼ିଶାର ଓକିଲଙ୍କ ପରି ଆଜି ମଧ୍ୟ ଆଇନଜୀବୀ ଦୀର୍ଘ ଅଢେଇ ମାସ ହେବ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଲଢ଼େଇ ଚଳାଇଛନ୍ତି।୨୦୦୯ର ଚାଷୀ ଏବଂ ଓକିଲଙ୍କ ଆନ୍ଦୋଳନ ପଶ୍ଚିମ ଓଡ଼ିଶାରେ ବିଜେଡି ପାଇଁ ମହଙ୍ଗା ପଡିଥିଲା। ଏବେ ଉପକୂଳ ଓଡ଼ିଶାର ଚାଷୀ ଏବଂ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ, ବିଜେଡି ଲାଗି ଘାତକ ହେବନାହିଁ ତ?
ଏଥିସହ ପଢନ୍ତୁ–ବିଶ୍ୱକପ୍ ପରେ ଅଲବିଦା: ଧୋନି,ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍

2019 ElectionsBhubaneswarBJDFarmers ProtestWestern Odisha
Tweet
0
ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍
କୋହଲି ଖାଇଥିଲେ ଶକ୍ତ ଚାପୁଡ଼ା, ଆଜି ବି ମନେ ପଡ଼ିଲେ କାନ ମୂଳ ଝାଇଁ ଝାଇଁ କରେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.