Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି BJD-BJP !

By admin • November 19, 2018 • ନ୍ୟୁଜ୍, ପଲିଟିକ୍ସ
Pranab Mukhrajee

ଭୁବନେଶ୍ୱର:  ଦେଶର ବିକାଶରେ ସବୁଠୁ ବଡ଼ ବାଧକ ସାଜୁଛି ଅମଲାତନ୍ତ୍ର,ଏଥିରେ ସୁଧାର ଆଣିବା ଆବଶ୍ୟକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। IIM(ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ) ଅହମ୍ମଦାବାଦର ଭାରତର ସାମଗ୍ରିକ ବିକାଶରେ ଲୋକନୀତି ଶୀର୍ଷକ ପାଠ୍ୟକ୍ରମରେ ଜଣେ ଅତିଥି ଶିକ୍ଷକ ଭାବେ ଯୋଗ ଦେଇ ପ୍ରଣବ ମୁଖାର୍ଜୀ କହିଲେ,“ରାଷ୍ଟ୍ର ବିକାଶରେ ଅମଲାତନ୍ତ୍ର ବାଧକ ସାଜୁଛି। ଏହାର ଅର୍ଥ ନୁହେଁ ଯେ ଦେଶ ଗଠନରେ ଅମଲାତନ୍ତ୍ରର ଅବଦାନ ନାହିଁ, କିନ୍ତୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ବିଶ୍ୱ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମକୁ ସେହି ପରିବର୍ତ୍ତନକୁ ଗ୍ରହଣ କରିବାକୁ ପଡ଼ିବ, ସେହି ପରିବର୍ତ୍ତିତ ଧାରାରେ ଖାପଖୁଆଇ ଚଳିବାକୁ ପଡିବ। କୋହଳ ମନୋଭାବ ପୋଷଣ କରି ନୀତି ନିର୍ଦ୍ଧାରଣ କରିବାକୁ ପଡ଼ିବ। କାରଣ ପୃଥୀବର କୌଣସି ଅନୁଷ୍ଠାନ ଏକ ଉପଯୁକ୍ତ ବ୍ୟବସ୍ଥା  ବିନା ଚାଲି ପାରିବନାହିଁ। ଏହାସହ ଭାରତୀୟ ପ୍ରଶାସନ ସେବାର ବଡ଼ ଦୁର୍ବଳତା ହେଉଛି କାର୍ଯ୍ୟରେ ବାଧା ସୃଷ୍ଟି କରି ଖସି ଯିବାର ଉପାୟ ବାହର କରିବା”IAS-IPS-in-Odisha-Politicsଅପରପକ୍ଷରେ ଓଡ଼ିଶାରେ ଭଭୟ ବିଜେଡି ଓ ବିଜେପି ନିର୍ବାଚନ ଜିତିବା ଲାଗି ଅମଲାଙ୍କ ପଛରେ ଧାଇଁଛନ୍ତି। ବିଜେଡିର ଜାତୀୟ ମୁଖପାତ୍ର ଗିରିଧାରୀ ମହାନ୍ତି ଜଣେ ଅବସରପ୍ରାପ୍ତ ଭାରତୀୟ ଦୂରସଂଚାର ଅଧିକାରୀ ଏବଂ ଦଳର ଆଇଟି ହେଡ୍ ହୋଇଛନ୍ତି ପୂର୍ବତନ ପ୍ରିନିସପାଲ ଆକାଉଣ୍ଟାଟ୍ ଜେନରାଲ ଅମର ପଟ୍ଟନାୟକ। ସେହିପରି ବିଜୁ ଯୁବ ବାହିନୀର ମୁଖ୍ୟ ହେଉଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୁପ ପଟ୍ଟନାୟକ। ଓଡ଼ିଶା ବିଜେପି ମଧ୍ୟରେ ପଛରେ ପଡ଼ିନାହିଁ। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ ତ୍ରିପାଠୀଙ୍କୁ ଦଳରେ ମିଶାଇଛି। ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ଏବଂ ପୂର୍ବତନ ଡିଜି ପୋଲିସ ପ୍ରକାଶ ମିଶ୍ରଙ୍କୁ ଲୋକସଭା ନିର୍ବାଚନରେ ଲଢ଼ାଇବାକୁ ବିଜେପି ପ୍ଲାନ କରୁଛି। ଏମିତି ତ ବିଜେଡି-ବିଜେପି ମେଣ୍ଟ ସରକାରକୁ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ୟାରୀମୋହନ ମହାପାତ୍ର ଚଳାଉଥିଲେ। ଶେଷରେ ନବୀନ ପଟ୍ଟନାୟକ ସରକାରକୁ ଗାଦିଚ୍ୟୁତ କରି ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ପୂର୍ବତନ ପ୍ରଶାସକ ପ୍ୟାରୀ ମହାପାତ୍ର ଉଦ୍ୟମ କରୁଥିବାର ଚର୍ଚ୍ଚା ହେଲା
ରାଷ୍ଟ୍ରପତି କାର୍ଯ୍ୟକାଳରେ ଅମଲାତନ୍ତ୍ର ଉପରେ ଟିପ୍ପଣୀ ନଥିଲା
ଅବଶ୍ୟ ରାଷ୍ଟ୍ରପତି ନିର୍ବାଚନ ସମୟରେ, ପ୍ରଣବ ମୁଖାର୍ଜୀଙ୍କ ପ୍ରାର୍ଥୀତ୍ୱକୁ ଉଭୟ ବିଜେପି ଓ ବିଜେଡି ବିରୋଧ କରୁଥିଲେ। ଆଉ ଏନଡିଏ ପ୍ରାର୍ଥୀ ପିଏ ସାଙ୍ଗମାଙ୍କୁ ବିଜେପି-ବିଜେଡିର ସମର୍ଥନ ମିଳିଥିଲା। ତେବେ ସଂଘୀୟ ବ୍ୟବସ୍ଥାରେ ଦୀର୍ଘ ଦିନର ଅନୁଭତି ରଖିଥିବା ପ୍ରଣବ ମୁଖାର୍ଜୀଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳରେ, ଭାରତୀୟ ଗଣତନ୍ତ୍ର ମଜଭୁତ ହୋଇଥିଲା।ପ୍ରାୟ ୫ଦଶନ୍ଧି ଧରି କଂଗ୍ରେସ ସହ ଜଡିତ ପ୍ରଣବ ଦାଦା, କିନ୍ତୁ ନିଜ ରାଷ୍ଟ୍ରପତିତ୍ୱ କାଳରେ ଅମଲାତନ୍ତ୍ର ଉପରେ କେବେ ଟିପ୍ପଣୀ ଦେଇନଥିଲେ।ତେବେ ରାଷ୍ଟ୍ରନାୟକ ପ୍ରଣବ ମୁଖାର୍ଜୀଙ୍କୁ ସର୍ବଦା ପିତୃତୁଲ୍ୟ ବୋଲି କହୁଥିବା ପ୍ରଧାନମନ୍ତ୍ରୀ ମୋଦି, ଅମଲାତନ୍ତ୍ର ଉପରେ ଅଙ୍କୁଶ ଲଗାଇ ଦେଶ ବିକାଶକୁ ଆଗେଇ ନେବେ କି?

ଏଥିସହ ପଢ଼ନ୍ତୁ-ପୁରୀରେ ଜମିବ IPS ଲଢ଼େଇ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର!

BJDBureaucracyOdisha BJPPranab Mukherjee
Tweet
0
ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !
ନବୀନଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.