୨୦୧୪ ନିର୍ବାଚନରେ ମୋଦିଙ୍କ ରଣନୀତିଜ୍ଞ କାହିଁକି ଛାଡିଲେ ବିଜେପିର ହାତ

୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପାଇଁ କାମ କରିଥିବା ରାଜନୈତିକ ସମର୍ଥକଙ୍କ ପ୍ଲାନ୍ ମୋଦିଙ୍କୁ ଅମାପ ସଫଳତା ଆଣି ଦେଇଥିଲା। ପଲିଟିକାଲ ଆଡଭାଇଜରଙ୍କ ମାଷ୍ଟରପ୍ଲାନ୍ ନରେନ୍ଦ୍ର ମୋଦିଙ୍କୁ ବେଶ୍ ଲାଭବାନ୍ କରିଥିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଢ଼ିବାକୁ ସମର୍ଥ ହୋଇଥିଲା। ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ନରେନ୍ଦ୍ର ମୋଦି। ତେବେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପଛରେ ପ୍ରମୁଖ ଭୂମିକା ନେଇଥିଲେ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ମାତ୍ର ମୋଦି ଆସନକୁ ଆସିବା ପରେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ବିଜେପିର ହାତ ଛାଡିଥିଲେ ପ୍ରଶନ୍ତ କିଶୋର। ଭାରତୀୟ ଜନତା ପାର୍ଟିଠାରୁ ସମ୍ପର୍କ ଛିନ୍ନକରି ବିରୋଧିଙ୍କ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ମୋଦିଙ୍କୁ ଗାଦିକୁ ଆଣିବାରେ ପ୍ରମୁଖ ଭୁମିକା ନେଇଥିବା ପି.କେ ଏକ ସ୍ୱତନ୍ତ୍ର କାରଣ ପାଇଁ ତାଙ୍କ ବିରୋଧି ଅଭିଯାନରେ ସାମିଲ ହୋଇଛନ୍ତି।

କାହିଁକି ବିଜେପିକୁ ବାଏବାଏ କଲେ ପି.କେ
୨୦୧୪ରେ କେନ୍ଦ୍ରରେ ବିଜେପି ବହୁମତ ପାଇ ସରକାର ଗଠନ କଲା। ପ୍ରଶାନ୍ତଙ୍କ ମାଷ୍ଟରପ୍ଲାନ୍ ଅନେକାଂଶରେ ସଫଳତା ଆଣି ଦେଇଥିଲା। ମାତ୍ର କ୍ଷମତାକୁ ଆସିବା ପରେ ସେ ଦଳ ପାଇଁ ଅଲୋଡ଼ା ହୋଇଗଲେ ଏବଂ ଧିରେଧିରେ ବିଜେପିର ଘୋର ବିରୋଧୀ ସାଜିଗଲେ। ମୋଦି ପ୍ରଧାନମନ୍ତ୍ରୀ ହୋଇ ସାରିବା ପରେ ତତ୍କାଳୀନ ବିଜେପି ଜାତୀୟ ସଭାପତି ଅମିତ ଶାହା ଙ୍କୁ ମେ ମାସ ପରେ କଣ ହେବାର ଅଛି ବୋଲି ପଚାରିଥିଲେ? ପ୍ରତ୍ୟୁତ୍ତରରେ ପ୍ରଶାନ୍ତଙ୍କୁ ଅମିତ କହିଥିଲେ ଯେ ମେ ପରେ ଜୁନ ଆସେ।ତେବେ ଏହି ଉତ୍ତର ଶୁଣି ପ୍ରଶାନ୍ତ କିଶୋର ଦଳ ତ୍ୟାଗ କରିଥିଲେ।ଏହାପରେ ପ୍ରଶାନ୍ତ ମୋଦି ବିରୋଧୀ ଲଢେ଼ଇ ଆରମ୍ଭ କରିଥିଲେ।

ମୋଦିଙ୍କୁ ଗାଦି ମିଳିବାପରେ ବିରୋଧିଙ୍କ ଅସ୍ତ୍ର ସାଜିଲେ ପିକେ
ଅମିତ ଶାହାଙ୍କ ଅପମାନ ପରେ ବିଜେପିର ସମର୍ଥନ ଛାଡିଥିଲେ ପ୍ରଶାନ୍ତ କିଶୋର। ତେବେ ମୋଦି ସରକାର ଆସିବା ପଛରେ ଚାଣକ୍ୟ ସାଜିଥିବା ପ୍ରଶାନ୍ତ ସମୟକ୍ରମେ ମୂଖ୍ୟତଃ ମୋଦି ବିରୋଧୀ ଦଳ ଯେମିତିକି ମମତା ବାନାର୍ଜୀ,ଜଗମୋହନ ରେଡ୍ଡୀ ଦିଲ୍ଲୀର ଅରବିନ୍ଦ ସରକାର ଓ କ୍ୟାପଟେନ ଅମରିନ୍ଦରଙ୍କ ସହ ମିଶି ବିରୋଧୀ ଦଳ ମୋର୍ଚ୍ଚାର ନେତୃତ୍ୱ ନେଇଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି। ୨୦୧୪ ପରେ ଯେଉଁ ବିରୋଧୀ ଦଳ ପ୍ରଶାନ୍ତଙ୍କ ହାତ ଧରିଛି ସେ ଦଳକୁ ସଫଳତା ମଧ୍ୟ ମିଳିଛି। ଏପରିକି ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗରେ ଦୁଇ ଅଙ୍କ ନ ଛୁଆଇଁବାକୁ ଓ ସରକାର ନ ଗଢିବାକୁ ପଣ କରି ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଗୋଟିଚାଳନାରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢିବାକୁ ମଧ୍ୟ ଅସମର୍ଥ ହୋଇଛି। ତେବେ ମୋଦିଙ୍କ ସଫଳତା ପଛରେ ମାଷ୍ଟରପ୍ଲାନ୍ କରିଥିବା ପି.କେ ଅମିତଶାହାଙ୍କ ସେଇ ପଦେ କଥା ପାଇଁ ହିଁ ବିରୋଧି ସାଜିଛନ୍ତି। ତାଙ୍କ ବିରୋଧିଙ୍କ ପାଇଁ ପିକେ ଅସ୍ତ୍ର ସାଜିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us