ମହାତ୍ମା ଗାନ୍ଧୀ ଭାରତୀୟ ଇତିହାସରେ ଏକ ଚର୍ଚ୍ଚିତ ଚେହେରା। ସ୍ମୃତି ବିସ୍ମୃତିର ବୁଢ଼ିଆଣି ଜାଲ ଭିତରୁ ସଂଗ୍ରାମର ଅଳନ୍ଧୁକୁ ଆବିଷ୍କାର କଲାଭଳି ଦେଶବ୍ୟାପୀ ତାଙ୍କର ସଂଘର୍ଷର ସ୍ୱର ପ୍ରତିଧ୍ୱନୀତ ହୁଏ। ଚାରିଆଡ଼େ ପ୍ରକମ୍ପିତ ହୁଏ ତାଙ୍କ ମହାନତାର ମୃଦଙ୍ଗ,କୀର୍ତ୍ତିର କୀର୍ତ୍ତନ ଦେଶପ୍ରେମର ପଦଧ୍ୱନୀ ଓ ସେବାର ଶଙ୍ଖଧ୍ୱନୀ। ସ୍ୱାଧିନତାର ରକ୍ତିମ ଅଧ୍ୟାୟରେ ନିଜ ଉତ୍ସର୍ଗୀକୃତ ମନୋଭାବର ରଙ୍ଗୀନ ଛିଟାରେ ସେ ରଚିଯାଇଛନ୍ତି ଏକ ସ୍ୱତନ୍ତ୍ର ଅଧ୍ୟାୟ। ଭାରତର ସ୍ୱାଧିନତା କ୍ଷେତ୍ରରେ ତାଙ୍କର ସମ୍ପୃକ୍ତି ଏକ କ୍ୱିମ୍ବଦନ୍ତୀ। ଆଜି ହେଉଛି ଏହି ମହାନ ଜନନାୟକଙ୍କର ଜନ୍ମଜୟନ୍ତୀ। ତେବେ ଆମେ ଅନେକ ସମୟରେ ତାଙ୍କୁ ନେଇ ଚର୍ଚ୍ଚା କରୁଥିବା ବେଳେ ତାଙ୍କୁ ନେଇ ଅନେକ ତଥ୍ୟ ଏବେ ବି ଅନ୍ଧାରରେ। ତେବେ ଆସନ୍ତୁ ଆଜିର ଦିନରେ ଗାନ୍ଧୀଜିଙ୍କୁ ନେଇ କିଛି ଅଜଣା କଥା ଉପରେ ନଜର ପକାଇବା।
ମହାତ୍ମାଙ୍କ ସମ୍ପୂର୍ଣ୍ଣ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ଶ୍ରଦ୍ଧାରେ ଲୋକମାନେ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେl ସେ ୧୮୬୯ ଅକ୍ଟୋବର ୨ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିl ତାଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାଙ୍କ ନାମ ଥିଲା ପୁତୁଳିବାଇ। ଗାନ୍ଧୀଙ୍କ ନେତୃତ୍ତ୍ୱରେ ଦେଶ ସ୍ୱାଧିନତା ଲାଭ କରିଥିଲା। ଫିରୋଜ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଇନ୍ଦିରାଙ୍କ ସହ ତାଙ୍କର ବିବାହ କରାଇ ଯଦିଓ ନେହେରୁଙ୍କ ପରିବାରକୁ ରାଜନୀତିରେ ସକ୍ରିୟ କରିବାର ସୁଯୋଗ ଦେଇଥିଲେ ଆଉ ହଁ ଗାନ୍ଧୀଙ୍କ ନିଜର ଏକ ପରିବାର ରହିଛି। କିନ୍ତୁ ତାଙ୍କର ନିଜ ପରିବାର ସଦସ୍ୟ ରାଜନୀତିଠୁ ଏବେ ବେଶ୍ ଦୁରରେ। ଯଦିଓ ଇନ୍ଦିରା ଫିରୋଜଙ୍କୁ ବିବାହ କଲା ପରେ ସେମାନେ ଗାନ୍ଧୀ ପରିବାରର ସଦସ୍ୟ ଭାବେ ବିବେଚିତ ହେଉଛନ୍ତି ।କିନ୍ତୁ ପ୍ରକୃତରେ ଫିରୋଜ ମହାତ୍ମା ଗାନ୍ଧୀଙ୍କ ପୁଅ ନୁହନ୍ତି।
କେମିତି ଅଛନ୍ତି ଗାନ୍ଧୀଙ୍କ ପରିବାର?
କ’ଣ ଆପଣ ଜାଣନ୍ତି ଗାନ୍ଧୀଙ୍କ ଦେହାନ୍ତ ପରେ କେମିତି ରହିଛି ତାଙ୍କ ପରିବାରର ସ୍ଥିତି?କ’ଣ ଏବେବି ତାଙ୍କ ବଂଶର ସତ୍ତା ରହିଛି ?ନା ଲୋପ ପାଇଯାଇଛି ଗାନ୍ଧୀଙ୍କ ପରିବାର ।ଆସନ୍ତୁ ସେ ସମ୍ପର୍କରେ ଜାଣିବା।ମହାତ୍ମା ଗାନ୍ଧୀ ମାତ୍ର ୧୩ ବର୍ଷ ବୟସରେ କସ୍ତୁରବା ଗାନ୍ଧୀଙ୍କୁ ବିବାହ କରିଥିଲେ l ଗାନ୍ଧୀଙ୍କ ୪ ଜଣ ପୁଅ ଥିଲେ ।ସେମାନଙ୍କ ନାଁ ହେଉଛି ହରିଲାଲ ଗାନ୍ଧୀ, ରାମଦାସ ଗାନ୍ଧୀ, ଦେବଦାସ ଗାନ୍ଧୀ ଏବଂ ମନିଲାଲ ଗାନ୍ଧୀ । ହରିଲାଲ ଗାନ୍ଧୀଙ୍କ ବଡ ପୁଅ ଥିଲେ। ସେ ୧୮୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୮ ଜୁନ୍ ୧୯୪୮ ରେ ମୃତ୍ୟୁ ବରଣ କରିଥିଲେ। ହରିଲାଲ ଗୁଲାବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ୫ ସନ୍ତାନ ଥିଲେ। ୨ ଝିଅ ରାନୀ ଏବଂ ମନୁ, ୩ ପୁଅ କଣ୍ଟିଲାଲ, ରସିକଲାଲ ଏବଂ ଶାନ୍ତିଲାଲ l ରସିକଲାଲ ଏବଂ ଶାନ୍ତିଲାଲ ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିଲେ। ହରିଲାଲଙ୍କର ୪ ନାତି ଥିଲେl ଅନୁଷ୍କା, ପ୍ରଭୋଦ, ନୀଲମ ଏବଂ ନବମଲିକା l ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ପୁତ୍ରର ନାମ ଥିଲା ମନିଲାଲ ମୋହନଦାସ ଗାନ୍ଧୀ। ସେ ୨୮ ଅକ୍ଟୋବର ୧୮୯୨ ରେ ରାଜକୋଟରେ ଜନ୍ମଗ୍ରହଣ କରିଥିଲେ। ସେ ସୁଶୀଲାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ତିନି ସନ୍ତାନ, ସୀତା, ଇଲା ଏବଂ ଅରୁଣ l ରାମଦାସ ମହାତ୍ମା ଗାନ୍ଧୀଙ୍କ ତୃତୀୟ ପୁତ୍ର ଯିଏ ୧୮୯୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ରାମଦାସ ନିର୍ମଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ସୁମିତ୍ରା ଗାନ୍ଧୀ, କାନୁ ଗାନ୍ଧୀ ଏବଂ ଉଷା ଗାନ୍ଧୀ ଥିଲେ। ୧୪ ଏପ୍ରିଲ ୧୯୬୯ ରେ ରାମଦାସ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। ଗାନ୍ଧୀଙ୍କ ସାନପୁଅ ଥିଲେ ଦେବଦାସ ଗାନ୍ଧୀ। ଦେବଦାସ ୨୨ ମଇ ୧୯୦୦ ରେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ।
ହରିଲାଲଙ୍କ ପୁଅ ଶାନ୍ତି ଗାନ୍ଧୀ ୧୦ ଫେବୃଆରୀ ୧୯୪୦ ରେ ଜନ୍ମଗ୍ରହଣ କରିଥିଲେ। ଶାନ୍ତି ୨୦୧୦ ରେ କାନସାସର ଏକ ଡାକ୍ତରଖାନାରୁ ଆମେରିକାର ହୃଦ୍ରୋଗର ସର୍ଜନ ଭାବରେ ଅବସର ନେଇଥିଲେ। ଶାନ୍ତି ୧୯୬୭ ମସିହାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେଡିସିନ୍ ପଢିବା ପରେ ଆମେରିକା ଯାଇଥିଲେ। ସେ କାନସାସର ରିପବ୍ଲିକାନ୍ ପାର୍ଟିର ମଧ୍ୟ ସଦସ୍ୟ ଅଟନ୍ତି। ଗାନ୍ଧୀଙ୍କ ସାନପୁଅ ଦେବଦାସଙ୍କ ପୁତ୍ର ରାମଚନ୍ଦ୍ର ଗାନ୍ଧୀ ୩ ଜୁନ୍ ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଦାର୍ଶନିକ ଥିଲେ। ଗାନ୍ଧିଜୀଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ମୋଟ ୧୩୬ ଜଣl ସେମାନଙ୍କ ମଧ୍ୟରୁ ୧୨ଜଣ ଚିକିତ୍ସକ, ୧୨ ଜଣ ପ୍ରବକ୍ତା, ୫ଜଣ ଇଂଜିନିୟର, ୪ ଓକିଲ, ୩ ଜଣ ସାମ୍ବାଦିକ, ୨ ଆଇ.ଏ.ଏସ., ଜଣେ ବୈଜ୍ଞାନିକ ଏବଂ ୫ଜଣ ଚାଟାର୍ଡ ଆକାଉଣ୍ଟା ଅଛନ୍ତିl ତାଙ୍କ ପରିବାରର କିଛି ସଦସ୍ୟ ଭାରତରେ ଥିଲାବେଳେ ଅନ୍ୟ କିଛି ସଦସ୍ୟ ଆମେରିକା, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ କାନାଡ଼ାରେ ରହୁଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା