Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି

By admin • September 25, 2018 • ଫିଲ୍ମ
Emraan-Hashmi

ମୁମ୍ବାଇ: ଆତ୍ମା ବା ଭୂତକୁ ନେଇ ବଲିଉଡରେ ଅନେକ ଫିଲ୍ମ ନିର୍ମାଣ ହୋଇଛି। ଅନେକ ସେଲିବ୍ରିଟି ରିଲ୍ ଲାଇଫରେ ତ ଭୂତ ସହ ସାମ୍ନା କରିଛନ୍ତି । କିନ୍ତୁ ରିଏଲ ରାଇଫରେ ବି ଅନେକ ସେଲିବ୍ରିଟି ଆତ୍ମା ସଂସ୍ପର୍ଶରେ ଆସିଥିବା ଅନୁଭବ କରିଛନ୍ତି ।Bipasha Basuବିପାଶା
ଆତ୍ମା ସମ୍ପର୍କରେ ନିଜ ଅନୁଭୂତି ବଖାଣି ବିପାଶା କୁହନ୍ତି, ଫିଲ୍ମ ଗୁନାହର ସୁଟିଂ ପାଇଁ ମୁକେଶ ମିଲ୍ ଯାଇଥିଲେ । ଏହି ସମୟରେ ସେଠାରେ ଅନ୍ୟ ଏକ ଫିଲ୍ମ ମଧ୍ୟ ସୁଟ ହେଉଥିଲା। ତେବେ ସେହି ସିନେମାର ଅଭିନେତ୍ରୀ ଜଣକ ଖୁବ୍ ଅସ୍ୱଭାବିକ ବ୍ୟବହାର ପ୍ରଦର୍ଶନ କରୁଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବିପାଶା କହିଛନ୍ତି । ତେବେ ବିପାସାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ମଧ୍ୟ ନିଜ ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ଫିଲ୍ମର ସୁଟିଂ ଏତେ ରିଏଲ ଥାଏ ଯେ, ତାଙ୍କୁ ଅନେକ ସମୟରେ ଅସ୍ୱାଭାବିକ  କିଛି ଘଟୁଛି ବୋଲି ଅନୁଭବ ହୋଇଥାଏ ।Varun-Dhawanବରୁଣ ଧାୱନ
ଏବିସିଡି-2ର ସୁଟିଂ ସମୟରେ ବରୁଣ ଏଭଳି କିଛି ଅଘଟଣର ସାମ୍ନା କରିଥିବା କହିଛନ୍ତି । ଫିଲ୍ମର ସୁଟିଂ ବେଳେ ସେ ରୁମରେ ଥିଲେ, ହେଲେ ସେ ସମୟରେ ତାଙ୍କ କବାଟ ନିକଟରେ କେହି ଗୁଣୁଗୁଣ ହୋଇ ଗୀତ ଗାଉଥିବାର ଅନୁଭବ କରିଥିଲେ । ଯାହାକି ପୂରାପୂରି ଅସ୍ୱାଭାବିକ ଥିଲା ଏବଂ ଖୁବ ଡରି ଯାଇଥିଲି ବୋଲି ବରୁଣ କୁହନ୍ତି ।Ranveer Singhରଣବୀର ସିଂ
ଏଭଳି ଅସ୍ୱାଭାବିକ ଅନୁଭବ କରିଥିଲେ ୟଙ୍ଗ ହିରୋ ରଣବୀର ସିଂ। ଫିଲ୍ମ ବାଜିରାଓ ମସ୍ତାନୀର ସୁଟିଂ ସେଟରେ ସେ ଏକ ଆତ୍ମା ବୁଲୁଥିବାର ଅନୁଭବ କରିଥିଲେ। ଏହାକୁ ନେଇ ସେ ଭୟଭୀତ ମଧ୍ୟ ହୋଇ ପଡିଥିଲେ ।

ଗୋବିନ୍ଦା
କମେଡିକୁ ନେଇ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗୋବିନ୍ଦା । ଏକ ହିଲି ଏରିଆରେ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ ଗୋବିନ୍ଦା। ତେବେ ରାତିରେ ଶୋଇଥିବା ସମୟରେ ତାଙ୍କ ଛାତି ଉପରେ ଜଣେ ମହିଳା ବସିଥିବାର ସେ ଅନୁଭବ କରିଥିଲେ । ଯାହାକୁ ନେଇ ସେ ଖୁବ୍ ଭୟଭୀତ ହୋଇ ପଡିଥିଲେ।

nawazuddin-sidikନୱାଜୁଦ୍ଦିନ ସିଦ୍ଦିକି
ଫିଲ୍ମ ଆତ୍ମାର ସୁଟିଂ ସମୟରେ ଏଭଳି ଅସ୍ୱାଭାବିକ ଅନୁଭବ କରିଥିଲେ ନୱାଜୁଦ୍ଦିନ ସିଦ୍ଦିକି । ଫିଲ୍ମର ସୁଟିଂ ଚାଲୁଥିବା ସମୟରେ ପୂରା ଟିମ୍ ଜଣେ ମହିଳାଙ୍କ ଗୁଣୁଗୁଣୁ ହୋଇ କିଛି ଗାଉଥିବାର କଣ୍ଠସ୍ୱର ଶୁଣିବାକୁ ପାଇଥିଲେ । କିନ୍ତୁ ଫିଲ୍ମର ରେକର୍ଡରେ ଏପରି କିଛି ନଥିଲା । ଯାହାକି ତାଙ୍କୁ ଅସ୍ୱାଭାବିକ ଲାଗିଥିଲା।

ଇମ୍ରାନ ହାସମିନ୍
କିସ୍ ହିରୋ ଇମ୍ରାନ ହାସମିନ୍ ମଧ୍ୟ ଆତ୍ମାର ଉପସ୍ଥିତି ସମ୍ପର୍କରେ ନିଜ ଅନୁଭୂତି ବଖାଣିଛନ୍ତି। ନିଜ ବନ୍ଧୁଙ୍କ ସହ ବାହାରକୁ ଛୁଟି ମନାଇବାକୁ ଯାଇଥିବା ବେଳେ ଏକ ହୋଟେଲରେ ରାତି ସମୟରେ ଅସ୍ୱାଭାବିକ ଘଟଣା ଅନୁଭବ କରିଥିଲେ । ଜଣେ ବ୍ୟକ୍ତି ଜୋର ଜୋରରେ ଚିତ୍କାର କରୁଥିବାର ସେମାନେ ଶୁଣିବାକୁ ପାଇଥିଲେ। ଏହାପରେ ସେମାନେ ସମସ୍ତେ ତୁରନ୍ତ ଏହି ହୋଟେଲ ଛାଡି ଦେଇଥିବା ଇମ୍ରାନ କହିଛନ୍ତି ।Soha-Ali-Khanସୋହା ଅଲୀ- ସରୋଜ ଖାନ୍
ସୋହା ଅଲୀ ଖାନ୍ ମଧ୍ୟ ଫିଲ୍ମ ଗ୍ୟାଙ୍ଗସ୍ ଅଫ୍ ଘୋଷ୍ଟର ସୁଟିଂ ସମୟରେ କିଛି ଅଦ୍ଭୁତ ଚିତ୍କାର ଓ ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ କିଛି ଅଘଟଣ ଘଟିବାର ଆଶଙ୍କା କରି ସମ୍ପୂର୍ଣ୍ଣ କ୍ରିଉ ଏହି ସ୍ଥାନ ଛାଡି ଦେଇଥିଲେ। ସିନିୟର କୋରିଓଗ୍ରାଫର ସରୋଜ ଖାନ୍ ମଧ୍ୟ ଆତ୍ମାର ଉପସ୍ଥିତି ଅନୁଭବ କରିଥିବା କହିଛନ୍ତି । ଏକ ହୋଟେଲରେ ଥିବାବେଳେ ତାଙ୍କ ଉପର ମହଲାରେ କିଛି ଫର୍ଣ୍ଣିଚର ଘୁଞ୍ଚାଘୁଞ୍ଚି କରା ଯାଉଥିବାର ଶବ୍ଦ ଶୁଣିବାକୁ ପାଇଥିଲେ । ମାତ୍ର ପରଦିନ ବୁଝିବା ପରେ ସରୋଜ ଜାଣିଥିଲେ ଯେ ଉପରେ କୌଣସି ଫ୍ଲୋର ହିଁ ନଥିଲା ।

Bipasa BasuBollywood GhostEmran Hashmi
Tweet
0
ପ୍ରଚାର ଆରମ୍ଭ: ଶାହଙ୍କ ଫୋକସରେ ଚାଷୀ, ନବୀନ କଣ ଆୟୁଷ୍ମାନ ଭାରତକୁ ଡ଼ରିଗଲେ?
ଦେଶର ସମ୍ମାନ ବଢ଼ାଇଲେ; କିନ୍ତୁ ଅର୍ଜୁନ ସମ୍ମାନ ପାଇଲେନି ଦୂତୀ

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.