Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କେନ୍ଦ୍ରାପଡ଼ାକୁ ବାଦ ଦେଇ କଂଗ୍ରେସ ନିର୍ବାଚନ ଲଢ଼େ,BJP ଲଢୁଛି ବରଗଡ଼କୁ ବାଦ ଦେଇ!

By admin • March 27, 2019 • ନ୍ୟୁଜ୍, ପଲିଟିକ୍ସ
BARAGARH-GIFT

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ବାଦ ଦେଇ କଂଗ୍ରେସ,ଓଡ଼ିଶାରେ ନିର୍ବାଚନ ଲଢ଼ିଥାଏ।କାରଣ ଅଣକଂଗ୍ରେସର ଗଡ଼ ହେଉଛି କେନ୍ଦ୍ରାପଡ଼ା।୧୯୭୧ରୁ ବିଜୁ ପଟ୍ଟନାୟକଙ୍କ ସହ ରହିଛି କେନ୍ଦ୍ରାପଡ଼ା। ଏପରିକି ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ୧୯୮୪ ନିର୍ବାଚନରେ ଓଡ଼ିଶାର ଅନ୍ୟ ୨୦ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା।କିନ୍ତୁ କେନ୍ଦ୍ରାପଡ଼ା ଭୋଟର ବିଜୁ ପଟ୍ଟନାୟକଙ୍କୁ ଜିତାଇ ଥିଲେ। ଆଉ ସେହି ଧାରା ଏଯାଏଁ ବଳବତ୍ତର ରହିଛି।ଲାଗୁଛି କଂଗ୍ରେସର କେନ୍ଦ୍ରାପଡ଼ା ପଲିସି ବରଗଡ଼ରେ ଆପଣାଇଛି ବିଜେପି। ବରଗଡ଼ ଲୋକସଭା ଆସନଟି ବିଜେଡିକୁ BJP ଓ୍ୱାକଭର ଦେଲା ଭଳି ଲାଗୁଛି। କାରଣ ବିଜେପିର ରଣନୀତି ବିଜେଡିକୁ ସୁହାଇଲା ଭଳି ଲାଗୁଛି। ପ୍ରାର୍ଥୀ ଚୟନରୁ ଆରମ୍ଭ ହୋଇଛି ବିବାଦ।

ବିଜେପୁର ଉପନିର୍ବାଚନର ଭୁଲକୁ ପୁନରାବୃତ୍ତି କରିଛି ବିଜେପି।ପାରାଚ୍ୟୁଟ ଲିଡର ଅଶୋକ ପାଣିଗ୍ରାହୀଙ୍କୁ ବିଧାୟକ ପ୍ରାର୍ଥୀ କରିବାରୁ ୨୦୧୮ ଫେବ୍ରୁଆରୀରେ ଦଳ ଛାଡିଥିଲେ ବରଗଡ଼ ବିଜେପି ସଭାପତି ନାରାୟଣ ସାହୁ। ଏବେ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ନଦେଇ ବାହାରିଆ ନେତା ସୁରେଶ ପୂଜାରୀଙ୍କୁ ବରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ କରିବାରୁ,ଦଳ ଛାଡିଛନ୍ତି ସୁବାଷ ଚୌହାନ। ନାରାୟଣ ସାହୁଙ୍କ ପରି ସୁବାସ ମଧ୍ୟ ବିଜେଡିରେ ମିଶିଛନ୍ତି।

ସୁବାଷଙ୍କ ବିକଳ୍ପ ସୁରେଶ!
ଅଶୋକଙ୍କୁ ପ୍ରାର୍ଥୀ କରିବାରୁ ବିଜେପୁର ଉପନିର୍ବାଚନରେ ୪୧ହଜାର ୯୩୩ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ ହୋଇଥିଲା। ଦୂରେଇ ଯାଇଥିଲେ ବିଜେପିର ପୁରୁଣା କର୍ମୀ ଏବଂ ସ୍ୱୟଂସେବକ। ଲଗାତର ୩ଥର ହାରୁଥିବା ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି,ପୁରୁଖା ନାରାୟଣ ସାହୁଙ୍କୁ ବିଜେପି ଅଣଦେଖା କରିଥିଲା।ଏବେ ଇତିହାସର ପୁନରାବୃତ୍ତି ହେଲା।ଗତ ନିର୍ବାଚନରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ଭୋଟ ପାଇଥିବା ସୁବାସ ଚୌହାନଙ୍କୁ ହତାଦର କଲା।କିନ୍ତୁ ଲଗାତର ୫ଥର ହାରିଥିବା ସମ୍ବଲପୁରର ସୁରେଶ ପୂଜାରୀଙ୍କୁ ବରଗଡ଼ରେ ବିଜେପି ପ୍ରାର୍ଥୀ କଲା। ଅନ୍ୟପଟେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସ୍ଥାନୀୟ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଯିଏକି ବରଗଡ଼ ବିଧାନସଭା ଆସନରୁ ଦୁଇ ଥର ବିଜୟୀ ହୋଇଛନ୍ତି। ବରଗଡ଼ ଅଞ୍ଚଳକୁ ଲୋକସଭାରେ ୩ଥର ପ୍ରତିନିଧିତ୍ୱ କରିଛନ୍ତି।

ଖେଳ ବିଗାଡ଼ିବେ ନବୀନ
ସେହିପରି ବରଗଡ଼ ଲୋକସଭା ଅଧିନରେ ଆସୁଥିବା ବିଜେପୁର ଲାଗି ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବାକି ୬ଟି ବିଧାନସଭା ଆସନରେ ପରିଚିତ ମୁହଁ ନବ ଦାସ,କିଶୋର ମହାନ୍ତି,ସୁଶାନ୍ତ ସିଂ,ସ୍ନେହାଙ୍ଗିନୀ ଛୁରିଆ,ଦେବେଶ ଆଚାର୍ଯ୍ୟ ଏବଂ ବିଜୟ ରଞ୍ଜନ ସିଂହ ବରିହା।କିନ୍ତୁ ବିଜେପି ପକ୍ଷରୁ ବରଗଡ଼ରେ ଅଶ୍ୱିନୀ ଷଡ଼ଙ୍ଗୀ,ପଦମପୁରରେ ପ୍ରଦୀପ ପୁରୋହିତ ଏବଂ ବ୍ରଜରାଜ ନଗରରେ ରାଧାରାଣୀ ପଣ୍ଡା ବିଜେଡିକୁ ଟକ୍କର ଦେଇ ପାରନ୍ତି।କିନ୍ତୁ ଭଟଲିରେ ସଂଗଠକ ସୁଶାନ୍ତ ମିଶ୍ରଙ୍କୁ ସାଇଡ୍ କରି ଇରାଶିଷ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେପି।ତେବେ ଗତ ପଞ୍ଚାୟତ ନିର୍ବାଚନରେ ବଡ଼ ସଫଳତା ପାଇ ଜିଲ୍ଲା ପରିଷଦ ଗଠନ କରିଥିବା ବିଜେପି ଏବେ ଅଡୁଆରେ ପଡିଛି।ବିଜେପିର ପ୍ରାର୍ଥୀ ଚୟନରୁ ଲାଗୁଛି ବରଗଡ଼ରେ ଶଙ୍ଖନାଦ ପ୍ରତିଧ୍ୱନିତ ହେବା ସୁନିଶ୍ଟିତ!

2019 LOKASABHA ELECTIONSBARGARGHSubash ChauhanSuresh Pujhari
Tweet
0
ମୋଦିଙ୍କ ଫର୍ମୁଲା ରିପିଟ୍ କଲେ ସମ୍ବିତ:ଜାତୀୟ ରାଜନୀତିରେ ପୁଣି ପୁରୀକୁ ମିଳିବ କି ଗୁରୁତ୍ୱ?
4 ରାଜ୍ୟସଭା ସାଂସଦଙ୍କୁ କାହିଁକି ପ୍ରାର୍ଥୀ କଲା BJD?ରେସରେ ସୌମ୍ୟ-ସରୋଜିନୀ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.