Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମଙ୍ଗଳବାର ମୋଦି ଗୁରୁବାର ଶାହ ବୁଝାଇଲେ:୪ମାସ ପରେ BJPକୁ ବିଜୟ ଫେରିଲେ

By admin • March 28, 2019 • ନ୍ୟୁଜ୍, ପଲିଟିକ୍ସ
MODI-BIJOY

ଆଡ଼ଋଷା ଦେଇଥିବା ବିଜୟ ମହାପାତ୍ର ଶେଷରେ ବୁଝିଗଲେ।ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଟେନିଫୋନରେ କଥା ହେବା ପରେ ଦଳକୁ ଫେରିଛନ୍ତି ବିଜୟ।ଏହା ପୂର୍ବରୁ ଆଜି(ଗୁରୁବାର)ବିଜେପି ପ୍ରଭାରୀ ଅରୁଣ ସିଂ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ବିଜୟଙ୍କ ସହ ୨ଘଣ୍ଟା ଆଲୋଚନା କରିଥିଲେ। ଓଡ଼ିଶାରେ ପରିବର୍ତ୍ତନ ପାଇଁ ଆମେ ନୂଆ ଅଭିଯାନରେ ବାହାରିଛୁ।ପୁରୁଣା କଥାକୁ ଭୁଲି ନୂଆ ରାସ୍ତାରେ ଆମେ ଯିବାକୁ ଆରମ୍ଭ କରିଛୁ ବୋଲି ବିଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
୪ ମାସର ଛୁଟି ସରିଲା
ଏହା ପୂର୍ବରୁ ଗତ ମଙ୍ଗଳବାର,ଦିନ ପ୍ରାୟ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଜୟଙ୍କ ସହ କଥା ହୋଇଥିବାର ଖବର ରହିଛି।ବିଜୟଙ୍କୁ ଦଳକୁ ଫେରି ଆସିବା ଲାଗି ମୋଦି ପ୍ରବର୍ତ୍ତାଇ ଥିଲେ।ବିଜୟଙ୍କ ବିନା ଉପକୂଳ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବା କାଠିକର ବୋଲି ମୋଦି ଜାଣିଲେ।ପ୍ରକାଶ ମିଶ୍ର,ବୈଜୟନ୍ତ ପଣ୍ଡା,ସମ୍ବିତ ପାତ୍ର ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ପରି ପ୍ରାର୍ଥୀଙ୍କ ଜିତିବା ଲାଗି ବିଜୟଙ୍କ ଆବଶ୍ୟକତା ରହିଛି ବୋଲି ମୋଦିଙ୍କ କୋର ଟିମ୍ ରିପୋର୍ଟ ଦେଇଥିଲା।ଏହା ପରେ ମୋଦି ନିଜେ ବିଜୟଙ୍କୁ ବୁଝାଇ ଥିବାର ଖବର ରହିଛି।ଫଳରେ ୪ମାସ ଦୂରେଇ ରହିବା ପରେ ବିଜେପିକୁ ଫେରି ମହାକାଳପଡ଼ାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବିଜୟ।

K V SINGH DEO

ଅନ୍ୟପକ୍ଷରେ ଗତ ନଭେମ୍ବର ୩୦ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ।ଗୋଟିଏ ପତ୍ରରେ ଉଭୟ ବିଜୟ ଓ ଦିଲ୍ଲୀପ ଦସ୍ତଖତ କରି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଥିଲେ। ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଉପକୂଳରେ ସ୍ଥିତି ମଜଭୁତ କରିବା ଲାଗି ବିଜୟଙ୍କ ଆବଶ୍ୟକତା ଅନୁଭବ କରିଥିଲା ଦଳ।ସେଥିପାଇଁ ବୈଜୟନ୍ତ ପଣ୍ଡା-ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପାଓ୍ୱାର ବାଲନ୍ସ କରି କେନ୍ଦ୍ର ବିଜେପି,କନକ ବର୍ଦ୍ଧନ ସିଂହଦେଓଙ୍କୁ ବିଶ୍ୱାସକୁ ନେଇଥିଲା।ବିଜୟଙ୍କ ସହ ଭଲ ସମ୍ପର୍କ ଥିବା କେ.ଭି ମଧ୍ୟସ୍ଥିର ଦାୟିତ୍ୱ ନେଲେ।
ଉପକୂଳରେ ବିଜୟ-ବୈଜୟନ୍ତ
ରାଜନାଥ ସିଂ,ଗଡ଼କାରୀ ଏବଂ ରାମମାଧବଙ୍କ ଠାରୁ ଗ୍ରୀନ ସିଗନାଲ୍ ପାଇ ବୈଜୟନ୍ତ ମଧ୍ୟ ଲାଗିଥିଲେ ବିଜୟଙ୍କୁ ବିଜେପିକୁ ଫେରାଇ ଆଣିବାକୁ।ଦିଲ୍ଲୀପ ରାୟଙ୍କୁ ମଧ୍ୟ ଫେରାଇ ଆଣିବାକୁ କେ.ଭି.ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ।ସମ୍ବଲପୁର ଓ ବରଗଡ଼ରେ ସ୍ଥିତି ବିଗିଡିବା ପରେ ବଲାଙ୍ଗିର,ସୁବର୍ଣ୍ଣପୁର,କଳାହାଣ୍ଡି ଏବଂ ନୂଆପଡ଼ାର ଦାୟିତ୍ୱ କେ.ଭି. ନିଜେ ନେଇ ଉପକୂଳର ଦାୟିତ୍ୱ ବିଜୟ ଏବଂ ବୈଜୟନ୍ତଙ୍କ ହାତରେ ଛାଡ଼ିଛନ୍ତି।
ପଢ଼ନ୍ତୁ-4 ରାଜ୍ୟସଭା ସାଂସଦଙ୍କୁ କାହିଁକି ପ୍ରାର୍ଥୀ କଲା BJD?ରେସରେ ସୌମ୍ୟ-ସରୋଜିନୀ

Amit ShahBIJOY MOHAPATRANarendra ModiOdisha BJP
Tweet
0
4 ରାଜ୍ୟସଭା ସାଂସଦଙ୍କୁ କାହିଁକି ପ୍ରାର୍ଥୀ କଲା BJD?ରେସରେ ସୌମ୍ୟ-ସରୋଜିନୀ
123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.