ମିଛ କହୁଥିଲେ କି ପ୍ରିୟଙ୍କା ଗାନ୍ଧୀ!

ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହେବା ନେଇ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ମିଛ ଧରା ପଡିଛି।ଭାରତର Computer Emergency Response Team ପକ୍ଷରୁ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକାଉଣ୍ଟ ହ୍ୟାକ୍ ହୋଇନାହିଁ ।ପ୍ରିୟଙ୍କା ଅଭିଯୋଗ କରିଥିଲେ ଯେ, ସରକାର ତାଙ୍କର ଝିଅ ମୀରା ଭଦ୍ରା ଏବଂ ପୁଅ ରାୟହାନ୍ ଭଦ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରି ଗୁଇନ୍ଦା ଗିରି କରୁଛନ୍ତି।ଏହି ଅଭିଯୋଗର ତଦନ୍ତ ପାଇଁ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ପ୍ରିୟଙ୍କା ପିଲାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇନଥିବା ବିଷେଶ ସୂତ୍ରରୁ ଜଣାପଡ଼ିଛି।

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ
ନେତାଙ୍କ ଫୋନ୍ ଟ୍ୟାପିଂ
ପେଗାସସ୍ ଗୁପ୍ତଚର ପ୍ରସଙ୍ଗ ସାର୍ବଜନୀନ ହେବା ପରଠାରୁ ବେଆଇନ ଫୋନ୍ ଟ୍ୟାପିଂ ନେଇ ଅଭିଯୋଗ ବଢ଼ୁଛି। ଏ ପ୍ରସଙ୍ଗରେ ପ୍ରିୟଙ୍ଗା ଗାନ୍ଧି ଅନ୍ୟ ବିରୋଧୀଦଳର ନେତାମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଆସୁଛନ୍ତି।ପ୍ରିୟଙ୍କାଙ୍କ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫୋନ୍ ଟ୍ୟାପିଂକୁ ନେଇ ସମାନ ଅଭିଯୋଗ କରିଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକକୁ ନେଇ ପ୍ରିୟଙ୍କାଗାନ୍ଧୀଙ୍କ ଅଭିଯୋଗ ମିଛ ପ୍ରମାଣିତ ହୋଇଛି।
Connect With Us