Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନବୀନଙ୍କ ଟଙ୍କିକିଆ ଚାଉଳ ବ୍ରାଣ୍ଡକୁ,କାଉଣ୍ଟର କରିବ ଧର୍ମେନ୍ଦ୍ରଙ୍କ ମାଗଣା ଡାଲି-ଲୁଣ

By admin • April 13, 2019 • ନ୍ୟୁଜ୍, ପଲିଟିକ୍ସ
dharmendra pradhan

ଓଡ଼ିଶା ଭୋଟରଙ୍କୁ ବିଜେପିର ବଡ଼ ନିର୍ବାଚନୀ ପ୍ରତିଶ୍ରୁତି। ରାଜ୍ୟରେ ବିଜେପି ସରକାର ଆସିଲେ ଲୋକଙ୍କୁ ମାଗଣାରେ ଡାଲି ଓ ଲୁଣ ମିଳିବ।ଓଡ଼ିଶାର ୩କୋଟି ୨୬ଲକ୍ଷ ଲୋକଙ୍କୁ ୧ଟଙ୍କାରେ ୫ କିଲୋଗ୍ରାମ ଚାଉଳ ସହ ଅଧା କେ.ଜି. ଡାଲି ଏବଂ ଅଧା କେ.ଜି ଲୁଣ ମିଳିବ ବୋଲି ବିଜେପି ଘୋଷଣା କରିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ଶନିବାର) କଟକ ଚୌଦ୍ୱାର ନିର୍ବାଚନୀ ସଭାରେ ଏଭଳି ଘୋଷଣା କରିଛନ୍ତି।ଫଳରେ ବିଜେପି ସରକାର ଗଠନ ହେଲେ ୧ଟଙ୍କାରେ ୫କିଲୋଗ୍ରାମ ଚାଉଳ,ଅଧା କିଲୋଗ୍ରାମ ଡାଲି ଏବଂ ଅଧା କେଜି ଲୁଣ ମିଳିବ।ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ବ୍ୟକ୍ତିଙ୍କୁ ୫ଟଙ୍କାରେ ୫ କେଜି ଚାଉଳ ମିଳୁଛି।ସେହି ୧କିଲୋଗ୍ରାମ ଚାଉଳରୁ ୨୫ ଟଙ୍କା ୮୨ କେନ୍ଦ୍ର ସରକାର ଓ ୩ ଟଙ୍କା ୧୬ଟଙ୍କା ରାଜ୍ୟ ସରକାର ବହନ କରୁଛନ୍ତି।
୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୪କୋଟି ୧୯ଲକ୍ଷ ୭୪ହଜାର ୨୧୮ଜଣଙ୍କ ମଧ୍ୟରୁ ୩କୋଟି ୨୬ଲକ୍ଷ ୪୧ହଜାର ୮୦୦ହିତାଧିକାରୀ ଜାତୀୟ ଖାଦ୍ୟସୁରକ୍ଷା ମିଶନରେ ସାମିଲ ହୋଇଛନ୍ତି।ଅର୍ଥାତ ରାଜ୍ୟର ୭୭.୭ ପ୍ରତିଶତ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ସାମିଲ ହୋଇଛନ୍ତି।ଅପରପକ୍ଷରେ ଓଡ଼ିଶା ସରକାରଙ୍କ ଯୁକ୍ତି ୨୦୧୧ ପରେ ୪୨ଲକ୍ଷ ୮୯ହଜାର ୭୬୫ ଜନସଂଖ୍ୟା ବୃଦ୍ଧି ପାଇଛି।ତେଣୁ ଆଉ ୩୪ଲକ୍ଷ ୪୪ହଜାର ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରୁଥିଲେ।ଅବଶ୍ୟ ନବୀନଙ୍କ ଗତ ୨ଥର ମୁଖ୍ୟମନ୍ତ୍ରୀ ହେବା ପଛରେ ଟଙ୍କିକିଆ ଚାଉଳର ଅବଦାନ ସର୍ବାଧିକ।ତେଣୁ ଅଧିକ ଲୋକ ଟଙ୍କିକିଆ ଚାଉଳ ପାଇଲେ ବିଜେଡିର ଫାଇଦା।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବାରେ ଓଡ଼ିଶା ଫେଲ୍ 
କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷାରେ ଆହୁରି ପ୍ରାୟ ୪ଲକ୍ଷ ଉପଭୋକ୍ତାଙ୍କୁ ସାମିଲି କରିବାରେ ବିଫଳ ହୋଇଛନ୍ତି ଓଡ଼ିଶା ସରକାର। ନିର୍ବାଚନ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନରୁ ବାଦ ପଡିଥିବା ଲୋକଙ୍କୁ,ଓଡ଼ିଶା ସରକାର ତାଙ୍କ ନିଜସ୍ୱ ଯୋଜନାରେ ସାମିଲ କରିବେ ବୋଲି ଘୋଷଣା କଲେ। ଏଥିପାଇଁ ଗତ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ।ସେପଟେ ବିଜେଡିର ଅନେକ ନେତା-କର୍ମୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଲେ।ଏପରିକି କଟକ ମହାନଗର ନିଗମର ପୂର୍ବତନ ମେୟର ତଥା ବିଜେଡି ନେତ୍ରୀ ଅନୀତା ବେହେରା ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ଅର୍ନ୍ତଭୁକ୍ତ ହୋଇଥିଲେ।ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଗରୁ ଧର୍ମେନ୍ଦ୍ରଙ୍କ ମାଗଣା ଡାଲି-ଲୁଣ, ନବୀନଙ୍କ ଟଙ୍କିକିଆ ବ୍ରାଣ୍ଡ ଉପରେ କେତେ ପ୍ରଭାବ ପକାଇବ, ସେ ସବୁର ତର୍ଜମା କରିବାକୁ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ପଡିବ।
ପଢ଼ନ୍ତୁ-ଫିଟନେସ୍ ସମସ୍ୟାରେ ଥିବା ପାକିସ୍ତାନ ଟିମକୁ ଆକ୍ରମ କହିଲେ‘ବିରିୟାନୀ ଖାଇଲେ,ଜିତି ହେବନି ବିଶ୍ୱକପ’

1 Rupee RiceDharmendra PradhanFree Dal-SaltNaveen Patnaik
Tweet
0
ଲାରାଙ୍କ ରେକର୍ଡକୁ ହେଡନ୍ ଭାଙ୍ଗିଲେ:କିନ୍ତୁ ମାତ୍ର ୬ମାସରେ ପୁଣି ବିଶ୍ୱ ବିଜେତା ହେଲେ ଲାରା
ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.