ଜୁନ୍୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କଲେ, ନଭେମ୍ବର୨୪ରେ ପୂର୍ବତନ ସାଂସଦ ଖାରବେଳଙ୍କୁ ପିଟିଲେ

ଭୁବନେଶ୍ୱର:ବିରୋଧି ଦଳର ନେତାଙ୍କୁ ଆକ୍ରମଣ କରିବାର ତାରିଖ ଧାର୍ଯ୍ୟ ହେଲା ପରି ଲାଗୁଛି। ଆକ୍ରମଣର ତାରିଖ ହେଉଛି୨୪। ଅଘୋଷିତ ନିଷ୍ପତି ଅନୁସାରେ ବୋଧହୁଏ, ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁଙ୍କୁ ନଭେମ୍ବର ୨୪ରେ ମାଡ଼ ମରାଗଲା।ରାୟଗଡ଼ା ଜିଲ୍ଲା କାଶୀପୁରରେ ନଭେମ୍ବର ୨୪ରେ ଖାରବେଳଙ୍କୁ ମାଡ଼ ମାରିଛନ୍ତି ସୁମନ୍ତ ନାଏକ। ଅଭଦ୍ର ଭାଷାରେ ଗାଳି ଦେବା ସହ ଏକ ବହିରେ ଖାରବେଳଙ୍କୁ ମୁହଁକୁ ଯୋରରେ ବାଡ଼ାଇଛି ଅଭିଯୁକ୍ତ ଅଭିଯୁକ୍ତ ସୁମନ୍ତ। ଖାରବେଳଙ୍କ ଦୋଷ ଥିଲା ଯେ କାହିଁକି ସେ କାଶୀପୁରରେ ପଥପ୍ରାନ୍ତ ସଭା କରୁଛନ୍ତି। ବାଡ଼େଇବା ପୂର୍ବରୁ ଅଭିଯୁକ୍ତ ସୁମନ୍ତ ନାଏକ କହିଥିଲା ଯେ ତାର ସାଙ୍ଗ କୃଷ୍ଣ ନାଏକ ଏବଂ ଭିକି ନାଏକ କେବଳ କଂଗ୍ରେସ-ବିଜେଡିକୁ ଜାଣିଛନ୍ତି।(ଖାରବେଳଙ୍କୁ ବାଡ଼ାଉଛି ସୁମନ୍ତ)
ବିଜେଡି ସମ୍ପାଦକଙ୍କ ସହ ଅଭିଯୁକ୍ତର ସମ୍ପର୍କ ଅଛି କି?
ଅନ୍ୟପକ୍ଷରେ ସଭା କରିବା ଆଗରୁ ଉତ୍କଳ ଭାରତ ପାର୍ଟି ପକ୍ଷରୁ କାଶୀପୁର ଥାନାକୁ ଅବଗତ କରାଯିବା ସହ ସୁରକ୍ଷା ପ୍ରଦାନ କରିବାକୁ କୁହାଯାଇଥିଲା। ହେଲେ କାଶୀପୁର ଥାନା ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆ ଯାଇନଥିଲା ବୋଲି ଉତ୍କଳ ଭାରତ ପକ୍ଷରୁ ଅଭିଯୋଗ ହୋଇଛି। କିନ୍ତୁ ଖାରବେଳ ସ୍ୱାଇଁଙ୍କୁ ମାଡ଼ ମାରିବାର ଭିଜୁଆଲ୍ ଟିଭିରେ ପ୍ରସାରଣ ପରେ, ବାଧ୍ୟ ହୋଇ କାଶୀପୁର ଥାନା ପୋଲିସ ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରିଛି। ସେପଟେ ଅଭିଯୁକ୍ତ ସୁମନ୍ତ, ଜଣେ ବିଜେଡିର ସମର୍ଥକ ବୋଲି ଉତ୍କଳ ଭାରତ ପକ୍ଷରୁ କୁହାଯାଉଛି। ଏମିତି ବି ଚର୍ଚ୍ଚା ହେଉଛି ଯେ ଅଭିଯୁକ୍ତ ସୁମନ୍ତ,ବିଜେଡି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ରଙ୍କ ଜଣେ ଦୃଢ଼ ସମର୍ଥକ। କାଶୀପୁର ବ୍ଲକର ନେତା ଜଗଦୀଶ ପାତ୍ର ଜଣେ ପୂର୍ବତନ ସରପଞ୍ଚ। ଜଗଦୀଶଙ୍କୁ ଚଳିତ ମାସ ୧୫ତାରିଖରେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।(ଜଗଦୀଶଙ୍କ ନିଯୁକ୍ତି ପତ୍ର)
ଅକ୍ଟୋବର ୨୪ରେ ଆଳିରେ ଆକ୍ରମଣ
ସେହିଭଳି ଗତ ଅକ୍ଟୋବର ୨୪ରେ ମଧ୍ୟ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ହୋଇଥିଲା। କେନ୍ଦ୍ରାପଡ଼ାର ଆଳିରେ ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରାର ସଭା କରୁଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ପ୍ରଚାର ମାଇକ୍ ଭାଙ୍ଗିବା ଦେଇଥିବାର ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ କହିଥିଲେ ଯେ ଏହା ହେଉଛି ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କ ଏରିଆ ତମେ କଣ ପାଇଁ ଆସିଛ? ଏହି ସ୍ଥାନ ତୁରନ୍ତ ଛାଡ଼ି ପଳାଇ ନଗଲେ, ହାଣିଦେବେୁ ବୋଲି ଧମକ ଦେଇଥିଲେ।ଏହାପରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜଣାଇଥିଲେ ଖାରବେଳ। କିନ୍ତୁ ଜଣେ ପୂର୍ବତନ ସାଂସଦଙ୍କୁ ସୁରକ୍ଷା ନଦେବାରୁ କାଶୀପୁରରେ ଖାରବେଳଙ୍କୁ ମାଡ଼ ମାରିଲେ ଅଭିଯୁକ୍ତ ସୁମନ୍ତ।
ଅକ୍ଟୋବର ୨୪ରେ ବୈଜୟନ୍ତଙ୍କୁ ଧମକାଇଲେ
ସେହିପରି ଗତ ଅକ୍ଟୋବର ୨୪ରେ ତାଳଚେର କିଶୋର କ୍ଲବର ଦଶହରା କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ଚଢ଼ି ଫୋଲତୋଡ଼ା ଦେବା ବାହାନାରେ ବୈଜୟନ୍ତଙ୍କୁ ଧମକାଇ ଥିଲେ। ଏହା ବିଜୁ ଯୁବବାହିନୀର କାର୍ଯ୍ୟ ବୋଲି ଅଭିଯୋଗ କରିଥିଲେ ବୈଜୟନ୍ତ।
ଜୁନ୍ ୨୪ରେ ବିଜେଡି ବିଧାୟକଙ୍କ ଦାଦାଗିରି
ତେବେ ବିରୋଧିଙ୍କୁ ମାଡ଼ ମାରିବାର ଅଭିଯାନ,ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରଗଡ଼ରୁ ଆରମ୍ଭ ହୋଇଥିଲା। ଜୁନ୍ ୨୪ରେ ୨୦୧୬ରେ କେନ୍ଦ୍ର ହସ୍ତତନ୍ତ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱରଙ୍କ କାରକୁ ଟେକା ମାରି ଭଦ୍ରାମୀର ଲକ୍ଷ୍ମଣରେଖାକୁ ଲଙ୍ଘିଥିଲା ବିଜୁ ଜନତା ଦଳ। ପୁଣି ହସ୍ତତନ୍ତ ମନ୍ତ୍ରୀଙ୍କୁ ବିରୋଧର ନେତୃତ୍ୱ ନେଉଥିଲେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା ରାୟବାହାଦୁର କୁତାର୍ଥ ଆଚାର୍ଯ୍ୟଙ୍କ ନାତି, ବିଧାୟକ ଦେବେଶ। ବିରୋଧ ପୁଣି ବରଗଡ଼ ସହରରୁ ବିରଜାମ ଯାଏଁ ଥିଲା। ୪୦ କିଲୋମିଟର ଧରି ବିଜେଡି ପକ୍ଷରୁ କଳାପତାକା ପ୍ରଦର୍ଶନ ହେଲା। (କେନ୍ଦ୍ରମନ୍ତ୍ରୀ ଗଙ୍ଗୱରଙ୍କୁ ଆକ୍ରମଣ)
ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ନାଁରେ ନାମିତ ଗାନ୍ଧୀ ଛକରେ, ଟେକା ପଡ଼ିଥିଲା କେନ୍ଦ୍ରମନ୍ତ୍ରୀ ସନ୍ତୋଷଙ୍କ କାର ଉପରେ। ଭାଙ୍ଗିଲା କାରର କାଚ, ଅଳ୍ପକେ ବର୍ତ୍ତିଲେ ସନ୍ତୋଷ ଗଙ୍ଗୱର। କେନ୍ଦ୍ରମନ୍ତ୍ରୀଙ୍କୁ ବରଗଡ଼ରେ ପୂରାଇ ଦେବୁନାହିଁ ବୋଲି ପୂର୍ବରୁ ଧମକ ଦେଇଥିଲେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ବିଜୟ ରଞ୍ଜନ ସିଂ ବରିହା। ତଥାପି ମୁଖ୍ୟମନ୍ତ୍ରୀଙ୍କ ଅଧୀନ ଗୃହବିଭାଗର ପୋଲିସ ବାବୁ ଚୁପ ରହିଥିଲେ।
ଏଥିସହ ପଢ଼ନ୍ତୁ
ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ….
୩ ଛୁଆର ମାଆ: ୩୫ବର୍ଷ ବୟସରେ ୟଙ୍ଗ ବକ୍ସରଙ୍କୁ ହରାଇ,ଷଷ୍ଠ ଥର ବିଶ୍ୱ ଚାମ୍ପିଅନ୍ ମେରି କମ୍
Connect With Us