୩ ଛୁଆର ମାଆ: ୩୫ବର୍ଷ ବୟସରେ ୟଙ୍ଗ ବକ୍ସରଙ୍କୁ ହରାଇ,ଷଷ୍ଠ ଥର ବିଶ୍ୱ ଚାମ୍ପିଅନ୍ ମେରି କମ୍

ମାଗ୍ନିଫିସେଣ୍ଟ ମେରୀ। ମଣିପୁରର ଝିଅ, ଭାରତର ମଣି। ବକ୍ସିଂ କୁଇନ୍ ମେରି କମ୍। ପ୍ରତିଟି ଭାରତୀୟ ମହିଳାଙ୍କ ପାଇଁ ସେ ପ୍ରେରଣାଦାୟୀ। ବୟସ ଛୁଇଁଲାଣି ୩୫, ୩ପିଲାର ମାଅ ସେ। ତଥାପି ବକ୍ସିଂ ରିଂରେ ତାଙ୍କ ମୁଥରେ ପ୍ରତିପକ୍ଷ ବକ୍ସର ଚିତପଟାଙ୍ଗ ମାରୁଛନ୍ତି। ଚଳିତବର୍ଷ ବିଶ୍ୱ ଚାମ୍ପିଅନ୍ ହୋଇ ଏକଥା ପ୍ରମାଣିତ କରିଛନ୍ତି ମେରି କମ୍। ବାର୍ତ୍ତା ଦେଇଛନ୍ତି, ମହିଳା ଅବଳା କି ଦୁର୍ବଳା ନୁହନ୍ତି। ଯେଉଁମାନେ ଭାବୁଛନ୍ତି ଜୀବନରେ କିଛି କରି ପାରିବେ ନାହିଁ କିମ୍ବା କିଛି କରିବା ପାଇଁ ଚାହିଁଲେ ସଫଳ ହେଉନାହାନ୍ତି, ସେମାନେ ଥରେ ମେରି କମ୍ଙ୍କ କାହାଣୀ ପଢ଼ିବା ଦରକାର। ମଣିପୁରର ମେରି କମ୍ ସଂଘର୍ଷ ଭିତରକୁ ସଫଳତାକୁ ନିଜ ହାତମୁଠାରେ କରିପାରିଛନ୍ତି। ସ୍ୱର୍ଣ୍ଣିମ ସଫଳତା ହାସଲ କରିବାରେ ମେରି କମ୍ ଏକମାତ୍ର ଭାରତୀୟ ମହିଳା ବକ୍ସର ହୋଇ ପାରିଛନ୍ତି।
ସୁନା ଝିଅ ମେରିଷଷ୍ଠ ଥର ବିଶ୍ୱ ଚାମ୍ପିଅନ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ମଣିପୁରର ମଣି ମେରି କମ୍। ୪୮କିଲୋଗ୍ରାମ ବର୍ଗରେ ସେ ୟୁକ୍ରେନର ହେନା ଓଖୋଟାଙ୍କୁ ହରାଇ ଚାମ୍ପିଅନ ହୋଇଛନ୍ତି। ଫାଇନାଲରେ ୫-୦ରେ ଏକତରଫା ଭାବରେ ମ୍ୟାଚ୍ ଜିତି ନେଇଥିଲେ ୩୫ବର୍ଷୀୟ ମେରି। ହେନା ଓଖୋଟା ତାଙ୍ କଠାରୁ ୧୩ ବର୍ଷ ସାନ। ୨୦୧୦ରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକର ଅଧିକାରିଣୀ ହୋଇଥିଲେ ମେରି। ପୂର୍ବରୁ ୨୦୦୨, ୨୦୦୫, ୨୦୦୬ ଓ ୨୦୦୮ରେ ବିଶ୍ୱ ଚାମ୍ପିଅନସିପ୍ରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲେ। ୨୦୦୧ରେ ବିଶ୍ୱ ଚାମ୍ପିଅନସିପ୍ ଆରମ୍ଭ ହେବ ବର୍ଷ ରୌପ୍ୟ ପଦକରେ ମେରିଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ
ବିଜୟ ପରେ କାନ୍ଦି ପକାଇଥିଲେ ମେରି କମ୍। ବିଜୟକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମେରି କମ୍। ଏବେ ଲକ୍ଷ୍ୟ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦେଶର ପାଇଁ ସୁନା ଆଣିବେ। ସଫଳତା ପରେ ତାଙ୍କୁ ଚାରିଆଡୁ ଛୁଟୁଛି ସଫଳତାର ସୁଅ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କ୍ରୀଡ଼ାବିତ୍ ଭୂୟଶୀ ପ୍ରଶଂସା କରିଛନ୍ତି।
A proud moment for Indian sports.
Congratulations to Mary Kom for winning a Gold in the Women’s World Boxing Championships. The diligence with which she’s pursued sports and excelled at the world stage is extremely inspiring. Her win is truly special. @MangteC
— Narendra Modi (@narendramodi) November 24, 2018
ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୪ ଇଣ୍ଟିଅନ୍ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ ମେରି କମ୍। ସେହିପରି ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ପ୍ରଥମ ମହିଳା ବକ୍ସର ଭାବରେ ଜିତିଥିଲେ ସ୍ୱର୍ଣ୍ଣ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ- ବ୍ରୋଞ୍ଜ (୫୧କି.ଗ୍ରା) । ୨୦୧୮ ଗୋଲକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡା- ସ୍ୱର୍ଣ୍ଣ (୪୮ କି.ଗ୍ରା)। ୨୦୧୦ ଗୁଆଙ୍ଗଝୁ ଏସିଆନ୍ ଗେମ୍ସ- ରୌପ୍ୟ (୫୧କି.ଗ୍ରା)। ୨୦୧୪ ଇଞ୍ଚିଅନ୍ ଏସିଆନ୍ ଗେମ୍ସ- ସ୍ୱର୍ଣ୍ଣ (୫୧କି.ଗ୍ରା)
Connect With Us