Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବାଜପେୟୀଙ୍କ ପ୍ରିୟ ଦିଲ୍ଲୀପ ରାୟ, ବିଜେପି ବିଧାୟକ ପଦରୁ ଦେଇପାରନ୍ତି ଇସ୍ତଫା!

By admin • November 26, 2018 • ପଲିଟିକ୍ସ
Aparajita-Dillip Ray

ଭୁବନେଶ୍ୱର: ୧୯୯୮ ମସିହାରେ ଜାତୀୟ ରାଜନୀତିର ଚର୍ଚ୍ଚିତ ନେତା ଥିଲେ ବିଜେଡି ସାଂସଦ ଦିଲ୍ଲୀପ ରାୟ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦିଲ୍ଲୀପ ରାୟ। ସଂଖ୍ୟା ଗଣିତରେ ପଛରେ ଥିବା ଏନଡିଏ ଲାଗି ସମର୍ଥନ ଯୋଗାଡ଼ରେ ଅଗ୍ରଣୀ ଭୂମିକା ନେଇଥିଲେ ଦିଲୀପ। ଟିଡିପି(ତେଲଗୁ ଦେଶମ ପାର୍ଟି)ର ସାଂସଦମାନଙ୍କ ସହ ଦିଲ୍ଲୀପଙ୍କ ବ୍ୟକ୍ତିଗତ ବନ୍ଧୁତା ଖୁବ କାମରେ ଆସିଥିଲା ଅଟଳ ବିହାରୀ ବାଜପେୟୀଙ୍କ ଲାଗି। ଟିଡିପି ନେତା ଚନ୍ଦ୍ରବାବୁ ନାୟୁଡଙ୍କୁ ମନାଇ ଏନଡିଏ ଲାଗି ସମର୍ଥନ ଜୁଟାଇବାରେ ସଫଳ ହୋଇଥିଲେ ଦିଲ୍ଲୀପ। ଫଳରେ ବାଜପେୟୀ ଦ୍ୱୀତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ବାଜପେୟୀ ମଧ୍ୟ ଦିଲ୍ଲୀପଙ୍କୁ ନିଜ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇଥିଲେ। କିନ୍ତୁ ଏବେ ଓଡ଼ିଶା ମିଡିଆରେ ଚର୍ଚ୍ଚା ଯେ ଦିଲ୍ଲୀପ ରାୟ ବିଜେପି ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି। ତେବେ ଆଲୋଚନା କରି ଏନେଇ ନିଷ୍ପତି ନେବୁ ବୋଲି ଦିଲ୍ଲୀପଙ୍କ ଘନିଷ୍ଠ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।VAJPAYEE-NAIDU(ବାଜପେୟୀ ଓ ଚନ୍ଦ୍ରବାବୁ)
ଦୂରତା ବଢ଼ାଉଛି
ବ୍ରାହ୍ମଣୀ ସେତୁ
ତେବେ ବ୍ରାହ୍ମଣୀ ନଦୀରେ ଦ୍ୱୀତୀୟ ସେତୁ ନିର୍ମାଣ ଓ ଇସ୍ପାତ ଜେନରାଲ ହସ୍ପିଟାଲ(ଆଇଜିଏଚ)କୁ ସୁପର ସ୍ପେଷାଲିଟ୍ ମେଡିକାଲ କଲେଜ କରିବାରେ ବିଳମ୍ବ ଯୋଗୁ ଦିଲ୍ଲୀପ ରାୟ ଅସନ୍ତୁଷ୍ଟ ଅଛନ୍ତି। ୨୦୧୫ ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାହ୍ଣଣୀ ସେତୁ ଏବଂ ସୁପର ସ୍ପେଷାଲିଟ୍ ହସ୍ପିଟାଲ ନିର୍ମାଣ ହେବ ବୋଲି  ରାଉରକେଲାରେ ଘୋଷଣା କରିଥିଲେ। କିନ୍ତୁ ଦିଲ୍ଲୀପ, ବାରମ୍ବାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ୨୧ଜୁଲାଇ ୨୦୧୭ରେ ବ୍ରାହ୍ମଣୀସେତୁ ନିର୍ମାଣ ଲାଗି ଶୁଭ ଦିଆଗଲା। ହେଲେ ଏହା ମଧ୍ୟରେ୧୬ମାସ ବିତିଥିଲେ ମଧ୍ୟ ସେତୁ ନିର୍ମାଣ କାମ ହୋଇନାହିଁ। ଆଉ ଆଇଜିଏଚକୁ ସୁପର ସ୍ପେଷାଲିଟ୍ ହସ୍ପିଟାଲରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୀତଳ ଭଣ୍ଡାରରେ ରହିଛି। ରାଉରକେଲା ଜନତାଙ୍କ ସ୍ୱାର୍ଥକୁ ଆଗରେ ରଖି ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।DILIP-BIJOY-&-MODI(ପିଏମଓରେ ଦିଲ୍ଲୀପ-ବିଜୟ)
କୋଇଲା ଦୁର୍ନୀତି ଜାଲ
ଅନ୍ୟପକ୍ଷରେ ୧୬ମାର୍ଚ୍ଚ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଫିସରେ ଓଡ଼ିଶା ରାଜନୀତି ବାବଦରେ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ଏବେ କିନ୍ତୁ ବିଜେପି ସହ ଦିଲ୍ଲୀପଙ୍କ କୌଣସି ସମ୍ପର୍କ ଥିଲା ପରି ଲାଗୁନାହିଁ। କାରଣ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ କୋଇଲା ଦୁର୍ନୀତିରେ ଦିଲ୍ଲୀପଙ୍କୁ ଟଣାଗଲା। ୧୯୯୯ରେ ଝାଡ଼ଖଣ୍ଡ ବ୍ରହ୍ମଡ଼ିହା କୋଇଲା ଖଣି ଆବଣ୍ଟନକୁ ନେଇ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସିବିଆଇ ଟାଣିଛି।କୋଇଲା ଦୁର୍ନୀତିରେ୨୦୧୭ ଏପ୍ରିଲରେ ତାଙ୍କୁ ସିବିଆଇ ଟାଣିବା ପର ଠାରୁ ବିଜେପି ଠାରୁ ଦିଲ୍ଲୀପଙ୍କ ମୋହଭଙ୍ଗ ହେଲା ଭଳି ଲାଗୁଛି। କେନ୍ଦ୍ରରେ ୧୦ବର୍ଷ ଉପା ସରକାର ଥିଲେ ମଧ୍ୟ କୋଇଲା ଦୁର୍ନୀତିରେ ଦିଲ୍ଲୀପଙ୍କୁ ସିବିଆଇ ଟାଣୁନଥିଲା, ଅଥଚ କେନ୍ଦ୍ରରେ ବିଜେପି ସରକାର ଥାଇ ତାଙ୍କୁ ଫସାଇବାକୁ ଉଦ୍ୟମ ହେଉଛି ବୋଲି ଦିଲ୍ଲୀପଙ୍କ ସର୍କଲରେ ଚର୍ଚ୍ଚା।
ନବୀନଙ୍କୁ ନିଦ ହଜାଇ ଥିଲେ
ଅପର ପକ୍ଷରେ ଚାକିରୀରୁ ଅବସର ନେଇଥିବା ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଅଧିକ ଗୁରୁତ୍ୱ ଦେଉଛି। ଯଦିଓ ଜଣେ ଦୃଢ଼ ପ୍ରଶାସକ ଭାବେ ଅପରାଜିତାଙ୍କ ସୁନାମ ରହିଛି, କିନ୍ତୁ ବିହାରର ଝିଅ ଅପରାଜିତାଙ୍କ ଓଡ଼ିଶା ପଲିଟିକ୍ସରେ ଦକ୍ଷତା ଏଯାଏଁ ଦେଖିବାକୁ ମିଳିନାହିଁ। ନଭେମ୍ବର ୨୭ରେ ଅପରାଜିତା ବିଜେପିରେ ମିଶିଛନ୍ତି। ଅନ୍ୟପଟେ ୧୨ବର୍ଷର ସଂସଦୀୟ ଅଭିଜ୍ଞତା, ସାଢେ ୧୪ବର୍ଷର ବିଧାନସଭା ଅନୁଭୂତି ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଓଡ଼ିଶା ପଲିଟିକ୍ସର ଜଣେ ପୋଖତ ରାଜନେତା। ରାଉରକେଲା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଭାବେ କ୍ୟାରିୟର ଆରମ୍ଭ କରି ୨୦୦୨ ମାର୍ଚ୍ଚ ୨୭ରେ ନିର୍ଦ୍ଦଳୀୟ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ, ବିଜେପି-ବିଜେଡି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଦିଲ୍ଲୀପ ବିଜୟୀ ହୋଇଥିଲେ।କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରଙ୍କୁ ହରାଇ, ନବୀନ ପଟ୍ଟନାୟକ ଓ କଂଗ୍ରେସର ଭିତିରିଆ ବୁଝାମଣାକୁ ଫ୍ଲପ୍ କରିଥିଲେ ଦିଲ୍ଲୀପ। ନବୀନଙ୍କ ନିଦ ଉଡାଇ ଦେଇଥିବା ଶିଳ୍ପପତି ଦିଲ୍ଲୀପ ରାୟ, ଦଳୀୟ ପାଣ୍ଠି ଯୋଗାଡ କରିବାରେ ମଧ୍ୟ ସିଦ୍ଧହସ୍ତ। ଯଦି ସତରେ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଉଛନ୍ତି, ତାହେଲେ ବିଜେପି ସେହି କ୍ଷତିକୁ ଭରଣା କରିପାରିବ ତ ?
ଏଥିସହ ପଢ଼ନ୍ତୁ
ଜୁନ୍୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କଲେ, ନଭେମ୍ବର୨୪ରେ ପୂର୍ବତନ ସାଂସଦ ଖାରବେଳଙ୍କୁ ପିଟିଲେ

ବାପାଙ୍କୁ ବିଶ୍ୱକପ ଖେଳିବାକୁ ମିଳିନଥିଲା ସୁଯୋଗ, କିନ୍ତୁ ପୁଅ ହାର୍ଦ୍ଦିକ ସିଂ ଓ୍ଵାର୍ଲଡ କପ ଟିମରେ ବେଷ୍ଟ ମିଡ୍ ଫିଲଡର

APARAJITA SARANGIAtal Bihari VajpayeeBJPCHANDRA BABU NAIDUDILIP RAY
Tweet
0
ଜୁନ୍୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କଲେ, ନଭେମ୍ବର୨୪ରେ ପୂର୍ବତନ ସାଂସଦ ଖାରବେଳଙ୍କୁ ପିଟିଲେ
୨୦୧୧ ବିଶ୍ୱକପ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ଆସିଥିଲେ ଧୋନି! ୭ବର୍ଷ ପରେ ରାଜ୍ ଖୋଲିଲେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.