Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁଙ୍କ ବନବାସ ଥିଲା୨୭ବର୍ଷ:ବିଜୟଙ୍କର ହେଲା୧୯ବର୍ଷ

By admin • July 24, 2019 • ନ୍ୟୁଜ୍, ପଲିଟିକ୍ସ

ହାଇଭୋଲଟେଜ୍ ପାଟକୁରା ନିର୍ବାଚନର ଫଳାଫଳ,ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରିବ ନାହିଁ ସତ।କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋର ବିରୋଧି ବିଜୟ ମହାପାତ୍ରଙ୍କର ବଡ଼ ବ୍ୟବଧାନରେ ପରାଜୟ ଘଟିଛି।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ,ବିଜେପିର ବିଜୟ ମହାପାତ୍ରଙ୍କୁ ୧୭ହଜାର ୯୨୦ଭୋଟ ବ୍ୟବଧାନରେ ହରାଇଛନ୍ତି।ସାବିତ୍ରୀଙ୍କୁ ୯୬ହଜାର ୧୭ଭୋଟ ମିଳିଥିଲା ବେଳେ ବିଜୟଙ୍କୁ ମିଳିଛି ୭୮ହଜାର ୯୭ଭୋଟ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମାତ୍ର୨୧ଶହ ୪ଭୋଟ ମିଳିଛି।ଫଳରେ ଜୟନ୍ତଙ୍କ ଜମାନତ ଋଦ୍ଦ ହୋଇଛି।ଗଣତି ଆରମ୍ଭରୁ ବିଜୟ ମହାପାତ୍ର ପଛେଇ ରହିଥିଲେ।ଡେରାବିଶ ବ୍ଲକରେ ବିଜେଡିକୁ ୧୩ହଜାର ୮୪୦ଭୋଟ ଲିଡ୍ ମିଳିଥିଲା।ଅନୁମାନ କରଯାଉଥିଲା ବିଜୟଙ୍କ ନିଜ ବ୍ଲକ ଗରଦପୁର ଏବଂ ମାର୍ଶାଘାଇରେ ବିଜେପି ଭଲ କରିବ।କିନ୍ତୁ ସେହି ଦୁଇଟି ବ୍ଲକରେ ମଧ୍ୟ ବିଜେଡିକୁ ୪ହଜାର ୮୦ଖଣ୍ଡ ଭୋଟ ଅଧିକ ମିଳିଛି।

ବିଜୟର ଶ୍ରେୟ ବେଦପ୍ରକାଶଙ୍କ ଦେହାନ୍ତ
ବିଜୟଙ୍କୁ ହରାଇବା ଲାଗି ନବୀନ ପଟ୍ଟନାୟକ ଏଭଳି ଚାଲ ଖେଳିଥିଲେ ଯାହା ଫଳରେ ବିଜେଡିର ଜିତିବା ସୁନିଶ୍ଚିତ ହୋଇଥିଲା।ବୟସ ଅଧିକ କାରଣରୁ ଭି.ସୁଜ୍ଞାନୀଦେଓ,ରମେଶଚନ୍ଦ୍ର ଚାଉପଟ୍ଟନାୟକ ଏବଂ ଅର୍ଜୁନ ସେଠୀଙ୍କୁ ବିଜେଡି ଟିକେଟ ମିଳିନଥିଲା।କିନ୍ତୁ ପାଟକୁରା ପାଇଁ ନବୀନଙ୍କ ପ୍ଲାନ ଥିଲା ଭିନ୍ନ।ICUରେ ଥିବା ୮୨ବର୍ଷୀୟ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ବିଜେଡି ଟିକେଟ ଦେଇଥିଲା।ହେଲେ ମତଦାନ ତାରିଖ ପୂର୍ବରୁ ଏପ୍ରିଲ୨୦ରେ ବେଦପ୍ରକାଶଙ୍କ ଦେହାନ୍ତ ହୋଇଥିଲା।ଫଳରେ ପାଟକୁରା ନିର୍ବାଚନ ଘୁଞ୍ଚିଥିଲା।ଆଉ ବିଜେଡି ହାତକୁ ଆସି ଯାଇଥିଲା ସିମ୍ପାଥି କାର୍ଡ।ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।ଲୋକସଭା ନିର୍ବାଚନରେ ଯେଉଁ ପାଟକୁରା ବିଜେଡିକୁ ୬ହଜାର ୩୨୩ଭୋଟ ଲିଡ୍ ଦେଇଥିଲା,ବିଧାନସଭା ନିର୍ବାଚନରେ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ୧୭ହଜାର୯୨୦ଭୋଟ ଅଧିକ ମିିଳିଛି।

Patkura-Sympathy

ଅବଶ୍ୟ ଦିବଙ୍ଗତ ଜନ ପ୍ରତିନିଧିଙ୍କ ପରିବାରକୁ ଟିକେଟ ଦେବା ବିଜେଡିର ପୁରୁଣା ଚାଲ।୨୦୧୮ବିଜେପୁର ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଗଡ଼କୁ ଅକ୍ତିଆର କରିଥିଲା ବିଜେଡି।ହେମେନ୍ଦ୍ର ସିଂହଙ୍କ ଦେହାନ୍ତ ପରେ କନ୍ଧମାଳ ଉପନିର୍ବାଚନରେ ତାଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି।ସେହିଭଳି ଭାଗବତ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ମନ୍ଦାକିନୀଙ୍କୁ ନୟାଗଡ଼ରରେ ବିଜେଡି ଲଢ଼ାଇଥିଲା।ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ୨୦୦୦ରେ ପ୍ରାର୍ଥୀ କରି ଜିତିଥିଲା ବିଜେଡି।ସିମ୍ପାଥି ଫ୍ୟାକ୍ଟରରେ ସବୁଠି ଜିତିଥିବା ବିଜେଡି ପାଟକୁରାରେ ମଧ୍ୟ ବିଜୟୀ ହେଲା।

ନେହରୁ-କାମରାଜ-ଇନ୍ଦିରା

ବିଜୁଙ୍କୁ ଗାଦିଚ୍ୟୁତ କରିଥିଲେ ନେହରୁ!
ବିଜୁ ପଟ୍ଟନାୟକ ପଲିଟିକାଲ୍ ଷ୍ଟୁଡେଣ୍ଟ ବିଜୟ ମହାପାତ୍ର,ନିଜ ଗୁରୁଙ୍କ ପରି କ୍ଷମତା ରାଜନୀତିରୁ ପୁଣି ଦୂରେଇ ରହିଛନ୍ତି।୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୁ ପଟ୍ଟନାୟକ।କିନ୍ତୁ ୧୯୬୩ରେ କେ.କାମରାଜଙ୍କ ନୀତିରେ  କଂଗ୍ରେସ ସଂଗଠନ ପାଇଁ କାମ କରିବାକୁ ବିଜୁ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ନେହରୁ ବାଧ୍ୟ କରାଇଥିଲେ।ଝିଅ ଇନ୍ଦିରା ଗାନ୍ଧିଙ୍କ ଭବିଷ୍ୟତ ପାଇଁ ନେହରୁ,ବିଜୁ ପଟ୍ଟନାୟକଙ୍କ ପରି ଅନେକ ନେତାଙ୍କୁ ଡାଉନ୍ ସାଇଜ୍ କରିଥିଲେ।ନବୀନ ପଟ୍ଟନାୟକ ମଧ୍ୟ ସେହିଭଳି ମୁଖ୍ୟମନ୍ତ୍ରୀ ଚେୟାର ପାଇଁ ବିଜେଡିର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ସହ ଛଳନା କରି ୨୦୦୦ରେ ଟିକେଟ କାଟିଥିଲେ।

ତେବେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ,ଜନତା ପାର୍ଟି ଏବଂ ଜନତା ଦଳରେ ଯୋଗ ଦେଇଥିଲେ ବିଜୁ।ମୁଖ୍ୟମନ୍ତ୍ରୀ ଅଫିସରୁ୨୭ବର୍ଷ ଦୂରେଇ ରହିବା ପରେ ୧୯୯୦ରେ ମୁଖ୍ୟମନ୍ତ୍ରୀ ଚେୟାରକୁ ଫେରିଥିଲେ ବିଜୁ।ଗୁରୁ ବିଜୁଙ୍କ ପରି ବିଜୟ ମହାପାତ୍ର ୧୯୮୦ରୁ ଲଗାତର ୪ଥର ଜିତି ପାଟକୁରାର ଅପରାଜୟ ନେତା ଥିଲେ।କିନ୍ତୁ ୧୯ବର୍ଷ ହେବ ଜିତିବା ଭୁଳି ଗଲେଣି ବିଜୟ! ତାହେଲେ ବିଜୁଙ୍କ ପରି ବିଜୟ କଣ ୨୭ବର୍ଷ କ୍ଷମତା ରାଜନୀତିରେ ଦୂରେଇ ରହିବେ?
ଲେଖା-ଦେବେନ୍ଦ୍ର ନାୟକ

Bartaman OdishaBIJOY MOHAPATRANaveen PatnaikPatkura ElectionSabitri Agarwal
Tweet
0
ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା
ସୁପର ଓଭର୍ ମ୍ୟାଚ୍ ଟାଇ ହେଲେ ଓ୍ୱିନର ବାଛିବେ ଅନୀଲ କୁମ୍ବଲେ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.