Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଅଫେରା ରାଇଜରେ ବଲିଉଡ୍ କମେଡି ବାଦଶାହ କାଦର ଖାନ୍

By admin • January 1, 2019 • ନ୍ୟୁଜ୍, ଫିଲ୍ମ
Kader-Khan-

ନୂଆବର୍ଷ ବଲିଉଡ୍ ପାଇଁ ଆଣିଲା ଦୁଃଖ ଖବର। ବର୍ଷିୟାନ୍ ଅଭିନେତା ତଥା କମେଡି ଷ୍ଟାର କାଦର ଖାନଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କାଦର ଖାନ। କାନାଡାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କାଦର ଖାନଙ୍କ ବିୟୋଗରେ ସାରା ବଲଉଡରେ ଶୋକର ଛାୟା। ସମସ୍ତେ ଝୁରୁଛନ୍ତି କମେଡି କିଙ୍ଗଙ୍କୁ ।

T 3045 – Kadar Khan passes away .. sad depressing news .. my prayers and condolences .. a brilliant stage artist a most compassionate and accomplished talent on film .. a writer of eminence ; in most of my very successful films .. a delightful company .. and a mathematician !! pic.twitter.com/l7pdv0Wdu1

— Amitabh Bachchan (@SrBachchan) January 1, 2019

କାବୁଲରୁ ଯାତ୍ରା କାନାଡ଼ରେ ଶେଷ

Kader Khaan

କାଦର ଖାନ(ଫାଇଲ୍ ଫଟୋ)

କାବୁଲରେ ଜନ୍ମଗ୍ରହଣ କରିଥିଲେ କାଦର ଖାନ୍। ପ୍ରଥମେ ଫିଲ୍ମ ପାଇଁ ଡାଏଲଗ୍ ଲେଖୁଥିଲେ । ଡାଏଲଗ୍ ରାଇଟର୍ ଭାବରେ ତାଙ୍କୁ ବ୍ରେକ୍ ଦେଇଥିଲେ ସୁପରଷ୍ଟାର ରାଜେଶ ଖନ୍ନା। ୧୯୭୩ରେ ରାଜେଶ ଖନ୍ନାଙ୍କ ସହ ଫିଲ୍ନ ଦାଗ ଜରିଆଗରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ କାଦର ଖାନ୍। ତାପରଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଦର୍ଶକଙ୍କୁ ବାଣ୍ଟି ଚାଲିଥିଲେ ହସର ପସରା। ପାଖାପାଖି ୩ଶହରୁ ଅଧିକ ଫିଲ୍ମରେ ଅଭିନୟର ଛାପ ଛାଡ଼ିଛନ୍ତି କାଦର ଖାନ। ବିଶେଷ କରି ନିଆରା ଶୈଳୀରେ ଡାଏଲଗ୍ କହିବା ଦର୍ଶକଙ୍କୁ ମୁଗ୍ଧ କରେ।

ଅସ୍ତମିତ କାଦର ଖାନ

Kadar-Khan
କାଦର ଖାନ(ଫାଇଲ୍ ଫଟୋ)

ରାଜେଶ ଖନ୍ନାଙ୍କ ସମେତ ବିଗ୍ ବିଙ୍କ ଅଭିନୀତ ଫିଲ୍ମ କୁଲି, ଦେଶପ୍ରେମୀ, ସୁହାଗ, ଅମର ଆକବର ଅନ୍ଥୋନୀ ଏବଂ ଜିତେନ୍ଦ୍ରଙ୍କ ହିମ୍ମତଓ୍ୱାଲା, ସର୍ଫରୋସ, ଜଷ୍ଟିସ ଚୌଧୁରୀ, ଫର୍ଜ ଓର୍ କାନୁନ୍ ଜିଓ ଓର୍ ଜିନୋ ଦୋ ଭଳି ଫିଲ୍ମ ପାଇଁ ବି ଡାଏଲଗ୍ ଲେଖିଥିଲେ କାଦର ଖାନ୍। ପ୍ରଥମେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରରେ ନଜର ଆସୁଥିଲେ। ପରେ ମିଳିଥିଲା କମେଡି ଚରିତ୍ର। ବିଶେଷ କରି ଗୋବିନ୍ଦାଙ୍କ ଓ ଅନୀଲ କପୁରଙ୍କ ବହୁ ଫିଲ୍ମରେ କାଦର ଖାନଙ୍କ କମେଡି ତଡକା ଦେଖିବାକୁ ମିଳିଛି। ୧୯୯୧ରେ ବାପ ନମ୍ବରୀ ବେଟା ଦଶ ନମ୍ବରୀ ଫିଲ୍ମ ପାଇଁ ଶ୍ରେଷ୍ଠ କମେଡି ଆକ୍ଟର ସମ୍ମାନରେ ସମ୍ମାନିତ ହୋଇଥିଲେ। ସାତ ଥର ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇଁ ମନୋନୀତ ବି ହୋଇଥିଲେ  ଆଜି କାଦର ଖାନ ଅସ୍ତମିତ, କିନ୍ତୁ ତାଙ୍କ ସ୍ମୃତି ଫ୍ୟାନଙ୍କ ହୃଦୟରେ ତାଜା ହୋଇ ରହିବ ସବୁଦିନ।

BoolywoodKader Khan
Tweet
0
ଗ୍ରେଟ୍ କ୍ରିକେଟର,କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍
ଅନେକ ବ୍ୟକ୍ତିଙ୍କ ଲାଇଫ୍ ଟାଇମ୍ ଇନକମ୍ ଠାରୁ ବଲିଉଡର ଏହି ଷ୍ଟାର୍ସଙ୍କ ମାସିକ ବିଦ୍ୟୁତ ବିଲ୍ ଅଧିକ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.