Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ହୁଡହୁଡ ବେଳେ କନ୍ଧମାଳ ଉପନିର୍ବାଚନ ହେଲା:ଫନି ବେଳକୁ ଭୟ କାହିଁକି?

By admin • April 30, 2019 • Uncategorized
PATAKURA-BIJOY

ପାଟକୁରା ନିର୍ବାଚନ ଓଡ଼ିଶା ରାଜନୀତିକୁ ହଇଚଇ କଲାଣି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଯେଣତେଣ ପ୍ରକାରେଣ ବିଧାନସଭାକୁ ପୁରାଇ ନଦେବେ ସେହି ଚିନ୍ତାରେ ନବୀନ।ବିଜୟଙ୍କୁ ହରାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛି ବିଜେଡି।ପାଟକୁରା ଭୋଟକୁ ଘଞ୍ଚାଇବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦାବି ହିଁ ସ୍ପଷ୍ଟ କରୁଛି କଣ ରହିଛି ଏହାର ଭିତିରି ଉଦ୍ଦେଶ୍ୟ। ବାତ୍ୟା‘ଫୋନି’ ଆଢୁଆଳରେ ନିର୍ବାଚନକୁ ପୁଣି ଘୁଞ୍ଚାଇବାକୁ ବିଜେଡି ପ୍ଲାନ କରୁଛି।ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ,ମୁଖ୍ୟ ନିର୍ବାଚନ କମିଶନଙ୍କୁ ଦିଲ୍ଲୀରେ ଭେଟିଛନ୍ତି।ତେବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିର୍ବାଚନ ସାମ୍ନା କରିବା ନବୀନଙ୍କ ପାଇଁ ନୂଆ ନୁହେଁ।

Odisha CM Naveen Patnaik: I am in Delhi to meet the Election Commission of India regarding the by elections of Patkura Assembly seat, that it should be postponed in case the cyclone hits Odisha. pic.twitter.com/Nubki2GIKr

— ANI (@ANI) April 30, 2019

ସାମୁଦ୍ରିକ ଝଡ ହୁଡହୁଡ ୧୨ ଅକ୍ଟୋବର ୨୦୧୪ରେ ଲ୍ୟାଣ୍ଡଫଲ୍ କରିଥିଲା।ଏହାର ଠିକ୍ ୪୮ ଘଣ୍ଟା ପରେ ଅକ୍ଟୋବର ୧୫ରେ କନ୍ଧମାଳ ଉପନିର୍ବାଚନ ହୋଇଥିଲା।ଏପରିକି କନ୍ଧମାଳ ସହ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବିପୁଳ କ୍ଷୟକ୍ଷତି ରଚାଇଥିଲା ହୁଡହୁଡ।ସେତେବେଳେ ନବୀନ ଉପନିର୍ବାଚନ ଘୁଞ୍ଚାଇବା ପାଇଁ କାହିଁ ଚିନ୍ତା ବି ତ କରିନଥିଲେ!ତେବେ କେଉଁକେଉଁ ଜିଲ୍ଲାରେ ହୁଡହୁଡର ପ୍ରଭାବ ପଡିବ ସେନେଇ ପୂର୍ବ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ। ହେମେନ୍ଦ୍ର ସିଂହଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହୋଇଥିବା କନ୍ଧମାଳ ଉପନିର୍ବାଚନକୁ ସଫଳତାର ସହ ସାମ୍ନା କରିଥିଲା ବିଜେଡି। ଅବଶ୍ୟ ପ୍ରତିପକ୍ଷରେ ସେତେବେଳେ ଥିଲେ ରୁଦ୍ରମାଧବ ରାୟ,ଆଉ ଏବେ ବିଧାନସଭାରେ ଯାହାଙ୍କ ଛାଇ ସୁଦ୍ଧା ଦେଖିବା ପାଇଁ ନବୀନ ଚାହୁଁ ନଥିବା ବିଜୟ ମହାପାତ୍ର ହେଉଛନ୍ତି ପ୍ରତିପକ୍ଷ ପ୍ରାର୍ଥୀ।
ବିଜୁଙ୍କ ଶିଷ୍ୟ ବିଜୟଙ୍କ ଚ୍ୟାଲେଞ୍ଜ
ଅପରପକ୍ଷରେ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜୟ।“ଦୁଇଟି ବିଧାନସଭା ଆସନରେ ଲଢ଼ିଥିବା ନବୀନ,ତାଙ୍କ ସହ ପାଟକୁରାରେ ମଧ୍ୟ ଲଢ଼ନ୍ତୁ ବୋଲି ବିଜୟ ଆହ୍ୱାନ ଦେଇଛନ୍ତି।ହିଞ୍ଜିଳି ଓ ବିଜେପୁରରୁ ଲଢ଼ିଥିବା ନବୀନ,ପାଟକୁରାର ନିର୍ବାଚନ ସ୍ଥଗିତ ରଖିବାକୁ ଉଦ୍ୟମ କରୁଛନ୍ତି।ଶାସକ ଦଳ ପାଖରେ ଚିଟଫଣ୍ଡ ଓ ଖଣି ଦୁର୍ନୀତିର ଟଙ୍କା ଅଛି।କା’ ନପଠାଇ ନବୀନ ପଟ୍ଟନାୟକ ନିଜେ ପାଟକୁରାରୁ ଲଢ଼ନ୍ତୁ”ବୋଲି ବିଜୟ କହିଛନ୍ତି।ନିର୍ବାଚନ ଘୁଞ୍ଚାଇବା ଦାବି ତାଙ୍କ ବିରୋଧରେ ବିଜେଡିର ଏକ ଚକ୍ରାନ୍ତ ବୋଲି ବିଜୟ ଅଭିଯୋଗ କରିଛନ୍ତି।
ପୁଅ ପାଇଁ ଟିକେଟ ଚାହୁଁଥିଲେ ସାବିତ୍ରୀ
ଅନ୍ୟପଟେ ଅସୁସ୍ଥ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ଯୋଗୁ ମତଦାନର ତାରିଖ ଘୁଞ୍ଚିଲା।ଏବେ ବାସ୍ତବରେ ବେଦୁଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରି ସମବେଦନା ଭୋଟରେ ଜିତିବାକୁ ଯୋଜନା କରିଛି ବିଜେଡି।ଅସୁସ୍ଥ ବେଦୁଙ୍କ ମୃତ୍ୟୁ ଯୋଗୁ ପ୍ରଥମେ ନିର୍ବାଚନର ତାରିଖ ଏପ୍ରିଲ ୨୯ରୁ ମେ’୧୯କୁ ଘୁଞ୍ଚିଲା।ଫଳରେ ସୁବିଧା ସ୍ଥିତିରେ ଥିବା ବିଜୟଙ୍କୁ ଘେରିବାକୁ ବିଜେଡି ସୁଯୋଗ ପାଇଗଲା। ସୂଚନାଯୋଗ୍ୟ ଏପ୍ରିଲ ୨ରେ ଅସୁସ୍ଥ ବେଦୁଙ୍କ ବଦଳରେ ନିଜ ପୁଅକୁ ଟିକେଟ ଦେବା ପାଇଁ ଦାବି କରି ନବୀନଙ୍କୁ ଭେଟିଥିଲେ ବେଦୁଙ୍କ ସ୍ତ୍ରୀ ସାବିତ୍ରୀ। ତେବେ ସାବିତ୍ରୀଙ୍କ କଥା କେହି କର୍ଣ୍ଣପାତ କଲେନି,ଏପ୍ରିଲ ୨ରେ ନିରାଶ ହୋଇ ନବୀନ ନିବାସରୁ ଫେରିଥିଲେ ମା’ ଓ ପୁଅ।ଏବେ କଣ ସମବେଦନା ଫାଇଦା ଉଠାଇବା ଲାଗି ସାବିତ୍ରୀଙ୍କୁ ହିଁ ପ୍ରାର୍ଥୀ କଲେ ନବୀନ ?
ବିଜୟଙ୍କୁ ଭୟ କାହିଁକି ?
ଅପରପକ୍ଷରେ ସାବିତ୍ରୀ ଦେବୀ ନାମାଙ୍କନ ଦାଖଲ କରିବା ଆଗରୁ ନବୀନ ଚାହୁଁଛନ୍ତି ପୁଣି ନିର୍ବାଚନ ସ୍ଥଗିତ ରହୁ।ବିଜୟଙ୍କୁ ପରାସ୍ତ କରିବାକୁ ନବୀନଙ୍କର ଏହା ଯେ ପ୍ରଥମ ରଣନୀତି ତା ନୁହେଁ।୨୦୦୦ନିର୍ବାଚନ ବେଳେ ଛଳନା କରି ବିଜୁବାବୁଙ୍କ ଏକାନ୍ତ ଅନୁଗତ ବିଜୟଙ୍କ ବିଜେଡି ଟିକେଟ୍ କାଟି ଦେଇଥିଲେ ନବୀନ। ଫଳରେ ବିଜୟ,ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇନଥିଲେ।ପରୋକ୍ଷରେ ନବୀନଙ୍କ ଚାଲକୁ ଜାଣିପାରି ବିଜୟଙ୍କ ସମର୍ଥନ ଥିବା ତ୍ରିଲୋଚନ ବେହେରାଙ୍କୁ ପାଟକୁରା ଭୋଟର ଜିତାଇ ଥିଲେ।କିନ୍ତୁ ପରବର୍ତ୍ତି ସମୟରେ ଶାସନ କଳ ବିଜୟଙ୍କ ପଛରେ ଲାଗିଗଲା।ଫଳରେ ଯେଉଁ ପାଟକୁରା ଭୋଟର ବିଜୟଙ୍କୁ ଲଗାତର ୪ଥର ଜିତାଉ ଥିଲେ,ସେହି ଅଞ୍ଚଳରେ ବିଜୟଙ୍କ ଜିତିବା ମୁସ୍କୁଲି ହୋଇଗଲା।କିନ୍ତୁ ଏଥର ବିଜୟଙ୍କ ସ୍ଥିତି ମଜଭୁତ ଥିବାରୁ ନିର୍ବାଚନର ତାରିଖ ଘୁଞ୍ଚାଇବା ଯୋଜନାରେ ରହିଛି କି ଶାସକ ଦଳ?
ପଢ଼ନ୍ତୁ-ପ୍ରଥମେ‘କାଳିଆ’ର ଶରଣ ପଶିଲା BJD:ଏବେ କହିଲାଣି’ନବୀନ ଓଡ଼ିଶାର ପରିଚୟ’

BIJOY MOHAPATRABiju PattnaikFANINaveen PatnaikPatkura
Tweet
0
ଏପ୍ରିଲ 2'ରେ ବେଦୁଙ୍କ ସ୍ତ୍ରୀଙ୍କୁ BJD ହତାଦର କଲା:ସିମ୍ପାଥି ପାଇଁ ସାବିତ୍ରୀଙ୍କୁ ପ୍ରାର୍ଥୀ କଲେ!
ତଥାଗତଙ୍କ ଅଭିଯୋଗ‘ଫୋନି ମୁକାବିଲାର ସାବାସି ସାର୍ଟିଫିକେଟ୍ ଯୋଗାଡ଼ ହୋଇଛି’

About the Author

admin

You Might Also Like

  • କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ

  • ଶ୍ରୀକ୍ଷେତ୍ରରେ କାହିଁକି କୂଳ ଲଙ୍ଘେ ନାହିଁ ସମୁଦ୍ର

  • ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

  • ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.