କଂଗ୍ରେସକୁ ଅଡ଼ୁଆରେ ପକାଉଛି ଚଳଚ୍ଚିତ୍ର। ବିଭିନ୍ନ ଫିଲ୍ମ ମାଧ୍ୟମରେ ଅନାଲୋଚିତ ସତକୁ ସାମ୍ନାକୁ ଆଣୁଥିବା ଦାବୀ କରୁଛନ୍ତି ପ୍ରଯୋଜକ। କଂଗ୍ରେସ ପ୍ରତି ଲୋକଙ୍କ ନକାରାତ୍ମକ ଭାବନା ଧିରେଧିରେ ବୃଦ୍ଧି ପାଉଛି। କାଶ୍ମିର ଫାଇଲ୍ସ,ତାସକେଣ୍ଟ ଫାଇଲସକ,ଦୀଲ୍ଲି ଫାଇଲ୍ସ ଆଦି ବିଭିନ୍ନ ଚଳଚ୍ଚିତ୍ର କଂଗ୍ରେସ ପ୍ରତି ଜନତାଙ୍କ ଆଭିମୁଖ୍ୟରେ ଭିନ୍ନତା ଆଣୁଛି। ଏସବୁ କଂଗ୍ରେସକୁ ଖୁବ୍ ପ୍ରଭାବିତ ମଧ୍ୟ କରୁଛି। ଏବେ ଜାତୀୟ ଜରୁରୀକାଳୀନ ପରିସ୍ଥିତିକୁ ଆଧାର କରି ଏମରଜେନ୍ସି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହା କଂଗ୍ରେସକୁ ଭାରି ପଡିପାରେ ବୋଲି ଅନୁମାନ କରାଯାଉଛି।
ସାମ୍ନାକୁ ଆସିବ କଳା ଅଧ୍ୟାୟର ସତ
୧୯୭୫ ର ଜରୁରୀକାଳୀନ ପରିସ୍ଥିତି ଭାରତୀୟ ସାମ୍ବିଧାନୀକ ବ୍ୟବସ୍ଥାରେ ଏକ ବିରାଟ ବ୍ୟତିକ୍ରମ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଜରୁରୀ ସ୍ୱାର୍ଥପାଇଁ ଏହା ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା। ଜରୁରୀକାଳୀନ ପରିସ୍ଥିତିରେ ଦେଶ ସଙ୍କଟ ଦେଇ ଗତି କରିବା ସହ ଜନଜୀବନ ଉପରେ ଗଭୀର ପ୍ରଭାବ ପଡିଥିଲା। ଦେଶର ଆର୍ଥିକ ଅବସ୍ଥା ଦୋହଲି ପଡିଥିଲା। ଜରୁରୀକାଳିନ ପରିସ୍ଥିତି ଦୀର୍ଘ ୨୧ ମାସ ପର୍ଯ୍ୟନ୍ତ କାୟା ବିସ୍ତାର କରିଥିଲାା ତେବେ ଏ ଘଟଣାକୁ ନେଇ ମରିକର୍ଣ୍ଣିକା ଫିଲ୍ମ ପ୍ରଡକ୍ସନ ତରଫରୁ‘ ଏମରଜେନ୍ସି’ ଫିଲ୍ମ ପ୍ରସ୍ତୁତ ହେଉଛି। କଙ୍ଗନା ରୌନତ୍ ଏ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୁମିକାରେ ନଜର ଆସିବେ। ବରିଷ୍ଠ ଅଭିନେତା ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣଙ୍କ ଭୁମିକାରେ ଦେଖିବାକୁ ମିଳିବ।
ବାୟୋପିକ୍ ନାଁ ରାଜନୈତୀକ ଡ୍ରାମା:କଙ୍ଗ୍ରେସ ବିଜେପି ମୁହାଁମୁହିଁ
ବିଭିନ୍ନ ଫିଲ୍ମ ପରି ଏମରଜେନ୍ସି ଫିଲ୍ମକୁ ନେଇ ମଧ୍ୟ କଂଗ୍ରେସ ଓ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି। କିଛି ଏହାକୂୁ ବାୟୋପିକ୍ କହୁଥିବା ବେଳେ ଅନ୍ୟକିଛି ପଲିଟିକାଲ୍ ଡ୍ରାମା ବୋଲି ମତ ରଖୁଚନ୍ତି। ମଧ୍ୟପ୍ରଦେଶ କଂଗ୍ରେସର ଉପସଭାପତି ସଙ୍ଗୀତା ଶର୍ମା କଙ୍ଗନାଙ୍କୁ ବିଜେପିର ଏଜେଣ୍ଟ କହି ସମାଲୋଚନା କରିଥିଲାବେଳେ ବିଜେପିର ପ୍ରବକ୍ତା ରାଜପାଳ ସିଂ ଶିଶୋଦିଆ ନ୍ୟାସନାଲ୍ ଏମରଜେନ୍ସିକୁ ଲୋକତନ୍ତ୍ରରେ ଏକ କଳା ଦାଗ ସହ ତୁଳନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଏଥିରେ ମୁଖ୍ୟ ଭୁମିକା ନେଇଥିଲେ ତେଣୁ କଙ୍ଗନା ସେ ସତକୁ ଦେଖାଇବାରେ କୌଣଷି ଅସୁବିଧା ନାହିଁ। ଫିଲ୍ମକୁ ନେଇ ରାଜନୈତୀକ ଆରୋପ ପ୍ରତ୍ୟାରୋପ ଜାରୀ ରହିଥିଲା ବେଳେ ଏହା କେତେ ଲୋକପ୍ରିୟତା ହାସଲ କରୁଛି ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା