Uncategorized

ଆଦିବାସୀ ବିରୋଧି କଂଗ୍ରେସ:ଓଡ଼ିଶାରେ ବିରୋଧି ଦି ଫାଳ !

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦେଶରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥି ହୋଇଥିଲା ବେଳେ ମିଳିତ ବିରୋଧି ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରିଛି। ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତା ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଛି।ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍‌ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି ଓ  ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ ବୋଲି ଅଜୟ କୁମାର ମତ ରଖିଛନ୍ତି।ଏହାକୁ ଦେଶବ୍ୟାପୀ ବିଜେପି ନେତା ବିପୁଳ ମାତ୍ରାରେ ବିରୋଧ କରିଛନ୍ତି।

ଓଡ଼ିଶା ବିଧାନସଭାରେ ହଟଚମକ,ବିରୋଧି ଦି ଫାଳ
ସରକାରୀ ଦଳର ଦୁର୍ବଳତାକୁ ଅଙ୍ଗୁଳି ଉଠାଇବା ବିରୋଧିଙ୍କ ମୁଖ୍ୟ କାମ ଭାବେ ପରିଗଣିତ କରାଯାଏ। ବିଭିନ୍ନ ପ୍ରସଙ୍ଗରେ ବିରୋଧି ଦଳ ସରକାରଙ୍କୁ ଘାରିବା କଥା। ମାତ୍ର ଓଡ଼ିଶା ବିଧାନସଭାରେ ସରକାରୀ ଦଳକୁ ଘେରିବା ପରିବର୍ତ୍ତେ ବା ପ୍ରଶ୍ନକାଳ ଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମୟରେ କାଉଣ୍ଟର କରିବାରୁ ବିରୋଧି ଦଳ ବଞ୍ଚିତ ହୋଇଛନ୍ତି। ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ପରିବର୍ତ୍ତେ ପରସ୍ପରକୁ ଆକ୍ଷେପ କରିବା ଏକ ବିସ୍ମୟକର ବିଡ଼ମ୍ବନା।ଦ୍ରୌପଦୀ ମୁର୍ମୁଙ୍କ ବିପକ୍ଷରେ ଅଜୟ   କୁମାରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି କଂଗ୍ରେସ ପାଇଁ କ୍ଷମା ପ୍ରାର୍ଥନା ପ୍ରସଙ୍ଗ ଆଣିବାକୁ ଦାବୀ ରଖିଛି। ଅନ୍ୟପାର୍ଶ୍ୱରେ କଂଗ୍ରେସ ନେତା ମାନେ ଏହାକୁ ବିଧାନସଭା ବହିର୍ଭୁତ ପ୍ରସଙ୍ଗ କହି ଆଡେଇ ଦେଇଛନ୍ତି। ଉଭୟ ଦଳର ନେତା ପରସ୍ପର ବିରୁଦ୍ଧରେ ନାରାବାଜି କରିବାରୁ ବିଧାନସଭାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଉଭୟ ବିରୋଧି ଦଳ ସରକାରୀ ଦଳକୁ ଟାର୍ଗେଟ୍ କରିବା ପରିବର୍ତ୍ତେ ନିଜ ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇ ବିରୋଧି ଦଳର ମର୍ଯ୍ୟଦା ହାନୀ କରିଥିବା ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply