Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଶିବସେନାରେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା; କହିଲେ କଂଗ୍ରେସରେ ଗୁଣ୍ଡାଙ୍କୁ ମିଳୁଛି ପ୍ରାଧାନ୍ୟ

By admin • April 19, 2019 • Uncategorized
PRIYANKA-CONGRESS

କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମିଡିଆ ସେଲର ଆବାହକ ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି।ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।ତେବେ ଇସ୍ତଫାର ଦୁଇ ଘଣ୍ଟା ମଧ୍ୟରେ ଶିବସେନାରେ ସାମିଲ ହୋଇଛନ୍ତି ପ୍ରିୟଙ୍କା।ଉଦ୍ଧବ ଠାକେରଙ୍କ ଉପସ୍ଥିତିରେ ପ୍ରିୟଙ୍କା,ଶିବସେନାରେ ସାମିଲ ହୋଇଛନ୍ତି। ନିର୍ବାଚନ ସମୟରେ କଂଗ୍ରେସର ଟେଲିଭିଜନ ଫେସ୍ ଭାବେ ଜଣାଶୁଣା ପ୍ରିୟଙ୍କା ଦଳ ଛାଡିବା କଂଗ୍ରେସ ପାଇଁ ନିଶ୍ଚିତ ଚିନ୍ତାଜନକ।ତେବେ ଉତ୍ତରପ୍ରଦେଶର କିଛି ଦଳୀୟ କର୍ମୀଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବାକୁ ବିରୋଧ କରି କଂଗ୍ରେସ ଛାଡିଛନ୍ତି ପ୍ରିୟଙ୍କା।ଶୁଣାଯାଉଛି ୟୁପିର ମଥୁରା ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ଚାହୁଁଥିଲେ ପ୍ରିୟଙ୍କା। ଦଳ ତାଙ୍କୁ ପ୍ରାର୍ଥୀ ନକରିବାରୁ ପ୍ରିୟଙ୍କା କଂଗ୍ରେସ ଛାଡିଲେ ବୋଲି ଚର୍ଚ୍ଚା ହେଉଛି।ତେବେ ୟୁପିର ମୂଳନିବାସୀ ପ୍ରିୟଙ୍କା,ଏବେ ମୁମ୍ବାଇରେ ରହୁଥିବାରୁ ଶିବସେନାକୁ ନିଜ ପାଇଁ ବାଛି ଥାଇପାରନ୍ତି।

ଗତ କିଛି ଦିନ ପୂର୍ବରୁ ମଥୁରାରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ କିଛି କଂଗ୍ରେସ କର୍ମୀ,ପ୍ରିୟଙ୍କାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ।ଫଳରେ ସେହି କର୍ମୀଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରା ଯାଇଥିଲା।କିନ୍ତୁ ପରେ ସେମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବାରୁ ପ୍ରିୟଙ୍କା ଅସନ୍ତୁଷ୍ଟ ହୋଇଥିଲେ।ଅସନ୍ତୋଷକୁ ଅପ୍ରେଲ ୧୭ରେ ନିଜ ଟୁଇଟର ହ୍ୟାଣ୍ଡଲରେ ପ୍ରିୟଙ୍କା ଲେଖଥିଲେ ଯେ“ସେ ଦଳ ପାଇଁ କଠିନ ପରିଶ୍ରମ କରୁଛନ୍ତି।କିନ୍ତୁ କଂଗ୍ରେସରେ ଗୁଣ୍ଡାଙ୍କୁ ପ୍ରାଧାନ୍ୟ ମିଳୁଛି।ଦଳ ପାଇଁ ମୁଁ ପଥର ମାଡ଼ ଏବଂ ଗାଳି ସହିଛି।କିନ୍ତୁ ଦଳୀୟ ନେତା ମୋତେ ଧମକ ଦେଉଛନ୍ତି। ଅପରପକ୍ଷରେ ଧମକ ଦେଉଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ”।
ତେବେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥାନ୍ତେ ପ୍ରିୟଙ୍କା ଚତୁର୍ବେଦୀ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ ପ୍ରଚାର କରିଥାନ୍ତେ।

2019 ElectionsCongress SpokespersonPriyanka ChaturvediShiv Sena
Tweet
0
CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?
ଅସୁସ୍ଥତା ଯୋଗୁ ସୁଜ୍ଞାନୀ-ଚ୍ୟାଉପଟ୍ଟନାୟକଙ୍କ ଟିକେଟ କଟିଲା:ବେଦୁଙ୍କୁ କାହିଁକି ପ୍ରାର୍ଥୀ କରିଥିଲା BJD?

About the Author

admin

You Might Also Like

  • କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ

  • ଶ୍ରୀକ୍ଷେତ୍ରରେ କାହିଁକି କୂଳ ଲଙ୍ଘେ ନାହିଁ ସମୁଦ୍ର

  • ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

  • ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.