Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

By admin • June 10, 2019 • Uncategorized, ସ୍ପୋର୍ଟସ୍

ବିଶ୍ୱକପର ୧୪ତମ ମ୍ୟାଚ୍। ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଓଭାଲରେ ୩୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଷ୍ଟ୍ରେଲିଆ ଆଗରେ ୩୫୩ରନର ବିଜୟ ଲକ୍ଷ୍ୟ ଠିଆ କରିଥିଲା। ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଥିଲା ସବୁଠୁ ବଡ଼ ସ୍କୋର। ଟିମ୍ ଇଣ୍ଡିଆ ଗବ୍ବର (ଶିଖର ଧଓ୍ୱନ-୧୧୭ରନ୍) ଶତକୀୟ ଇନିସ୍ ଖେଳିଲେ। ରୋହିତ ଶର୍ମା(୫୭ରନ୍), ବିରାଟ କୋହଲି (୮୨ରନ୍) ଅର୍ଦ୍ଧଶତକ ମାରିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪ ନମ୍ବରରେ ଆସି କଙ୍ଗାରୁ ବୋଲରଙ୍କୁ ଧୁମ୍ ପିଟିଲେ। ଶେଷ ଆଡକୁ ଧୋନି ବି ପ୍ରହାର କରିଥିଲେ। ବୋଲିଂରେ ଦମ୍ ଦେଖାଇଲେ ଦୁଇ ସ୍ପିଡ ଷ୍ଟର ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ। ପୂରା ଟିମ୍ ଓଭାଲରେ ଜବରଦସ୍ତ ଖେଳ ଦେଖାଇଲା। ବିଜୟରେ ଭାରତୀୟ ଟିମ୍ ଖୁସ୍, ଦର୍ଶକ ବି ଦେଖିଲେ ପୈସା ବସୁଲ୍ ମ୍ୟାଚ୍।ଭାରତ-ଅଷ୍ଟ୍ରେଲିଆ ଏହି ମ୍ୟାଚ ବେଶ ରୋମାଞ୍ଚକର ଥିଲା।ମ୍ୟାଚର ୪୬ତମ ଓଭରରେ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହା ସୋସିଆଲ୍ ମିଡିଆରେ ଏବେ ହେଡଲାଇନ୍ସ ହୋଇଛି। କ୍ୟାପଟେନ୍ ଆରୋନ୍ ଫିଞ୍ଚ ଷ୍ଟିଭ୍ ସ୍ମିଥଙ୍କ ଥାଡ୍ ମ୍ୟାନକୁ ଫିଲ୍ଡିଂ ପାଇଁ ପଠାଇଥିଲେ। ସେତେବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକ ଷ୍ଟିଭ୍ ସ୍ମିଥଙ୍କୁ ଦେଖି ଆକ୍ଷେପ କରିଥିଲେ। ଚିଟର୍… ଚିଟର୍… କହି ପାଟି କରିଥିଲେ ଭାରତୀୟ କ୍ରିକେଟ ଫ୍ୟାନ୍। ଅର୍ଥାତ ସ୍ମିଥଙ୍କୁ ଠକ ବୋଲି ସମ୍ବୋଧନ କରିଥିଲେ। ବଲ୍ ଟାମ୍ପରିଂ ବିବାଦରେ ଛନ୍ଦି ହୋଇ ଗୋଟିଏ ବର୍ଷ କ୍ରିକେଟରୁ ବାସନ୍ଦାଦେଶ କାଟି ଓ୍ୱାର୍ଲଡ କପ୍ ଟିମରେ ଏଣ୍ଟ୍ରି ମାରିଛନ୍ତି। ସେ ଅଷ୍ଟ୍ରେଲିଆ ଟିମକୁ ଫେରିଛନ୍ତି ସତ। କିନ୍ତୁ କ୍ରିକେଟ ଫ୍ୟାନ ସେ ଘଟଣାକୁ ଭୁଲି ନାହାନ୍ତି। ଓ୍ୱାର୍ମଅପ୍ ମ୍ୟାଚରେ ଇଂଲଣ୍ଡ ଫ୍ୟାନ୍ ବି ତାଙ୍କୁ ଚିଟର୍ କହି ଚିଡାଇଥିଲେ। ଯାହା ଘଟିଥିଲା ଭାରତ ବିପକ୍ଷ ମ୍ୟାଚରେ। କିନ୍ତୁ ଓଭାଲରେ ଭଲ କାମ କରି ସାବାସୀ ସାଉଁଟିଛନ୍ତି ବିରାଟ କୋହଲି। ୪୬ତମ ଓଭର ଶେଷ ହେବା ପରେ ବିରାଟ ଦର୍ଶକଙ୍କ ଆଡକୁ ଆସି କହିଥିଲେ ‘କାହିଁକି ଷ୍ଟିଭ୍ ସ୍ମିଥଙ୍କୁ ହଇରାଣ କରୁଛନ୍ତି? ଏହାସହ ସେ ଇସାରାରେ କହିଥିଲେ, ଗାଳି ନୁହଁ, ସ୍ମିଥଙ୍କ ପାଇଁ ତାଳି ମାରନ୍ତୁ’। କୋହଲିଙ୍କ ଏହି ଅପିଲ ପରେ ସ୍ମିଥ୍ ତାଙ୍କୁ ଧନ୍ୟବାଦ ଜଣାଇବା ସହ ହ୍ୟାଣ୍ଡସେକ୍ କରିଥିଲେ। ଟିଭିରେ ରିପ୍ଲେ ଦେଖି ବିରାଟଙ୍କୁ ଖୁବ ତାରିଫ୍ ବି କରିଥିଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି।

With India fans giving Steve Smith a tough time fielding in the deep, @imVkohli suggested they applaud the Australian instead.

Absolute class 👏 #SpiritOfCricket #ViratKohli pic.twitter.com/mmkLoedxjr

— ICC (@ICC) June 9, 2019


ଭାରତ ମ୍ୟାଚ୍ ଜିତିବା ପରେ ମିଡିଆକୁ ସମ୍ବୋଧନ କରିବା ବେଳେ ଭାରତୀୟ ଦର୍ଶକଙ୍କ ପାଇଁ କ୍ଷମା ମାଗିଥିଲେ ବିରାଟ କୋହଲି। କହିଥିଲେ, ‘ସ୍ମିଥଙ୍କ ପ୍ରତି ଦର୍ଶକଙ୍କ ଏମିତି ବ୍ୟବହାର ଠିକ୍ ନୁହେଁ। ଭାରତୀୟ କ୍ରିକେଟ ପ୍ରେମୀ ଭୁଲ୍ ଉଦାହରଣ ସୃଷ୍ଟି କରନ୍ତୁ, ଏକଥା ମୁଁ ଚାହେଁ ନାହିଁ’। ନିଜର ମହାନତା ପାଇଁ ସୋସିଆଲ୍ ମିଡିଆରେ ଖୁବ୍ ସାବାସୀ ସାଉଁଟିଛନ୍ତି ବିରାଟ କୋହଲି। ଫ୍ୟାନ୍ ତାଙ୍କ ବ୍ୟବହାରରେ ଫିଦା। ସେଇଥିପାଇଁ ବୋଧେ ବିରାଟଙ୍କୁ କୁହାଯାଉଛି କିଙ୍ଗ କୋହଲି।

“If I was in a position where something had happened with me, and I’d apologised and accepted it, and came back and still I would get booed, I wouldn’t like it either.”#ViratKohli on why he asked the fans to stop booing Steve Smith. #CWC19 | #INDvAUS pic.twitter.com/CIMicjoSA0

— Cricket World Cup (@cricketworldcup) June 9, 2019

STEEVE SMITHTeam IndiaVirat Kohli
Tweet
0
ରାଜ୍ୟର ଆର୍ଥିକ ସ୍ଥିତି ଖରାପ:ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ଓଡ଼ିଶା!
ଆମିରଙ୍କ ଅଭିନୟକୁ ପ୍ରଶଂସା କରି ନିଜ ଆଓ୍ୱାର୍ଡକୁ ଦେଇ ଦେଲେ ଅକ୍ଷୟ କୁମାର

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.