ପଦ୍ମପୁର ଉପନିର୍ବାଚନରେ ରୋଚକ ମୋଡ଼:BJP ନେତାଙ୍କ ବୋହୂ BJD ପ୍ରାର୍ଥୀ

ପଦ୍ମପୁର ଉପ-ନିର୍ବାଚନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ତରଫରୁ ପ୍ରଦୀପ ପୁରୋହିତ ପ୍ରାର୍ଥି ହୋଇଛନ୍ତି। ବିଜେଡି ତରଫରୁ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା। ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହେତୁ ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ ଆସିବ ବୋଲି ଆକଳନ କରାଯାଉଛି। ଏହା ସହିତ ବର୍ଷାରାଣୀଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି ବିଜେଡି।ସରକାରଙ୍କ ବିଫଳତାକୁ ବିରୋଧି ଟାର୍ଗେଟ୍ କରୁଥିଲା ବେଳେ ଭୋଟ୍ ହାତେଇବାକୁ ଅନୁକମ୍ପା ଓ ମହିଳା କାର୍ଡ ଖେଳିଛି ବିଜେଡି।

ଅନୁକମ୍ପା କାର୍ଡ ରିପିଟ୍:ଅଡୁଆରେ ରମାରଞ୍ଜନ
ଧାମନଗର ଭୋଟ୍ ପରେ ପଦ୍ମପୁର ନିର୍ବାଚନକୁ ନେଇ ବିଜେଡି ବେଶ୍ ସତର୍କତାର ସହ ଗୋଟି ଚାଳନା କରୁଛି। ଧାମନଗରରେ ରାଜୁଦାସଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ନେଇ ଖେଳିଥିବା କାର୍ଡ ଫେଲ୍ ମାରିଲା ପରେ ପଲିଟିକ୍ସରେ ସିରିୟସନେସ ଦେଖାଉଛି ବିଜେଡି।ଭୋଟ୍ ହାତେଇବାକୁ ପଦ୍ମପୁର ଆସନରେ ନିଜର ଦବଦବା ବଜାୟ ରଖିବାକୁ ଉଭୟ ଅନୁକମ୍ପା ଓ ମହିଳା କାର୍ଡ ଖେଳିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀଙ୍କ ସମସ୍ୟା ସମାଧାନ ଦାବୀରେ ପ୍ରାର୍ଥିପତ୍ର ଦାଖଲ ସ୍ଥଗିତ କରିଛନ୍ତି।ପ୍ରାର୍ଥୀ ବର୍ଷା ଆସନ୍ତା ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପ୍ରାର୍ଥି ବର୍ଷା ହେଉଛନ୍ତି ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂଙ୍କ ବୋହୂ। ବର୍ଷାଙ୍କ ଶ୍ୱଶୂର ବିଜେପିର ଜଣେ ଜଣାଶୁଣା ଚେହେରା।

ରମାରଞ୍ଜନ ୨୦୧୮ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଶ୍ୱଶୁର ରମାରଞ୍ଜନ ବିଜେଡି ବିପକ୍ଷରେ ଥିଲାବେଳେ ବର୍ଷା ହୋଇଛନ୍ତି ବିଜେଡି ପ୍ରାର୍ଥୀ। ଏଭଳି ଦ୍ୱନ୍ଦାତ୍ମକ ସ୍ଥିତିରେ ରମାରଞ୍ଜନ କାହାକୁ ସମର୍ଥନ କରିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us