Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସୋନିଆ ଗାନ୍ଧିଙ୍କ ଦୁର୍ଗରେ ରେଲଓ୍ୱେ ଓ ଗଙ୍ଗା ଏକ୍ସପ୍ରେସରେ ପଶିବ BJP

By admin • June 17, 2019 • ନ୍ୟୁଜ୍, ପଲିଟିକ୍ସ

କଂଗ୍ରେସର ଗଡ଼ ଆମେଥିକୁ ଅକ୍ତିଆର କରିବା ପରେ ବିଜେପିର ଟାର୍ଗେଟକୁ ଆସିଛି ରାଏବରେଲି।କଂଗ୍ରେସର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଆସନ ରାଏବରେଲିକୁ ୨୦୨୪ରେ ଜିତିବା ଲାଗି ବିଜେପି ପ୍ଲାନ କଲାଣି।୨୦୦୪ରୁ ରାଏବରେଲିରୁ ଲଗାତର ୫ଥର ଜିତୁଥିବା ସୋନିଆଙ୍କୁ ହରାଇବା ଲାଗି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟ ତରାନ୍ୱିତ କରୁଛନ୍ତି ବିଜେପିର କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର।ୟୁପିକୁ କଂଗ୍ରେସ ମୁକ୍ତ କରିବାକୁ ରାଏବରେଲି ଅକ୍ତିଆର ପାଇଁ ଦିନେଶ ପ୍ରତାପ ସିଂହଙ୍କୁ ଭରସା କରୁଛି ବିଜେପି।

ଯୋଗୀ-ଦିନେଶ-ଶାହ

ଅବଶ୍ୟ ୫ବର୍ଷ ଆଗରୁ ଆମେଥିରେ ସ୍ମୃତି ଇରାନୀଙ୍କୁ ବିଜେପି ପ୍ରୋଜେକ୍ଟ କରିଥିଲା।ଫଳରେ ୨୦୧୪ରେ ୧ଲକ୍ଷ ୭ହଜାର ୯୦୩ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ସ୍ମୃତି,୨୦୧୯ରେ ୫୫ହଜାର ୧୨୦ଭୋଟରେ ରାହୁଲ ଗାନ୍ଧିଙ୍କୁ ପରାଜିତ କଲେ।ସ୍ମୃତିଙ୍କ ପରି ୨୦୧୯ନିର୍ବାଚନରେ ସୋନିଆଙ୍କ ଠାରୁ ୧ଲକ୍ଷ ୬୭ହଜାର ୧୭୮ଭୋଟ ବ୍ୟବଧାନରେ ପରାଜିତ ଦିନେଶ ପ୍ରତାପଙ୍କୁ ବିଜେପି ଏବେଠାରୁ କ୍ଷମତା ପ୍ରଦାନ କଲାଣି।୨୦୧୮ପର୍ଯ୍ୟନ୍ତ ୟୁପି ବିଧାନ ପରିଷଦରେ କଂଗ୍ରେସ ସଭ୍ୟ ରହିଥିବା ଦିନେଶ ପ୍ରତାପ ମଧ୍ୟ ସୋନିଆଙ୍କୁ ଚେକ୍ ଦେବାକୁ ଲାଗି ପଡିଲେଣି।

ଇନ୍ଦିରାଙ୍କ ରାଏବରେଲିରେ କଂଗ୍ରେସ ଦୁର୍ବଳ
ଏକଦା ଇନ୍ଦିରା ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର ଥିବା ରାଏବରେଲିରେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩ଟି ଆସନ ଜିଣିଥିଲା।ଅନ୍ୟପକ୍ଷରେ ଗାନ୍ଧି ପରିବାରର ହୋମଟର୍ଫ ରାଏବରେଲିର ମାତ୍ର ୨ଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା।ଆଗାମୀ ନିର୍ବାଚନରେ ସୋନିଆଙ୍କୁ ହରାଇବା ଲାଗି ୟୁପିର ଯୋଗୀ ସରକାର ରାଏବରେଲିର ବିକାଶକୁ ପ୍ରାଥମିକତା ଦେଉଛନ୍ତି।ସ୍ୱାସ୍ଥ୍ୟସେବାକୁ ଉନ୍ନତି କରିବା ଲାଗି ୨୦୨୦ସୁଦ୍ଧା ରାଏବରେଲି AIIMSକୁ ଲୋକାର୍ପିତ କରିବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।
ସେହିପରି ଗଙ୍ଗା ଏକ୍ସପ୍ରେସକୁ ରାଏବରେଲି ସହ ସଂଯୋଗ କରି ଗମନା ଗମନାକୁ ଉନ୍ନତ କରାଯାଉଛି।ଏହାବାଦ ଅତ୍ୟାଧୁନିକ ରେଳଡବା ନିର୍ମାଣ କାରଖାନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି କରୁଛି ବିଜେପି।ସେହିଭଳି ସହରାଞ୍ଚଳର ବିକାଶ ଲାଗି SMART CITYଯୋଜନାରେ ରାଏବରେଲିକୁ ଅର୍ନ୍ତଭୁକ୍ତ କରୁଛନ୍ତି ସରକାର।
ୟୁପି ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହୁଛନ୍ତି“ଏଥର ମଧ୍ୟ ଆମେଥି ପରି ରାଏବରେଲିରୁ ଆମେ ଜିତିଥାନ୍ତୁ।ତେବେ ଭୋଟର ଭାବିଲେ ସୋନିଆ ଗାନ୍ଧିଙ୍କ ଏହା ଶେଷ ନିର୍ବାଚନ,ତେଣୁ ସେମାନେ ସୋନିଆଙ୍କୁ ଜିତାଇଲେ।କିନ୍ତୁ୨୦୨୪ରେ ରାଏବରେଲିରେ ବିଜେପି ନିଶ୍ଚିତ ଜିତିବ”।ଅନ୍ୟପକ୍ଷରେ ଆମେଥି ଓ ରାଏବରେଲିରେ ଦଳୀୟ ସ୍ଥିତିକୁ ନେଇ ସୋନିଆ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏକ ଜରୁରୀ ବୈଠକ କରିଛନ୍ତି। ଲେଖା-ଦେବେନ୍ଦ୍ର ନାୟକ 

AmethiBJPCongressRae BareliSonia Gandhi
Tweet
0
ବାବୁଶାନଙ୍କ ବଦଳିଲା ଠିକଣା:ପାଉଣ୍ଡ କମାଇବାକୁ ଲଣ୍ଡନରେ କରୁଛନ୍ତି ଗୋଲମାଲ ଲଭ
କପିଲ-ସଚିନ,ମିଆଁଦାଦ-ମ୍ୟାକଗ୍ରାଥଙ୍କ ବିଶ୍ୱକପ ରେକର୍ଡ କଣ ଭାଙ୍ଗିବ ନାହିଁ ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.