ଫିଲ୍ମ

କାମବାଲିରୁ ହଲିଉଡ,ବଲିଉଡର ଆକ୍ସିଡେଣ୍ଟାଲ ହିରୋଇନ୍

ସମସ୍ତେ ଛୋଟ ବେଳେ କିଛି ନା କିଛି ସ୍ୱପ୍ନ ଦେଖନ୍ତି।କିଏ କହେ ମୁଁ ଡାକ୍ତର,ଇଞ୍ଜିନିୟର,ବୈଜ୍ଞାନିକ ହେବି ଏମିକି କେତେ କଣ।ବଲିଉଡ୍ ଡ୍ରିମ୍ ଗର୍ଲମାନେ ବି ଛୋଟ ବେଳେ କେତେ କଣ ସ୍ୱପ୍ନ ଦେଖିଥିଲେ।କିନ୍ତୁ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ସ୍ୱପ୍ନରେ ବି କେବେ ଭାବି ନଥିଲେ,ସେମାନେ ଦିନେ ଦର୍ଶକଙ୍କ ଦିଲ୍ କି ରାଣୀ ହେବେ ବୋଲି।ଏହି ଆକ୍ସିଡେଣ୍ଟାଲ ଆକ୍ଟେର୍ସ ମାୟାନଗରୀ ମାୟାରେ ଥରେ ଏଣ୍ଟ୍ରି ମାରିବା ପରେ ନାମିଦାମୀ ସେଲିବ୍ରିଟି ଭାବରେ ନିଜକୁ ପ୍ରେଜେଣ୍ଟ କରି ପାରିଛନ୍ତି।Aishwarya Rai Bachchanଐଶ୍ୱର୍ଯ୍ୟା ରାୟ ବଚ୍ଚନ
ନୀଳ ନୟନା ଭାବରେ ପରିଚିତ,ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବି-ଟାଉନରେ ଏଣ୍ଟ୍ରି ମାରିବା ପରଠୁ କେବେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।କିନ୍ତୁ ସେ କେବେ ଭାବି ନଥିଲେ ତାଙ୍କ ସୌନ୍ଦର୍ଯ୍ୟ ଦିନେ ସିଲଭର ସ୍କ୍ରିନରେ ନିଆଁ ଲଗାଇବ।ଐଶଙ୍କ ଡ୍ରିମ୍ ଥିଲା ଡାକ୍ତର କିମ୍ବା ଆର୍କିଟେକଚର୍ ହେବେ।କିନ୍ତୁ ୧୯୯୩ରେ ଆମୀର ଖାନଙ୍କ ସହ ପେପସୀ ବିଜ୍ଞାପନ କରିବା ପରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ।ଡାକ୍ତର ସ୍ୱପ୍ନ ଚୁଲିକି ଗଲା,ଐଶ୍ ହୋଇଗଲେ ଷ୍ଟାର୍।Deepika Padukoneଦୀପିକା ପାଦୁକୋନ
ବି-ଟାଉନ୍ ଟ୍ରାଡିସିନାଲ୍ ବିୟୁଟି,ବର୍ତ୍ତମାନର ଫେମସ ଆକ୍ଟ୍ରେସଙ୍କ ଭିତରୁ ଜଣେ।ବ୍ୟାଡମିଣ୍ଟନ୍ କୁଇନ୍ ହେବାର ସ୍ୱପ୍ନ ଥିଲା,କାରଣ ବାପା ଥିଲେ ବ୍ୟାଡମିଣ୍ଟର ଷ୍ଟାର।ସେଥିପାଇଁ ପ୍ରତିଦିନି ସକାଳ ୫ଟାରୁ ବ୍ୟାଡମିଣ୍ଟନ୍ କୋର୍ଟରେ ଝାଳ ବୁହାଉଥିଲେ।ଦିନେ ଲିରିଲ୍ ସାବୁନର ଆଡଭାଟାଇଜମେଣ୍ଟ କରିଥିଲେ ଦୀପିକା।ତାପରେ ଫିଲ୍ମ ଦୁନିଆରେ ଇନ୍। ବ୍ୟାଡମିଣ୍ଟନକୁ ବାଏ ବାଏ।Anushka Sharmaଅନୁଷ୍କା ଶର୍ମା
ମାୟାନଗରୀ ସୁନ୍ଦରୀ ଏବେ ମିସେସ୍ କୋହଲି।ଟିମ୍ ଇଣ୍ଡିଆ କ୍ରିକେଟ କ୍ୟାପଟେନ୍ ବିରାଟ କୋହଲିଙ୍କ ଧର୍ମପତ୍ନୀ।ଭଲ ପାଠ ପଢୁଥିଲେ।ଆକ୍ଟିଂରେ ଗ୍ରାଜୁଏସନ୍ ପାସ କରିଛନ୍ତି।ମଡେଲ୍ ହେବାକୁ ଲକ୍ଷ୍ୟ ରଖିଥିଲେ।ବୋଧହୁଏ ତାଙ୍କ ଭାଗ୍ୟରେ ଲେଖା ହୋଇଥିଲା ବଲିଉଡର ନାମିଦାମୀ ସେଲିବ୍ରିଟି ହେବାକୁ।୨୦୦୭ରେ ଲାକ୍ଷ୍ମୀ ଫ୍ୟାସନ୍ କରିବା ପରେ ସିଧା ପାଦ ରଖିଥିଲେ ବଲିଉଡରେ।Sonakshi Sinhaସୋନାକ୍ଷୀ ସିହ୍ନା
ଫିଲ୍ମ ଦବଙ୍ଗରେ ସଲମାନଙ୍କ ଲେଡି ଲଭ୍।ଅଚାନକ ଆକ୍ଟିଂ ପରଦାରେ ତାଙ୍କୁ ଉତାରି ଥିଲେ ଭାଇଜାନ୍।ପିଲା ବେଳେ କାର୍ଟୁନିଷ୍ଟ ଡିଜାଇନର୍ ହେବାର ସଉକ ଥିଲା।ନିଜର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ସେ ଫ୍ୟାସନ୍ ଡିଜାଇନରେ ଗ୍ରାଜୁଏସନ୍ ବି କରିଛନ୍ତି। ଫିଲ୍ମ ଲାଇନରେ ପାଦ ଥାପିବା ପରେ କାର୍ଟୁନିଷ୍ଟ ନିଶା ଖସିଗଲା।
ପ୍ରିୟଙ୍କା ଚୋପ୍ରା
ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ଜୟଯାତ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ। ତେବେ ମ୍ୟାଡାମ୍ ପିସି(ପ୍ରିୟଙ୍କା ଚୋପ୍ରା) ଛୋଟବେଳେ କାମବାଲି ହେବାକୁ ମନ ବଳାଇଥିଲେ।ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।ପିଲାବେଳେ ଘର ଝାଡୁ କରିବା, ପୋଛିବା ଭଳି କାମ ପ୍ରିୟଙ୍କାଙ୍କୁ ଭାରି ଭଲ ଲାଗୁଥିଲା।କିନ୍ତୁ ତାଙ୍କ ଜେଜେମା’ ସେଥିପାଇଁ ଭାରି ତାଙ୍କ ଉପରେ ରାଗୁଥିଲେ। ବାଡ଼ି ଧରି ତାଙ୍କୁ ଜେଜେମାଆ ଜଗୁଥିଲେ। ସେଥିପାଇଁ ତ ପ୍ରିୟଙ୍କା ନିଜ ଜେଜେମା’ଙ୍କୁ ଡଣ୍ଡାରାମ ବୋଲି ନାଁ ଦେଇଥିଲେ।kangana Ranautକଙ୍ଗନା ରଣାଓ୍ୱତ
ବି-ଟାଉନ୍ କୁଇନ୍।ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମର ସକସେସଫୁଲ୍ ହିରୋଇନ୍।ପଢ଼ାପଢ଼ିରେ ଭାରି ସିରିଅସ୍ ଥିଲେ।ବିଜ୍ଞାନ ତାଙ୍କର ଫେଭରିଟ୍ ପେପର୍ ଥିଲା। ଇଚ୍ଛା ଥିଲା ଡାକ୍ତର ହେବେ।କିନ୍ତୁ ଧିରେ ଧିରେ ଝିଲମିଲ ଦୁନିଆର ନାୟିକା ସାଜିଲେ। ଗ୍ୟାଙ୍ଗଷ୍ଟରରେ ପାଓ୍ୱାରଫୁଲ ଆକ୍ଟିଂ ସହ ବି-ଟାଉନରେ ଏଣ୍ଟ୍ରି ମାରିଲେ। ଆଜି ସେ ବଲିଉଡ୍ କୁଇନ୍।Parineeti Chopraପରଣୀତି ଚୋପ୍ରା
ନିଜ ଡ୍ରିମକୁ ପୂରା କରିବା ପାଇଁ ଛୋଟ ବେଳେ ଘଣ୍ଟା ଘଣ୍ଟା ପଢୁଥିଲେ। ବହି ଥିଲା ସାଥି।ବ୍ୟାଙ୍କର୍ସ ହେବାକୁ ଚାହିଁଥିଲେ। ସେଥିପାଇଁ ବିଜନେସ୍ ଫାଇନାନ୍ସ ଓ ଅର୍ଥନୀତିରେ ଟ୍ରିପଲ୍ ଡିଗ୍ରୀ ହାସଲ କରିଛନ୍ତି।କିନ୍ତୁ ପରଣୀତିଙ୍କ ସେ ସ୍ୱପ୍ନ ଭାଙ୍ଗି ଚୁରମାର।ଲେଡିଜ୍ ଭର୍ସେସ ରିକି ବହଲ ଫିଲ୍ମ ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଥିଲା।Bipasha Basuବିପାଶା ବସୁ
ଛୋଟ ବେଳେ ଭାରି ନଟଖଟି ଥିଲେ।କେହି କେହି ତାଙ୍କୁ ଡାକୁଥିଲେ ଲେଡି ଗୁଣ୍ଡା।କ୍ଲାସମେଟମାନେ ତାଙ୍କ ପର୍ସନାଲିଟିକୁ ଭାରି ଭୟ କରୁଥିଲେ।ଭାବୁଥିଲେ ଡାକ୍ତର ହେବେ,ନହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ।କିନ୍ତୁ ତାଙ୍କ ଭିତରେ ଜଣେ ଅଭିନେତ୍ରୀର ଗୁଣ ବଢୁଥିଲା।୧୯୯୭ରେ ଗୋଦରେଜ୍ ସୁପର ମଡେଲ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଥିଲା।କିଛିବର୍ଷ ପରେ ବିପାଶା ପାଲଟିଗଲେ ବଲିଉଡର ଡସ୍କି-ବିୟୁଟି।
ପଢ଼ନ୍ତୁ-ପୂର୍ବତନ PMଙ୍କୁ ଓଡ଼ିଆ ବୋହୂଙ୍କ ଜବାବ-‘ଆପଣ ସର୍ବସାଧାରଣରେ କାହିଁକି ଦେଉଛନ୍ତି ଭାଷଣ’

You Might Also Like

No Comments

Leave a Reply