ଶାହାରୁଖଙ୍କ ବଡିଗାର୍ଡ ହେବ, ଅଢ଼େଇ କୋଟିରୁ ଅଧିକ ଆୟ କରିବ

ମୁମ୍ବାଇ: ବଲିଉଡ ସେଲିବ୍ରିଟଙ୍କ କ୍ରେଜ୍। ଲୋକେ ତାଙ୍କର ଗୋଟିଏ ଝଲକ୍ ପାଇବାକୁ ପାଗଳ ହୋଇପଡନ୍ତି। କେବେ କେବେ ସେଲିବ୍ରିଟିଙ୍କୁ ଭିଡ ଭିତରକୁ ମଧ୍ୟ ଯିବାକୁ ପଡେ। ତେଣୁ ନିଜ ସୁରକ୍ଷା ପାଇଁ ସେମାନେ ବଡିଗାର୍ଡ ନିଯୁକ୍ତ କରନ୍ତି। ଘରୁ ବାହାରିବା ମାତ୍ରେ ଏହି ବଡିର୍ଗାଡ ସେମାନଙ୍କ ସହ ଛାଇ ଭଳି ରହିଥାନ୍ତି । ବର୍ଷ ବର୍ଷ ଧରି ଏମାନେ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ତେବେ ଏହି ବଡିଗାର୍ଡଙ୍କ ଦରମା କେତେ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଅମିତାଭ ବଚ୍ଚନ
ନିଜର ନେମ୍ ଓ ଫେମ୍ ପାଇଁ ସୁବବେଳେ ଚର୍ଚ୍ଚାରେ ବିଗ୍ ବି ବଚ୍ଚନ ସାହେବ। ଯୁଆଡେ ଗଲେ ଫ୍ୟାନଙ୍କ ଭିଡ ଲାଗିଯାଏ। ଏଭଳି ପରିସ୍ଥିତିରେ ସୁରକ୍ଷା ଜରୁରୀ। ତେଣୁ ଅମିତାଭଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବା ବଡିଗାର୍ଡ ସୁରକ୍ଷା ଦେଇଥାନ୍ତି। ଏହି ଅଭିନେତାଙ୍କ ବଡିଗାର୍ଡ ବାର୍ଷିକ ୧.୫ କୋଟି ଦରମା ନେଇଥାନ୍ତି।ସଲମାନ୍ ଖାନ୍
ଫେମ୍ ପାଇଁ ହେଉ ବି ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସଲମାନ୍ ଖାନ୍। ଏହି ହିରୋଙ୍କ ସହ ଛାଇ ଭଳି ରହିଥାନ୍ତି ତାଙ୍କ ବଡିଗାର୍ଡ ଶେରା। ବହୁ ବର୍ଷ ହେଲା ସେ ସଲମାନଙ୍କ ବିଶ୍ୱସ୍ତ ହୋଇ ରହିଛନ୍ତି । ଶେରାଙ୍କ ବାର୍ଷିକ ଦରମା ହେଉଛି ୨କୋଟି।
ଶାହରୁଖ ଖାନ୍
ରୋମାନ୍ସ କିଙ୍ଗ ଶାହରୁଖ। ସାରା ବିଶ୍ୱରେ ତାଙ୍କ ଫେମ୍ ରହିଛି। ବିଦେଶରୁ ଲୋକେ ତାଙ୍କର ଗୋଟିଏ ଝଲକ ପାଇବାକୁ ଆସିଥାନ୍ତି। ସେ ବାହାରକୁ ଗଲେ ଫ୍ୟାନଙ୍କ ଭିଡ ଲାଗିଯାଏ। ଏଭଳି ପରିସ୍ଥିତିରେ ସେ କଡା ସୁରକ୍ଷା ବଳୟ ଭିତରେ ରହିଥାନ୍ତି। ରବି ସିଂହ ନାମକ ଜଣେ ସୁରକ୍ଷାକର୍ମୀ ଦୀର୍ଘଦିନ ହେବ ତାଙ୍କ ସୁରକ୍ଷାରେ ଅଛନ୍ତି । ରବିଙ୍କ ବାର୍ଷିକ ଦରମା ପ୍ରାୟ ୨.୫ କୋଟି ଅମିର ଖାନ୍
ଅମିରଙ୍କ ଫ୍ୟାନ ଫଲୋର୍ସ ମଧ୍ୟ କିଛି କମ୍ ନୁହେଁ। ସାରା ଭାରତରେ ତାଙ୍କର ଏକ ସ୍ୱତନ୍ତ୍ର ଇମେଜ୍ ରହିଛି। ଏହି ଚକଲେଟ୍ ହିରୋଙ୍କ ସୁରକ୍ଷାରେ ଯୁବରାଜ ଘୋଡପଦେ ନାମକ ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କର ବାର୍ଷିକ ଦରମା ହେଉଛି ୨କୋଟିଅକ୍ଷୟ କୁମାର
ଖିଲାଡି ହିରୋ ଭାବେ ବଲିଉଡରେ ପରିଚିତ ଅକ୍ଷୟ କୁମାର। ସେ ନିଜେ ମାର୍ଶଲ ଆର୍ଟରେ ପାରଙ୍ଗମ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେ ନିଜ ପାଇଁ ବଡିଗାର୍ଡ ରଖିବେ ନାହିଁ । ତାଙ୍କର ମଧ୍ୟ ଫ୍ୟାନ୍ ଫଲୋର୍ସ ଢେର୍ ଅଧିକ। ତାଙ୍କର ବଡିଗାର୍ଡ ହେଉଛନ୍ତି ଶ୍ରେୟାସ । ଶ୍ରେୟାସଙ୍କ ବାର୍ଷିକ ଦରମା ୧.୨ କୋଟି।
Connect With Us