Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଲଭର ବାର୍ଡସଙ୍କୁ ସାହସୀ କରୁଛି ପରଦାର ଲଭ୍ ଲାଇଫ୍ : ପ୍ରେମ ପାଇଁ ଜୀବନ ହାରି ଆଦର୍ଶ ପାଲଟିଛନ୍ତି

By admin • October 11, 2018 • ଫିଲ୍ମ
main-photo

ମୁମ୍ବାଇ: ପ୍ରେମକୁ ନେଇ ଅନେକ ଫିଲ୍ମ ନିର୍ମାଣ ହୋଇଛି। ରୋମାଞ୍ଚଭରା ପ୍ରେମ କାହାଣୀ, ଆଉ ଏହାକୁ ନିଭାଇବା ପାଇଁ ପ୍ରେମୀ ଯୁଗଳଙ୍କ ଷ୍ଟ୍ରଗଲକୁ ନେଇ ଆମେ ଅନେକ ଫିଲ୍ମ ଦେଖିଛୁ। ପ୍ରେମରେ ଥରେ ପଡିଲେ ଏଥିରୁ ମୁକୁଳିବା କଷ୍ଟକର ହୋଇଥାଏ। ପ୍ରେମ ହିଁ ପ୍ରେରଣା, ପ୍ରେମ ହିଁ ଆଦର୍ଶ। ଏହା ମଣିଷକୁ ସବୁ ପ୍ରକାର ବାଧାବିଘ୍ନ ସହ ଲଢିବାକୁ ମନୁଷ୍ୟକୁ ସାହସ ଯୋଗାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା ଫିଲ୍ମ ଦୁନିଆର କିଛି ଫେମସ୍ ଯୋଡିଙ୍କ ସମ୍ପର୍କରେ ଯାହାକି ଦର୍ଶକଙ୍କ ହୃଦୟରେ ଘର କରିଛି ଏବଂ ଆଜିବି ଜୀବନ୍ତ।ରୋମିଓ-ଜୁଲିଏଟ୍
ସାରା ଦୁନିଆ ରୋମିଓ-ଜୁଲିଏଟ୍ ଓ ସେମାନଙ୍କର ପ୍ରେମ କାହାଣୀକୁ ମନେ ରଖିଛି। କେତେକ ପ୍ରେମ ଯୁଗଳ ସେମାନଙ୍କୁ ନିଜ ଆଦର୍ଶ ମନେ କରନ୍ତି। ଉଇଲିୟମ ସେକ୍ସସ୍ପିୟର ରୋମିଓ-ଜୁଲିଏଟଙ୍କ ପ୍ରେମକୁ ଏକ ଜୀବନ୍ତ ରୂପ ଦେଇଥିଲେ । କିଭଳି ଉଭୟଙ୍କ ପ୍ରଥମ ଦେଖାରୁ ହିଁ  ପ୍ରେମ ଆରମ୍ଭ ହୋଇଥିଲା ଓ ଏହା କିଭଳି ଆଗକୁ ବଢିଥିଲା। ପରିବାର ପକ୍ଷରୁ ଆସିଥିବା ବାଧାବିଘ୍ନକୁ ମଧ୍ୟ ସେକ୍ସସ୍ପିୟର ନିଜ ରଚନାରେ ସ୍ଥାନ ଦେଇଛନ୍ତି। ଏହି ପ୍ରେମ କାହାଣୀର ଦୁଃଖଦ ଅନ୍ତ।titanicଜ୍ୟାକ୍-ରୋଜ୍
ପ୍ରେମର ଆଉ ଏକ ଯୋଡି ହେଉଛନ୍ତି ଜ୍ୟାକ୍ ଆଣ୍ଡ ରୋଜ୍। ଏହି ଯୋଡିଙ୍କୁ ଆପଣ ଟାଇଟାନିକ୍ ଫିଲ୍ମରେ ଦେଖିଥିବେ । ଉଭୟ ଉଭୟଙ୍କୁ ଏକ ଜାହଜରେ ପ୍ରଥମେ ଦେଖିଥିଲେ। ପ୍ରଥମ ଦେଖାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା ଏବଂ ପ୍ରେମର ଦୁଃଖଦ ଅନ୍ତ ଘଟିଥିଲା। ଜାହଜ ବୁଡିବା ସହ ପ୍ରେମକଙ୍କ ମୃତ୍ୟୁ ହୋଇଥିଲା; କିନ୍ତୁ ସେମାନଙ୍କର ଦୁଃଖଭରା ପ୍ରେମ କାହାଣୀ ଆଦର୍ଶ ପାଲଟିଗଲା।bonnie-and-clydeବୋନି ଏବଂ କ୍ଲେଡ୍
ସାରା ବିଶ୍ୱରେ ବୋନି ଏବଂ କ୍ଲେଡଙ୍କ ରୋମାନ୍ସକୁ ନେଇ ଚର୍ଚ୍ଚା। ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କୁ ପ୍ରେମ କରି ବସିଥିଲେ। ଦୁନିଆ ସେମାନଙ୍କୁ ଗ୍ୟାଙ୍ଗଷ୍ଟର କପୁଲ ଭାବେ ଜାଣେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ପୋଲିସ ଏନକାଉଣ୍ଟରରେ ଉଭୟେ ପ୍ରାଣ ହରାଇଥିଲେ।sohni-mahiwalସୋନୀ ଓ ମହୀୱାଲ
ପ୍ରେମ ଓ ସମର୍ପଣଙ୍କର ଏକ ନିଚ୍ଛକ ଉଦାହରଣ ସୋନୀ-ମହୀୱାଲ ଫିଲ୍ମ। ବଲିଉଡରେ ଏହାକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ଆଜି ବି ଦର୍ଶକଙ୍କୁ ବାନ୍ଧି ରଖିପାରିଛି, ଅନେକଙ୍କ ମନରେ ଏହା ଘର କରିଛି । ସୋନୀ ଜଣେ ଗରିବ କୁମ୍ବାର ପିତାର ଝିଅ ହୋଇଥିବା ବେଳେ ମହୀୱାଲ ଜଣେ ଗୋରୁ ଚରାଳୀ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏକଦା ନିଜ ପ୍ରେମ ପାଇଁ ସୋନୀ, ବନ୍ୟା ଆସିଥିବା ନଦୀ ପାର ହେବାକୁ ପଛାଇ ନଥିଲା। ତେବେ ନଦୀ ପାର ସମୟରେ ନଦୀ ଗର୍ଭରେ ସଲିଳ ସମାଧି ନେଇଥିଲା ସୋନୀ। ଆଉ ସୋନୀକୁ ବୁଡିଯିବାର ଦେଖି ମହିୱାଲ ମଧ୍ୟ ନଦୀକୁ ଡେଇଁ ପଡି ଆତ୍ମହତ୍ୟା କରିଥିଲା। ଏହି କାହାଣୀ ଆଜି ବି ଅନେକଙ୍କ ମନକୁ ବ୍ୟଥିତ କରେ।anuragଅନୁରାଗ ଓ ପ୍ରେରଣା
ଉପରେ ପଢିଥିବା ସବୁ ଲଭ୍ ଷ୍ଟୋରୀର ଦୁଃଖଦ ଅନ୍ତ ଘଟିଛି। ମାତ୍ର ଅନୁରାଗ ଓ ପ୍ରେରଣାଙ୍କ ଲଭ୍ ଷ୍ଟୋରୀ ସାମାନ୍ୟ ଭିନ୍ନ। ଶାହାଜାହାନ୍ ଓ ମମତାଜଙ୍କ ପ୍ରେମର ନିଦର୍ଶନ ତାଜମହଲ ପରି ଏହି ଲଭ୍ ଷ୍ଟୋରୀର ଷ୍ଟାଚ୍ୟୁ ଘରେ ଘରେ ପରିଚିତ। ଏହା ଷ୍ଟାର ପ୍ଲସର ଏକ ଲୋକପ୍ରିୟ ଧାରବାହିକ। ଏହି ଯୋଡିଙ୍କୁ ପପୁରାଲ ଟେଲିଭିଜନ ସୋ କସୌଟୀ ଜିନ୍ଦେଗୀରେ ଦେଖିବାକୁ ମିଳିଥିଲା। ଏହି ସିରିୟଲରେ ଏମାନଙ୍କ ପ୍ରେମକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ, ଏହାକୁ ଏବେ ଐତିହାସିକ ପ୍ରେମ କାହାଣୀ ସହ ତୁଳନା କରାଯାଉଛି। ତେବେ ଏହି ପପୁରାଲ ସୋର ପୁଣି ଥରେ କମ୍ ବ୍ୟାକ୍। ଆଜ୍ଞା ହଁ ଏହି ସୋରେ ଅନୁରାଗ ଓ ପ୍ରେରଣାଙ୍କ ଯୋଡି ଦେଖିବାକୁ ମିଳିବ। ନୂଆ ଷ୍ଟାରକାଷ୍ଟଙ୍କ ସହ ଏକତା କପୁର ଏହି ସୋର ପାର୍ଟ-୨ ଆରମ୍ଭ କରିବାକୁ ଯାଉଛନ୍ତି ।

Tweet
0
ବିଜୁଙ୍କୁ ଗାଦିଚ୍ୟୁତ୍ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇ ନପାରନ୍ତି
ସାଜିଦ୍ ଖାଁଙ୍କ ବିରୋଧରେ ମହିଳା ଜର୍ଣ୍ଣାଲିଷ୍ଟ ଆଣିଲେ ଯୌନ ଶୋଷଣ ଅଭିଯୋଗ, #MeToo ଚକ୍ରବ୍ୟୁହରେ ବଲିଉଡ୍

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.