Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସଲମାନ-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କର ପୋଲ୍ ଖୋଲିଲେ ଭାଇ ସୋହେଲ କହିଲେ’ଐଶ୍ୱର୍ଯ୍ୟା ତାଙ୍କ ଘରକୁ ସବୁବେଳେ ଆସୁଥିଲେ’

By admin • February 7, 2019 • ଫିଲ୍ମ
Salman-Aishwarya Rai

ବଚ୍ଚନ ଖାନଦାନର ବୋହୂ ଐଶ୍ୱର୍ଯ୍ୟା ରାୟ। ଅମିତାଭ ଓ ଜୟା ବଚ୍ଚନଙ୍କ ବୋହୂ। ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କର ଏକ ଝିଅ ମଧ୍ୟ ଅଛି। ଐଶ୍ୱର୍ଯ୍ୟାଙ୍କ ବିବାହକୁ ୧୨ବର୍ଷ ବିତିବାକୁ ଯାଉଛି। କିନ୍ତୁ ତାଙ୍କର ବିଗତ ଦିନର ଆଫେୟାର୍ସକୁ ନେଇ ଚର୍ଚ୍ଚା ଥମୁନି। ବିଶେଷ କରି ସଲମାନଙ୍କ ସହ ଐଶଙ୍କ ଲଭ୍ ଆଫେୟାର୍ସ ଦିନେ ମାୟାନଗରୀ ପାଣିପାଗକୁ ଉଷୁମ କରୁଥିଲା। ୧୯ବର୍ଷ ପୂର୍ବେ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମରେ ଦୁହିଁଙ୍କର କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏହି ଫିଲ୍ମରେ ଏକାଠି ଅଭିନୟ କରିବା ବେଳେ ଭାଇଜାନଙ୍କୁ ଦିଲ୍ ଦେଇଥିଲେ ବଲିଉଡ ନୀଳ ନୟନା। ଆଗେଇ ଥିଲା ସଲମାନ-ଐଶଙ୍କ ଲଭ୍ ଗାଡ଼ି। ଉଭୟେ ବିବାହ କରିବେ ବୋଲି ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସଲମାନଙ୍କ ବିରୋଧଧରେ ମାରପିଟ, ଗାଳି ଗୁଳଜ କରିଥିବାର ଅଭିଯୋଗ ଆଣିଥିଲେ ଐଶ୍ୱର୍ଯ୍ୟା। ସବୁଦିନ ପାଇଁ ତାଙ୍କ ଲାଇଫରୁ ଦୂରେଇ ଗଲେ। ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଥିଲେ ସଲମାନ। ସେବେଠାରୁ ଏଯାଏଁ କୁଆଁରା ଆଓ୍ୱାରା ଭାଇଜାନ୍। 

ବର୍ଷ ବଢ଼ିବା ସହ ସଲମାନ-ଐଶଙ୍କ ପ୍ରେମ କାହାଣୀ ବି କବର ନେଉଥିଲା। ସମସ୍ତେ ଭୁଲି ଯାଇଥିଲେ। କିନ୍ତୁ ହଠାତ୍ ସଲମାନଙ୍କ ଭାଇ ସୋହେଲ ଖାନ୍ ସେମାନଙ୍କର ଆଫେୟାର୍ସକୁ ନେଇ ମୁହଁ ଖୋଲିଥିଲେ। ସୋହେଲ କହିଛନ୍ତି, ଐଶ୍ୱର୍ଯ୍ୟା ସଲମାନଙ୍କ ସହ ବୁଲୁଥିଲେ। ସବୁବେଳେ ତାଙ୍କ ଘରକୁ ବି ଆସୁଥିଲେ। ତେବେ ସଲମାନ ତାଙ୍କୁ କିଭଳି ଅସୁରକ୍ଷିତ କଲେ ବୋଲି ସୋହେଲ୍ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ଖୁଲ୍ଲାସା କରିଛନ୍ତି ଯେ, ଐଶ୍ୱର୍ଯ୍ୟା କୁଆଡ଼େ ବିବେକ ଓବରାଏଙ୍କ ସହ ସମ୍ପର୍କ ରଖି ସଲମାନଙ୍କ ସହ ଯୋଗାଯୋଗରେ ଥିଲେ। ଐଶ ହିଁ ତାଙ୍କ ଭାଇଙ୍କର ଜୀବନ ବରବାଦ କରିଛନ୍ତି ବୋଲି ସୋହେଲ୍ କହିଛନ୍ତି। ଖାସ୍ ଏଇଥିପାଇଁ ବିବେକ- ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାଦ ହୋଇଥିଲା। ସେହିପରି ସଲମାନ-ବିବେକଙ୍କ ମଧ୍ୟରେ ବଢ଼ିଥିଲା ଦୂରତା। ଶେଷରେ ଏମିତି ପରିସ୍ଥିତି ହେଲା ଯେ, ଐଶ୍ୱର୍ଯ୍ୟା ନା ସଲମାନଙ୍କର ହେଲେ ନା ବିବେକଙ୍କର। ତାଙ୍କ ଲାଇଫ ପାର୍ଟନର ଭାବରେ ଏଣ୍ଟ୍ରି ମାରିଲେ ଅଭିଶେଷ ବଚ୍ଚନ।Salman Khan Aishwarya Rai୨୦୦୧ ମସିହାରେ ବ୍ରେକ୍ ଅପ୍ ପରେ ସେତେବେଳେ ଏକ ଟିଭି ସୋ ସାକ୍ଷାତକାରରେ ଐଶ୍ କହିଥିଲେ କାହିଁକି ସେ ରିଲେସନସିପକୁ ଦି ଏଣ୍ଡ କରିଥିଲେ। ତାଙ୍କ କହିବା କଥା, ସଲମାନ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହ ଅଭିଶେଷ, ଶାହାରୁଖଙ୍କ ଭଳି କୋଷ୍ଟାରଙ୍କ ସହ ଆଫେୟାର୍ସ ଥିବା ସନ୍ଦେହ କରୁଥିଲେ। ନିଜ ଆତ୍ମସମ୍ମାନ ପାଇଁ ସେ ସଲମାନଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଦୀର୍ଘ 18ବର୍ଷ ପରେ ସୋହେଲଙ୍କ ମନ୍ତବ୍ୟ ବିଗତ ଦିନରେ ସଲ୍ଲୁ ମିଆ-ଐଶଙ୍କ ରିଲେସନସିପ୍ ଚର୍ଚ୍ଚାରେ ନୂଆ ଟୁଇଷ୍ଟ ଆଣିଛି। 

 

 

Aishwarya Rai BachchanSalaman KhanSohail KhanViveK Vivek Oberoi
Tweet
0
ଡେଟିଂ ପରେ ବ୍ରେକଅପ୍ ପୁଣି ବକ୍ସ ଅଫିସରେ ଲଭବାର୍ଡଙ୍କ ଫିଲ୍ମ ସୁପର ହିଟ୍
ବଜେଟରେ ଚାଷୀଙ୍କୁ ତୋଫା:କିନ୍ତୁ ଓଡ଼ିଶାର ଋଣ ବୋଝ ୯୦ହଜାର କୋଟିକୁ ଟପିବ

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.