ପଲିଟିକ୍ସ

ପୂର୍ତ୍ତ ସବିବ ନଳିନୀ ପ୍ରଧାନ ହୋଇପାରନ୍ତି ବିଜେଡିରୁ ବିଧାୟକ ପ୍ରାର୍ଥୀ!

NALIN-PRADHAN-CARD

ଭୁବନେଶ୍ୱର: ବିଜୁ ଜନତା ଦଳରେ ସରକାରୀ ବାବୁଙ୍କୁ ଭାରି ଆଦର। ଅବସର ପରେ ସେମାନଙ୍କୁ ବିଜେଡିରେ ମିଳୁଛି ପ୍ରାଧାନ୍ୟ।ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ କି ବିଜୟ ପଟ୍ଟନାୟକ,ଏବେ ତ ଚାକିରୀ ଛାଡି ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍  ଅମରାନନ୍ଦ ପଟ୍ଟନାୟକ ବିଜେଡି ଆଇଟି ହେଡ୍ ହେଲେ। ସେହିପରି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେଡିରେ ମିଶି ବିଜୁ ଯୁବ ବାହିନୀର ଦାୟିତ୍ୱ ନେଲେ। ଆଉ ସିବିଆଇର ପୂର୍ବତନ ମୁଖପାତ୍ର ଗିରିଧାରୀ ମହାନ୍ତି ବିଜେଡିର ହୋଇଗଲେ ଜାତୀୟ ମୁଖପାତ୍ର। ସେହି ଧାରାରେ ସାମିଲ ହେବାକୁ ଯାଉଛନ୍ତି ଓଡ଼ିଶାର ପୂର୍ତ୍ତ ସଚିବ ନଳିନୀ ପ୍ରଧାନ। ଆଗାମୀ ବିଧାନସଭା ନିର୍ବାଚନରେ ପୂର୍ତ୍ତ ସଚିବଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଲାଣି।NALIN-PRADHAN-WITH-CMଅବଶ୍ୟ ପୂର୍ତ୍ତ ସଚିବଙ୍କ ଉପରେ ବିଜେଡି ସରକାର ଭାରି ଖୁସି ଅଛନ୍ତି। ସେଥିପାଇଁ ୨୦୧୩ ଅଗଷ୍ଟରୁ ଆଜି ଯାଏଁ ତାଙ୍କୁ ସେହି ମଲ୍ଲାଇଦାର ପଦରେ ବସାଇ ରଖିଛନ୍ତି। ଏପରିକି ଗତ ମାର୍ଚ୍ଚରେ ନଳିନୀ ପ୍ରଧାନଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ, ତାଙ୍କର ଚାକିରୀକୁ ବର୍ଷେ ବୃଦ୍ଧି କରିଛନ୍ତି। ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାତିରି ନକରି ନଳିନୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସରରକାର। ଏବେ ପୂର୍ତ୍ତ ସଚିବଙ୍କ ନେତା ହେବା ଇଚ୍ଛାକୁ ପୂରଣ କରିବାକୁ ଯାଉଛି ବିଜେଡି। ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନଳିନୀ ପ୍ରଧାନ ବିଜେଡିର ପ୍ରାର୍ଥୀ ହେଉଛନ୍ତି ବୋଲି ଚର୍ଚ୍ଚା। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକର ଅଙ୍ଗପଡ଼ା ପଞ୍ଚାୟତର ତୁରୁଡା ଗାଁର ମୂଳବାସୀନ୍ଦା ହେଉଛନ୍ତି ନଳିନୀ ପ୍ରଧାନ। ତାଙ୍କର ଜନସମ୍ପର୍କ ଥିବାରୁ ବିଜେଡି ଫୋକସରେ ଆସିଛନ୍ତି ନଳିନୀ। ପୂର୍ତ୍ତ ସଚିବ ହେବା ପରେ ଆଠମଲ୍ଲିକ ଅଞ୍ଚଳର ରାସ୍ତାଘାଟର ସେ ଏତେ ବିକାଶ କରିଛନ୍ତି ଯେ ନଳିନୀ ପ୍ରଧାନଙ୍କୁ ଲୋକେ ଭାବି ବିଧାୟକ ଭାବେ ସମ୍ଭୋଧନ କଲେଣି।SANJIB-SAHOOପଞ୍ଚାୟତ ଫଳ ଅଡୁଆ
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସଞ୍ଜିବୀ ସାହୁଙ୍କ ଲୋକପ୍ରିୟତା ଧିରେ ଧିରେ କମୁଛି । ଚାରି ଚାରି ଥରର ବିଧାୟକ ସଞ୍ଜିବୀ ସାହୁ ଏମିତି ତ ପ୍ୟାରୀମୋହନ ମହାପାତ୍ରଙ୍କୁ ସପୋର୍ଟ କରି ମନ୍ତ୍ରୀ ପଦ ହରାଇଛନ୍ତି। ଆଉ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡି ସୁପ୍ରିମୋଙ୍କୁ ବାଧ୍ୟ କରିଛି ସଞ୍ଜିବୀଙ୍କ ବିକଳ୍ପ ଖୋଜିବାକୁ। ଗତ ପଞ୍ଚାୟତ ନିର୍ବାଚନରେ ଯଦିଓ ଆଠମଲ୍ଲିକ ବ୍ଲକର ୩ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ ହେଲା। କିନ୍ତୁ ସଞ୍ଜିବୀ ସାହୁଙ୍କ ନିଜ ବ୍ଲକ କିଶୋର ନଗରର ୩ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେପି ବିଜୟୀ ହେଲା। ଏପରିକି ପଞ୍ଚାୟତ ନିର୍ବାଚନର ଫଳାଫଳ କହୁଛି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ, ବିଜେପି ଖାତାକୁ ୪୮ହଜାର ୧୦୧ଖଣ୍ଡ ଭୋଟ୍ ଯାଇଥିଲା ବେଳେ ବିଜେଡିକୁ ମିଳିଥିଲା ୪୪ହଜାର ୪୩୮ଭୋଟ୍। ତେଣୁ ଆଠମଲ୍ଲିକ ଏନଏଏସି ଭୋଟରଙ୍କୁ ଭରସା ନକରି ସଞ୍ଜିବୀ ସାହୁଙ୍କ ବିକଳ୍ପ ଭାବେ ନଳିନୀ ପ୍ରଧାନଙ୍କୁ ବିଜେଡି ପ୍ରୋଜେକ୍ଟ କଲାଣି। ଅୂବଶ୍ୟ ନଳିନୀ ଏବଂ ସଞ୍ଜିବୀ ଉଭୟ କିଶୋର ନଗର ବ୍ଲକର ଅଙ୍ଗପଡ଼ା ପଞ୍ଚାୟତର ମୂଳବାସୀନ୍ଦା।

ନିର୍ଣ୍ଣାୟକ ଚଷା ଭୋଟ୍
ଅପରପକ୍ଷରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ରେକର୍ଡ କହୁଛି, ଏଠାରେ କୁଲୁତାଙ୍କ(ଚଷା) ଦବ୍ଦବା ରହିଛି। ସେଥିପାଇଁ ୧୯୮୫ରୁ ଆଠମଲ୍ଲିକରୁ କେବଳ ଚଷା ନେତାମାନେ ହିଁ ଜିତି ଆସୁଛନ୍ତି। କଂଗ୍ରେସ ହେଉକି, ଜନତା ଦଳ ଅଥବା ବିଜେଡି, ଗତ ୭ଟି ନିର୍ବାଚନରେ ଚଷା ନେତାଙ୍କୁ ବିଜୟୀ କରୁଛନ୍ତି ଆଠମଲ୍ଲିକ ଭୋଟର। ସେ ଦୃଷ୍ଟିରୁ ଚଷା ନେତା ସଞ୍ଜିବୀ ସାହୁଙ୍କ ବିକଳ୍ପ କୁଲତା(ଚଷା) ଜାତିର ନଳିନୀ ପ୍ରଧାନ। କିଶୋର ନଗର ବ୍ଲକର ତୁରୁଡା ଗାଁର ନଳିନୀ ପ୍ରଧାନଙ୍କୁ ପ୍ରୋଜେକ୍ଟ କରୁଛି ବିଜେଡି।AKHIMUTHI-ANUKULAଅଖିମୁଠିରୁ ଆରମ୍ଭ
ନଳିନୀ ପ୍ରଧାନଙ୍କ କାର୍ଯ୍ୟକାଳରେ ହୋଇଥିବା ମହାନଦୀର ଜାମୁଣ୍ଡିଆ ବ୍ରିଜ ଭୁଶୁଡିବା, ବମିଖାଲ ବ୍ରିଜ କାମରେ ଲୋକେ ମରିବା, ତ୍ରିଶୁଳିଆ ବ୍ରିଜ ନିର୍ମାଣ ଖର୍ଚ୍ଚ ଅହେତୁକ ବୃଦ୍ଧି ପାଇବାକୁ ଅଣଦେଖା କରି ଦେଇଛି ବିଜେଡି। ଆସନ୍ତା ମାର୍ଚ୍ଚରେ ନଳିନୀ ପ୍ରଧାନଙ୍କ କାର୍ଯ୍ୟକାଳ ସରିବା ମାତ୍ରେ ସେ ଆଠମଲ୍ଲିକର ଦାୟିତ୍ୱ ନେଇ ପାରନ୍ତି। ଏଥିପାଇଁ ବିଜେଡିର କୋର ଟିମ୍ ଗତ ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆଠମଲ୍ଲିକର ନାକଚିରେ କରାଇଥିଲେ। ଯଦିଓ ସେହି କାର୍ଯ୍ୟକ୍ରମରେ ବିଧାୟକ ସଞ୍ଜିବୀ ସାହୁ ଉପସ୍ଥିତ ଥିଲେ, କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନଳିନୀ ପ୍ରଧାନଙ୍କ ଲାଗି କ୍ଷେତ୍ର ପ୍ରସ୍ତୁତି କରୁଥିଲେ ବୋଲି ସୂଚନା ରହିଛି। ଏବେ ଅପେକ୍ଷା କେବେ ନଳିନୀ ପ୍ରଧାନ ବିଜେଡିରେ ମିଶି ଶଙ୍ଖନାଦ କରୁଛନ୍ତି।

You Might Also Like

No Comments

Leave a Reply