କିଏ ହେବେ ବିରୋଧି ଦଳ ନେତା

ଭାରତୀୟ ଜନତା ପାର୍ଟିର ୨୦ ଜଣ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ସେମାନଙ୍କର ଦୀଲ୍ଲି ଗସ୍ତ ରାଜ୍ୟ ସମ୍ବନ୍ଧୀୟ ଆଲୋଚନା ପ୍ରସଙ୍ଗଭୁତ ହୋଇପାରେ କିନ୍ତୁ ସେମାନେ ପୁରା ପଲଟଣ ସହ ଦିଲ୍ଲୀ ଯିବା ଘଟଣା ଭିନ୍ନ କିଛି ସୁଚାଉଛି? ୟାକୁ ନେଇ ଏବେ ରାଜନୈତୀକ ମାହୋଲରେ ଆଲୋଡ଼ନ ସୃଷ୍ଟି ହୋଇଛି।
ବିଧାୟକଙ୍କ ଦିଲ୍ଲୀ ଗସ୍ତ ପଛରେ କଣ ରହିଛି କାରଣ?
ବିଧାନସଭାରେ ଭାଜପାର ସଦସ୍ୟ ସଂଖ୍ୟା ୨୨। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ଥିବାବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦେହ ମଧ୍ୟ ଭଲ ନଥିବା କାରଣରୁ ସେ ଦୀଲ୍ଲି ଗସ୍ତରେ ଜାଇ ପାରି ନାହାନ୍ତି । ବାକି ୨୦ ଜଣ ବିଧାୟକ ଏକା ସାଙ୍ଗରେ ଦିଲ୍ଲୀ ଯିବା ଏକ ଅଭୂତପୂର୍ବ ଘଟଣା ବୋଲି ମନେ କରାଯାଉଛି। ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଏବଂ ପଦାଧିକାରୀଙ୍କ ଗୋଟିଏ ଟିମ୍ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନ ବିପର୍ଯ୍ୟୟ ପରେ ଏହି ସାକ୍ଷାତର ବିଶେଷ ରାଜନୈତିକ ଗୁରୁତ୍ଵ ଥିଲା। ସାଂଗଠନିକ ସମସ୍ୟା ଓ ଦୁର୍ବଳତା ସମ୍ପର୍କରେ ଧର୍ମେନ୍ଦ୍ର ଏବଂ ଜଗତ୍ପ୍ରକାଶଙ୍କ ସହ ମୁଖ୍ୟତଃ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭାରତୀୟ ଜନତା ପାର୍ଟିର ୨୦ ଜଣ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ସେମାନଙ୍କର ଦୀଲ୍ଲି ଗସ୍ତ ରାଜ୍ୟ ସମ୍ବନ୍ଧୀୟ ଆଲୋଚନା ପ୍ରସଙ୍ଗଭୁତ ହୋଇପାରେ କିନ୍ତୁ ସେମାନେ ପୁରା ପଲଟଣ ସହ ଦିଲ୍ଲୀ ଯିବା ଘଟଣା ଭିନ୍ନ କିଛି ସୁଚାଉଛି? ୟାକୁ ନେଇ ଏବେ ରାଜନୈତୀକ ମାହୋଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

ବିଷ୍ଣୁ ,ମୋହନ ନା ଜୟନାରାୟଣ?
କଂଗ୍ରେସ ବିଧାୟକମାନେ ଏମିତି ଦିଲ୍ଲୀ ଧାଇଁବା ଘଟଣା ହୁଏତ କିଛି ନୁଆ ନୁହଁ, ମାତ୍ର ଭାଜପା କ୍ଷେତ୍ରରେ ପୂର୍ବରୁ ଏଭଳି ଦେଖାଯାଇ ନାହିଁ। ତେବେ କାହିଁକି ସେମାନଙ୍କ ଗସ୍ତକୁ ନେଇ ଏବେ ଆଲୋଚନା ମୁଣ୍ଡ ଟେକୁଛି? ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଖୁବ୍ଶୀଘ୍ର ଭାଜପା ବିଧାୟକ ଦଳର ନେତା ନିର୍ବାଚନ ହେବ। କରୋନାରେ ପୀଡ଼ିତ ହେବାପରେ ବିଧାୟକ ଦଳ ତଥା ବିରୋଧୀ ଦଳର ନେତା ପ୍ରଦୀପ୍ତ ଭୟଙ୍କର ଅସୁସ୍ଥ। ଏପରି ଅବସ୍ଥାରେ ଗୃହ ଭିତରେ ଦଳର ପରିଚାଳନାକୁ ନେଇ ବିଷମ ପରିସ୍ଥିତି ସୃଷ୍ଟି ହେଉଛି। ମୁଖ୍ୟ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ଦଳକୁ ଅଡୁଆ ପରିସ୍ଥିତିରେ ପକାଇ। ବିଧାୟକ ଦଳ ବୈଠକରେ ହିଁ ପ୍ରଦୀପ୍ତଙ୍କ ବିକଳ୍ପ ସ୍ଥିର ହୋଇପାରିବ ବୋଲି ତାଙ୍କ ମତ ଦଳକୁ ନେତା ମନୋନୟନ ପାଇଁ ବାଧ୍ୟ କରିଛି । ମୁଖ୍ୟତଃ ଉପନେତା ବିଷ୍ଣୁ ସେଠୀ ଏବଂ ମୁଖ୍ୟ ସଚେତକ ମୋହନ ମାଝୀ ବିଧାନସଭା ବୁଝୁଛନ୍ତି।ବରିଷ୍ଠତା ଦୃଷ୍ଟିରୁ ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଏ ପଦବୀ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।ତେବେ ଦଳ କାହାକୁ ଏ ଆସନରେ ବସାଇବ ତାହା ନେଇ କୌଣଷି ସ୍ପଷ୍ଟୀକରଣ ମିଳିନାହିଁ।
Connect With Us