Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜୁଙ୍କ କ୍ରେଜ୍ କମୁ ଥିଲାବେଳେ, ଦାମଙ୍କ ନୂଆ ଦଳ ବିଜୁଙ୍କ ନାଁରେ ହେବ

By admin • October 3, 2018 • ପଲିଟିକ୍ସ
dama-rout

ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଟପରେ ଥିଲାବେଳେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ ନୂଆ ଦଳ ଗଠନ କରିବାକୁ ଚାହୁଁଛନ୍ତି। ପୁଅ ନବୀନଙ୍କୁ ଟକ୍କର ଦେବାକୁ ଦାମଦୋର ରାଉତ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ଦଳରେ ଗଢିବେ। ଅକ୍ଟୋବର ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ପାରାଦୀପ ବିଧାୟକ ଦାମ ରାଉତ ସୂଚନା ଦେଇଛନ୍ତି । ବିଜେଡିରେ ନକଲି ଲୋକ ଅଛନ୍ତି, କିନ୍ତୁ ବିଜୁ ଅନୁଗତଙ୍କୁ ନେଇ ନୂଆ ଦଳ ଗଠନ କରାଯିବ ବୋଲି ଦାମ ରାଉତ କହିଛନ୍ତି। ଅଣକଂଗ୍ରେସ ରାଜନୀତିର ଚେହେରା ଦାମ ରାଉତ, ମଙ୍ଗଳବାର କଂଗ୍ରେସ ଭବନରୁ ଫେରିଲା ପରେ ବୈଜୟନ୍ତ ପଣ୍ଡାଙ୍କ ଆର୍ଥିକ ସହଯୋଗରେ ବୋଧହୁଏ ନୂଆ ରାଜନୈତିକ ଦଳ ଗଠନ କଥା କହୁଛନ୍ତି।R.N.SINGHDEOଗଣତନ୍ତ୍ର ପରିଷଦରୁ ଆରମ୍ଭ
ଅବଶ୍ୟ ଓଡ଼ିଶାରେ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବା କିଛି ନୂଆ ନୁହେଁ।୨୬ଡିସେମ୍ବର ୧୯୯୭ରୁ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୧୮ବର୍ଷ ହେଲାଣି କ୍ଷମତାରେ ଅଛନ୍ତି। କେବଳ ବିଜୁଙ୍କ ନାଁରେ ଗଠିତ ଆଞ୍ଚଳିକ ଦଳକୁ ଯେ ଓଡ଼ିଶାରେ ସଫଳତା ମିଳିଛି ତା ନୁହେଁ, ଅତୀତରେ ଅନେକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ସ୍ୱାଧିନତା ପରେ ପ୍ରଥମ ନିର୍ବାଚନ ୧୯୫୨ରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ ୩୧ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। କୋଶଳ ଉତ୍କଳ ପ୍ରଜା ପରିଷଦର ବିଚାରଧାରାକୁ ନେଇ ଗଡ଼ଜାତ ରାଜାମାନେ ଗଣତନ୍ତ୍ର ପରିଷଦ ଦଳ ଗଠନ କରିଥିଲେ। ସେହି ଦଳର ନେତୃତ୍ୱ ନେଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେHarekrushna Mahatabଜନ କଂଗ୍ରେସ-ଉତ୍କଳ କଂଗ୍ରେସ
ଅପରପକ୍ଷରେ କଂଗ୍ରେସରୁ ବାହାରି ହରେକୃଷ୍ଣ ମହତାବ ୧୯୬୭ରେ ଜନ କଂଗ୍ରେସ ଗଠନ କରିଥିଲେ । ଆଉ ୨୬ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଜିତାଇ କଂଗ୍ରେସକୁ ଗାଦିଚ୍ୟୁତ କରିଥିଲେ। ସେହିପରି ବିଜୁ ପଟ୍ଟନାୟକ ୧୯୭୧ରେ ଉତ୍କଳ କଂଗ୍ରେସ ଗଠନ କରିଥିଲେ। ଆଉ ସ୍ୱତନ୍ତ୍ର ପାର୍ଟିକୁ ଉତ୍କଳ କଂଗ୍ରେସର ୩୩ଜଣ ବିଧାୟକଙ୍କ ସମର୍ଥନ ଦେଇ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଜାଗ୍ରତ ଓଡ଼ିଶା ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରି ସଫଳତା ପାଇ ନଥିଲେ।BIJU-PATTNAIKବିଜୟ-ପ୍ୟାରୀ-ସୌମ୍ୟ ଫେଲ୍
ଓଡ଼ିଶାରେ ଆଞ୍ଚଳିକ ଦଳର ସଫଳତା ହାର ଯଥେଷ୍ଟ ଅଧିକ । କିନ୍ତୁ ୨୦୦୦ମସିହା ପରେ ବିଜେଡି-ବିଜେପିର ମେଣ୍ଟ ଆଞ୍ଚଳିକ ଦଳକୁ ବଢ଼ିବାକୁ ଦେଇନାହିଁ।ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦ, ବାଲଗୋପାଲ ମିଶ୍ରଙ୍କ କୋଶଳ କ୍ରାନ୍ତି ଦଳ ଏହାର ସବୁଠୁ ବଡ ଉଦାହରଣ।ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟି, ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏବଂ ବ୍ରଜ ତିପ୍ରାଠୀଙ୍କ ସମତାକ୍ରାନ୍ତି ଦଳର ପରୀକ୍ଷା ସବୁ ବିଫଳ।NAVEEN-PATNAIKକମୁଛି ବିଜୁ କ୍ରେଜ୍
ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ କ୍ରେଜ୍ ଦିନକୁ ଦିନ ଓଡ଼ିଶାରେ କମିବାରେ ଲାଗିଛି । ଯେଉଁ ନବୀନ ସରକାର ବିଜୁଙ୍କ ନାଁରେ ବିଜୁ କେବିକେ, ବିଜୁ ସେତୁ, ବିଜୁ କୃଷକ କଲ୍ୟାଣ,ବିଜୁ କନ୍ଧମାଳ ଓ ଗଜପତି ଏବଂ ବିଜୁ ଗାଁ ଗାଡ଼ି ପରି ଡଜେନ ଯୋଜନା କରିଥିଲା, ଏବେ ଅନ୍ୟ ମହାପୁରୁଷଙ୍କ ନାଁରେ ରାଜନୀତି କଲାଣି। ବିଜୁ ଯୁବ ବାହିନୀ ଗଠନ କରି ଅଡୁଆରେ ଫସିଥିବା ବିଜେଡି ଏବେ ୪ଟି ନୂଆ ମେଡିକାଲ କଲେଜକୁ ସହୀଦ ଲକ୍ଷ୍ମଣ ନାୟକ, ସନ୍ଥକବି ଭୀମ ଭୋଇ, ବ୍ୟାସକବି ଫକୀର ମୋହନ ସେନାପତି ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ କରିଛି। ବିଜେଡିର ଆକଳନ କହୁଛି ନବୀନ ପଟ୍ଟନାୟକ ପପୁଲାରିଟ୍ ଉଚ୍ଚରେ, କିନ୍ତୁ ଆଉ ବିଜୁଙ୍କ ନାଁରେ ଅଧିକ ଦିନ ରାଜନୀତି କରି ହେବନି। ସେ ସମୟରେ ସାଂଗଠନିକ କ୍ଷେତ୍ରରେ ଦୁର୍ବଳ ଦାମୋଦର ରାଉତ ବିଜୁଙ୍କ ନାଁରେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।

Biju PattnaikBJDDamador RoutHarekrshna MahatabR.N. Singhdeo
Tweet
0
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିବେ ୧୮ବର୍ଷୀୟ ପୃଥ୍ୱୀ ସ
ପୂର୍ତ୍ତ ସବିବ ନଳିନୀ ପ୍ରଧାନ ହୋଇପାରନ୍ତି ବିଜେଡିରୁ ବିଧାୟକ ପ୍ରାର୍ଥୀ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.