Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

By admin • March 10, 2020 • ନ୍ୟୁଜ୍, ପଲିଟିକ୍ସ

ମହାରାଷ୍ଟ୍ରରେ BJPକୁ ରେଡ୍ ସିଗନାଲ୍ ଦେଖାଇ, ଉଦ୍ଧବ ଥାକେରଙ୍କ ନେତୃତ୍ୱରେ,ସରକାର ଗଢ଼ିବାରେ ସଫଳ ହେଲା କଂଗ୍ରେସ।କିନ୍ତୁ ମଧ୍ୟପ୍ରଦେଶ କ୍ଷମତାରୁ ଦୂର ହେବାକୁ ଯାଉଛି କଂଗ୍ରେସ।ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କର ୨୦ ସମର୍ଥକ ବିଧାୟକ,କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।ଫଳରେ କମଳନାଥଙ୍କ ସରକାର ଏବେ ସଂଖ୍ୟା ଗରିଷ୍ଠତା ହରାଇଛି। ୨୩୦ ଆସନ ଥିବା ମଧ୍ୟପ୍ରଦେଶର ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ଥିଲେ।ସମାଜବାଦୀ ପାର୍ଟି, ବିଏସପି ଏବଂ ସ୍ୱାଧିନଙ୍କୁ ମିଶାଇ ୭ ଅଣକଂଗ୍ରେସ ବିଧାୟକଙ୍କ ସମର୍ଥନରେ ୧୭ ଡିସେମ୍ବର ୨୦୧୮ରୁ କମଳନାଥ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

ଆରମ୍ଭରୁ ଅଡୁଆ
ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନଥିବା କମଳନାଥ ସରକାର,ଆରମ୍ଭରୁ ସଂକଟରେ ରହିଥିଲା।କାରଣ ୨୦୧୮ବିଧାନସଭା ନିର୍ବାଚନରେ ସିଟ୍ କମା ପାଇବା ସତ୍ତ୍ୱେ, କଂଗ୍ରେସ ଠାରୁ BJP ୪୭ ହଜାର ୮୨୭ ଭୋଟ୍ ଅଧିକ ପାଇଥିଲା।୧୧୪ଟି ଆସନରେ ଜିଣିଥିବା କଂଗ୍ରେସକୁ ୧କୋଟି ୫୫ଲକ୍ଷ ୯୫ହଜାର ୧୫୩ ଭୋଟ୍ ମିଳିଥିଲା।ଅପରପକ୍ଷରେ ୧୦୯ଟି ଆସନରେ ବିଜୟୀ ହୋଇଥିବା BJPକୁ ୧କୋଟି ୫୬ଲକ୍ଷ ୪୨ହଜାର ୯୮୦ ଭୋଟ୍ ମିଳିଥିଲା।ତେବେ ୨୦୧୯ ଲୋକସଭା ନିର୍ବାଚନରେ ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରାଜୟ,କଂଗ୍ରେସର ସଂକଟ ବଢ଼ାଇଲା।ପୂର୍ବରୁ ଅପଡ଼ ଥିବା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଲାଗି ଜୁନିଅର ସିନ୍ଧିଆ ସୁଯୋଗ ଅପେକ୍ଷାରେ ରହିଲେ।

ମୌକା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମଧ୍ୟପ୍ରଦେଶ ପଲିଟିକ୍ସରେ ଏଣ୍ଟ୍ରି ମାରିଲେ।ନିଜର ମାର୍ଗଦର୍ଶକ ସୂର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିରାଟ ପରାଜୟର ପ୍ରତିଶୋଧ ନେବାକୁ ବ୍ଲୁ-ପ୍ରିଣ୍ଟ ସ୍ଥିର କଲେ।ବାଜପେୟୀଙ୍କୁ ହରାଇବା ଲାଗି ଯେଉଁ ଗୋଓ୍ୱାଲିୟର ମହାରାଜାଙ୍କୁ ଲଢ଼ାଇ,ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୪ରେ ଗୋଟି ଚଳାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି,ଏବେ ସେହି ଗୋଓ୍ୱାଲିୟର ମହାରାଜାଙ୍କୁ ଲଗାଇ ଗାନ୍ଧି-ଭଦ୍ରା ପରିବାରର ସମର୍ଥକ କମଳନାଥଙ୍କୁ ଗାଦିଚ୍ୟୁତ୍ କରିବାକୁ ଯାଉଛନ୍ତି।
ରାଜୀବଙ୍କ ଚକ୍ରାନ୍ତ
୧୯୮୪ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ,ଲୋକସଭା ନିର୍ବାଚନରେ ସାରା ଦେଶରେ କଂଗ୍ରେସ ସପକ୍ଷରେ ହାଓ୍ୱା ବୋହୁଥିଲା।ସେଥିପାଇଁ ରାଜମାତା ବିଜୟାରାଜେ ସିନ୍ଧିଆ,ସୁରକ୍ଷିତ ଆସନ ଗୋଓ୍ୱାଳିୟରରୁ ବାଜପେୟୀଙ୍କୁ ଲଢ଼ାଇ ଥିଲେ।କାରଣ ପୂର୍ବରୁ ରାଜମାତା ସିନ୍ଧିଆ ନିଜ ବିରାସତ୍ ଗୋଓ୍ୱାଲିୟର ୧୯୭୧ରେ ବାଜପେୟୀଙ୍କୁ ଲଢ଼ାଇ ଥିଲେ।ଆଉ ସେତେବେଳେ ଇନ୍ଦିରାଙ୍କ ଗରିବ ହଟାଓ ଅଭିଯାନକୁ ପାଣିଚିଆ କରି କଂଗ୍ରେସ ପ୍ରାର୍ଥୀ ଗୌତମ ଶର୍ମାକୁ ପରାସ୍ତ କରିଥିଲେ ବାଜପେୟୀ।

ମାଧବରାଓ-ରାଜୀବ

ସେଥିପାଇଁ ଇନ୍ଦିରାଙ୍କ ହତ୍ୟା ପରବର୍ତ୍ତି ସିମ୍ପାଥି ଫ୍ୟାକ୍ଟରରୁ ବର୍ତ୍ତିବା ପାଇଁ,୧୯୮୪ରେ ବାଜପେୟୀଙ୍କୁ ତାଙ୍କ ଜନ୍ମମାଟି ଗୋଓ୍ୱାଲିୟରରୁ ଲୋକସଭା ପଠାଇବାକୁ ଯୋଜନା କଲେ ରାଜମାତା ସିନ୍ଧିଆ।କିନ୍ତୁ ବିଜୟାରାଜେଙ୍କ ଯୋଜନାକୁ ପାଣିଚିଆ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି।ବିଜୟାରାଜେଙ୍କ ପୁଅ ତଥା ଗୋଓ୍ୱାଲିୟର ମହାରାଜା ମାଧବରାଓ ସିନ୍ଧିଆ,ରାଜୀବଙ୍କ କଥାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ।ଏପରିକି ଜନସଂଘରୁ ୧୯୭୧ରେ ସାଂସଦ ହୋଇଥିବା ମାଧବରାଓ,ନିଜ ପାରମ୍ପରିକ ଆସନ ଗୁନା ଛାଡି ଗୋଓ୍ୱାଲିୟର ସିଟରୁ ପ୍ରତିଦ୍ୱନ୍ଦିତା କରିଥିଲେ।ଆଉ ବାଜପେୟୀଙ୍କୁ ୧ଲକ୍ଷ ୭୫ ହଜାର ୫୯୪ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।ଯାହା ଥିଲା ଅଟଳଙ୍କ ଜୀବନର ସବୁଠୁ ବଡ଼ ନିର୍ବାଚନ ରାଜନୈତିକ ପରାଜୟ।
ଏବେ ମୋଦି,ନିଜ ରାଜନୈତିକ ମାର୍ଗଦର୍ଶକ ବାଜପେୟୀଙ୍କ ୩୬ବର୍ଷ ପୂର୍ବର, ସେହି ବିରାଟ ପରାଜୟର ପ୍ରତିଶୋଧ ନେଉଛନ୍ତି।ଗୋଟିଏ ପଟେ ସଞ୍ଜୟ ଗାନ୍ଧିଙ୍କ ସ୍କୁଲ ସାଙ୍ଗ ତଥା ସୋନିଆଙ୍କ ବିଶ୍ୱସ୍ଥ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ! ଅନ୍ୟପଟେ ଗୋଓ୍ୱାଲିୟର ରାଜ ପରିବାର ପୁଣି ବିଜେପିକୁ ଫେରି ଆସୁଛନ୍ତି !
              ଏହି ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

Atal Bihari VajpayeeGwaliorJyotiraditya ScindiaKamalnathMadhya PradeshRAJIV GANDHI
Tweet
0
ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା
ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.