Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଏଥର ଆଚାର୍ଯ୍ୟ ନା ପୂଜାରୀ:ଭୋଟରଙ୍କ ପସନ୍ଦ ଅଶ୍ୱିନୀ ନା ଦେବେଶ?

By admin • March 24, 2019 • ନ୍ୟୁଜ୍, ପଲିଟିକ୍ସ
Bargargh-Bramhan

ବରଗଡ଼ ଜିଲ୍ଲା ଉପରେ ସାରା ଓଡ଼ିଶାର ଫୋକସ୍,କାରଣ ବିଜେପୁରରୁ ପ୍ରାର୍ଥୀ ହେଉଛନ୍ତି ନବୀନ ପଟ୍ଟନାୟକ। ଏମିତି ବି ବିଜୁ ଜନତା ଦଳ ଗଠନ ପରେ ଦଳ ଶଙ୍ଖ ଚିହ୍ନରେ ପ୍ରଥମ ବିଧାୟକ ବରଗଡ଼ରୁ ହିଁ ଜିତିଥିଲେ।୧୯୯୮ ଉପନିର୍ବାଚନରେ ଆନନ୍ଦ ଆଚାର୍ଯ୍ୟ,ବିଜେଡି ଟିକେଟରେ ଜିତି ପ୍ରଥମ ଥର ବିଧାୟକ ହୋଇଥିଲେ। ତେବେ ବିଶ୍ୱରେ ଧନୁଯାତ୍ରା ଏବଂ ସମ୍ବଲପୁରୀ ବସ୍ତ୍ର ହେଉଛି ବରଗଡ଼ର ପରିଚୟ। ରାଜନୈତିକ ଦୃଷ୍ଟିରୁ ମଧ୍ୟ ଓଡ଼ିଶା ପଲିଟିକ୍ସରେ ବରଗଡ଼ର ଦବଦବା ରହିଛି। କିନ୍ତୁ ବରଗଡ଼ ରାଜନୀତିକୁ କଣ୍ଟ୍ରୋଲ କରନ୍ତି କୁଲୁତା ବା ଚଷା ଏବଂ ବ୍ରାହ୍ମଣ। ୧୯୫୭ରୁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବେ ବରଗଡ଼ ଗଠନ ହେବା ଠାରୁ ଆଜି ଯାଏଁ ଏଠାରୁ କେବଳ କୁଲୁତା ଓ ବ୍ରାହ୍ମଣ ହିଁ ପ୍ରତିନିଧିତ୍ୱ କରିଛନ୍ତି।
କୁଲୁତା ରାଜ ଶେଷ
୧୯୯୦ରୁ ୨୦୧୪ ଭିତରେ ବରଗଡ଼ ଭୋଟର ଦେଖିଲେଣି ୬ଟି ନିର୍ବାଚନ ଏବଂ ଗୋଟିଏ ଉପନିର୍ବାଚନ। କୁଲୁତାଙ୍କ ଭାଉ କମିବାରୁ ୧୯୯୦ରୁ ବରଗଡ଼ ରାଜନୀତିକୁ କଣ୍ଟ୍ରୋଲ କରୁଛନ୍ତି ଆଚାର୍ଯ୍ୟ ପରିବାର।ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟ,ପରେ ତାଙ୍କ ବଡ଼ ଭାଇ ଆନନ୍ଦ ଆଚାର୍ଯ୍ୟ।ଏବେ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟ ବରଗଡ଼ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ସଂଯୋଗ ବଶତଃ ବିଜେପି ପ୍ରାର୍ଥୀ ଅଶ୍ୱନୀ ଷଡ଼ଙ୍ଗୀ ଏବଂ କଂଗ୍ରେସ ପ୍ରାର୍ଥୀ ନିପଣ ଦାଶ ମଧ୍ୟ ବ୍ରାହ୍ମଣ।

ପୂଜାରୀ-ଆଚାର୍ଯ୍ୟ-ଦେବତା

ସମାନ ସ୍ଥିତି ବରଗଡ଼ ଲୋକସଭା ଆସନରେ।ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ଫେସ୍ ସୁରେଶ ପୂଜାରୀ ମଧ୍ୟ ବ୍ରାହ୍ମଣ। ଆଉ କଂଗ୍ରେସ ମଧ୍ୟ ଆସ୍ଥା ପ୍ରକଟ କରିଛି ବ୍ରାହ୍ମଣ ଯୁବକ ପ୍ରଦୀପ ଦେବେତାଙ୍କ ଉପରେ। ତେବେ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ ହେବା ଫଳରେ ବିଜେଡି ସ୍ଥିତି ଟିକେ ମଜଭୁତ ହେଲା ପରି ଲାଗୁଛି। ଏପରିକି ବରଗଡ଼ ଲୋକସଭା ଆସନ ଅଧିନରେ ଆସୁଥିବା ଅନ୍ୟ ୬ଟି ବିଧାନସଭା ଆସନରେ ବିଜେଡିର ଭଲ ପ୍ରାର୍ଥୀ ରହିଛନ୍ତି। ସେଥିପାଇଁ ରାଜନତୀତିର ପୋଖତ ଖେଳାଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପାଗ ଅନୁକୂଳ ଦେଖି ଭଲ ସ୍କୋର କରିବେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ବରଗଡ଼ ରାଜନୀତିକୁ ଚାଷୀ ଏବଂ ବୁଣାକାର ଯଥେଷ୍ଟ ପ୍ରଭାବିତ କରୁଛନ୍ତି। ଚାଷୀ ଆତ୍ମହତ୍ୟା ଓ ବୁଣାକାରଙ୍କ ସମସ୍ୟା ଶାସକ ଦଳକୁ କିଛି ମାତ୍ରାରେ ଅଡୁଆ ହୋଇପାରେ।ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବରଗଡ଼ରେ ଜିଲ୍ଲା ପରିଷଦ ଗଠନ କରିଛି। ସାରା ଦେଶରେ ବୋହୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଓ୍ୱା। ନମୋ ହାଓ୍ୱାରେ ସୁରେଶ ପୂଜାରୀ ବିଜୟୀ ହେବା କିଛି ଅସମ୍ଭବ ନୁହେଁ।
ତେବେ କୁଲୁତା ନେତା କୃପାସିନ୍ଧୁ ଭୋଇ ଏବଂ ତାଙ୍କ ପୁଅ ସଞ୍ଜୟ କଂଗ୍ରେସ ପ୍ରାର୍ଥୀ ହୋଇ ଏଠାରୁ ୫ଥର ସାଂସଦ ହୋଇଛନ୍ତି। କିନ୍ତୁ ଏବେ ବରଗଡ଼ ଅଣକଂଗ୍ରେସର ଗଡ଼ ହୋଇଗଲାଣି।ଏବେକାର କଂଗ୍ରେସ ପାର୍ଥୀ ପ୍ରଦୀପ ଦେବେତା ଯଦିଓ ବରଗଡ଼ ସହରର ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ତେବେ ଅନ୍ୟ ଆସନରେ କଂଗ୍ରେସର ଭଲ ପ୍ରାର୍ଥୀ ନାହାଁନ୍ତି। ତେବେ କଣ ରାହୁଲ ଗାନ୍ଧିଙ୍କ ବରଗଡ଼ରେ ଜନସଭା ପ୍ରଦୀପ ଦେବେତାଙ୍କୁ ଲୋକସଭାକୁ ଏଣ୍ଟ୍ରି ଦେଇ ପାରିବ ତ? କିନ୍ତୁ ସେ ଯାହା ବି ହେଉ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଯେ କେହି ଜିତିଲେ ମଧ୍ୟ ବ୍ରାହ୍ମଣ ନେତାଙ୍କ ନିୟନ୍ତ୍ରଣରେ ବରଗଡ଼ ବିଧାନସଭା ଏବଂ ଲୋକସଭା ରହିବ।

BARGARGHBRAMHIN DOMINANCEOdisha PoliticsPrasanna AcharyaSuresh Pujhari
Tweet
0
IPL ଫ୍ଲାସବ୍ୟାକ:କେମିତି ଥିଲା ଲଢ଼େଇ,କିଏ ମାରିଥିଲା ବାଜି
IPLର ସେଞ୍ଚୁରୀ ମାଷ୍ଟର ଗେଲ୍-ଡିଭିଲିୟର୍ସ: ସିକ୍ସର ବଏ ବିଜୟ-ପନ୍ଥ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.