ହ୍ୱାଟସଅପରୁ ଡାଟା ହ୍ୟାକ(ଚୋରି)କୁ ନେଇ ସରକାର ଏବେ ହରଡ଼ଘଣାରେ।ବିରୋଧୀ ଦଳଙ୍କ ଟାର୍ଗେଟରେ ସରକାର। ଲୋକଙ୍କ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବାରେ ସରକାର ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି।ଅନ୍ୟପଟେ ଆଇନ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର କାହାର ଡାଟା ହ୍ୟାକ୍ କରିନାହାନ୍ତି।ଏଭଳି ଅଭିଯୋଗ ଭିତ୍ତିହୀନ।ବରଂ ସରକାର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।ତେବେ କେନ୍ଦ୍ର ସରକାର ଡାଟା ହ୍ୟାକ୍ ମାମଲାରେ ହ୍ୱାଟସଆପ ସଂସ୍ଥାକୁ ଜବାବ ମାଗିଛନ୍ତି।ଗତ ୫ମାସ ମଧ୍ୟରେ ହ୍ୱାଟସଆପର ପ୍ରତିନିଧି,ସରକାରୀ ଅଧିକାରୀଙ୍କୁ ଅନେକ ଥର ଭେଟିଥିଲେ।ହେଲେ ଡାଟା ହ୍ୟାକ୍ ବାବଦରେ ନୁହେଁ, କେବେଳ ବୈଷୟିକ ତ୍ରୁଟି ବାବଦରେ ଆଲୋଚନା ହୋଇଥିଲା ବୋଲି ଜଣା ପଡିଛି।

କ’ଣ ଏହି – Pegasus
ତେବେ ଆମେରିକାର ସିଲକନ୍ ଭାଲିରୁ ସେନ-ଫ୍ରାନସିକୋରୁ ଆସିଛି ଏହି ଖବର।ସେଠାକାର କୋର୍ଟରେ ଏକ ମାମଲା ଦାୟର ହୋଇଛି। NSO Group ଏବଂ Q-Cyber ଏହି ଦୁଇଟି କମ୍ପାନୀ,ଏମିତି ସଫ୍ଟଓ୍ୱାୟାର ତିଆରି କରିଛନ୍ତି ଯେ ଲୋକଙ୍କ ଅଜାଣତରେ ହ୍ୱାଟସଅପରୁ ଡାଟା ଚୋରି ହେବା ସହ ମୋବାଇଲ ୟୁଜରଙ୍କ ମୁଭମେଣ୍ଟ ଉପରେ ନଜର ରଖାଯାଉଛି।ହ୍ୱାଟସଅପରୁ ଡାଟା ଚୋରି ସମ୍ପର୍କରେ ଭାରତରେ ପ୍ରଥମେ ଇଣ୍ଡିଆାନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଥିଲା।ସାମ୍ବାଦିକ ଓ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଉପରେ ଏହାର ନଜର ରହିଛି।ତେବେ କାହା ଉପରେ ନଜର ରହୁଛି ତାହା ସଠିକ୍ ଭାବେ ଜଣା ପଡିନାହିଁ,କିନ୍ତୁ ଏହା ସତ୍ୟ ଯେ ଭାରତର ବହୁତ ଲୋକଙ୍କ ଉପରେ ନଜର ରଖିଛନ୍ତି ହ୍ୱାଟସଅପ୍ ହ୍ୟାକର।
ଇସ୍ରାୟଲର ସଫ୍ଟଓ୍ୱାୟର କମ୍ପାନୀ(NSO Group) ଏହି କମ୍ପାନୀ 1,400ରୁ ଅଧିକ ଲୋକଙ୍କୁ ନଜରରେ ରଖିଛି ବୋଲି ପ୍ରଥମ ତଦନ୍ତରୁ ଜଣାପଡିଛି। ଏହି ସଫ୍ଟଓ୍ୱାୟାର କମ୍ପାନୀର ନାମ ପେଗାସାସ(Pegasus)।

କ’ଣ ଅଛି Spywareରେ
କମ୍ପ୍ୟୁଟରରେ ଭାଇରସ୍ ପଶିଲେ ତାହା ଯେପରି ଧିରେ ଧିରେ ପର୍ସାନାଲ କମ୍ପ୍ୟୁଟରକୁ କରପଟ୍ କରିଦିଏ,ଠିକ୍ ସେମିତି Pegasus ସଫ୍ଟଓ୍ୱାୟାର ସାହାଯ୍ୟରେ ତଥ୍ୟ ଚୋରି(ଯାସୁସୀ)ପାଇଁ ବ୍ୟବହାର ହେଉଛି।ସେଥିପାଇଁ ଏହାକୁ Spyware କୁହାଯାଏ।ଥରେ ଏହା ମୋବାଇଲରେ ପ୍ରବେଶ କଲେ ସବୁ ତଥ୍ୟ ଅପରେଟରକୁ ମିଳିଯାଏ।ଏହା ମୋବାଇଲରେ ଇଂଷ୍ଟଲ ହେବାକୁ କୌଣସି ପରମିଶନ ଲୋଡିନଥାଏ।ଏହି ଭାଇରସ୍ ଥରେ ଇଂଷ୍ଟଲ ହୋଇଗଲେ ମୋବାଇଲର ସବୁ ଡାଟା ହ୍ୟାକର ପାଖକୁ ଚାଲିଯାଏ। 
କ’ଣ ପାଇଁ ଏହା ସବୁଠୁ ବଡ ବିପଦ –
Pegasus ସଫ୍ଟଓ୍ୱାୟାର,ମୋବାଇଲ ୟୁଜରଙ୍କ ପାଖକୁ ଏକ ଲିଙ୍କ୍ ଆସିଥାଏ।ବେଳେ ବେଳେ ଫୋନ କଲ୍ ମାଧ୍ୟମରେ ମୋବାଇଲ ଭିତରକୁ Spyware ଭାଇରସ୍ ଆସେ। ଆଶ୍ଚର୍ଯର କଥା ଏହି କଲକୁ ରିସିଭ ନକଲେ ମଧ୍ୟ Spyware ଭାଇରସ୍ ଅଟୋମେଟିକ ଇଂଷ୍ଟଲ ହୋଇଯାଏ।
2016ରେ ପ୍ରଥମେ ଏହା ଜଣା ପଡିଥିଲା।ସେତେବେଳେ ଆରବ ଦେଶର ଜଣେ ମାନବାଧିକାର କର୍ମୀଙ୍କ ମୋବାଇଲକୁ ଏକ ମେସଜ୍ ଆସିଥିଲା। ସେଥିରେ ଲେଖାଥିଲା “ଏହି ଲିଙ୍କକୁ ଖୋଲନ୍ତୁ ଆପଣ ଜାରିପାରିବେ ଆପଣଙ୍କ ଜେଲରେ କଏଦୀଙ୍କୁ କିଭଳି ନିର୍ଯାତନା ଦିଆଯାଉଛି”। ତେବେ ମେସେଜ୍ ପାଇଥିବା ବ୍ୟକ୍ତି ଲିଙ୍କଟିକୁ ଖୋଲିବା ପରିବର୍ତ୍ତେ,ଏହାକୁ ଯାଞ୍ଚ କରିବାକୁ ଏକ୍ସପର୍ଟଙ୍କୁ ଦେଇଥିଲେ। ଯାଞ୍ଚରୁ ଜଣା ପଡିଲା ଯେ ଏହା କୌଣସି ତଥ୍ୟ ଦେଖିବାର ଲିଙ୍କ୍ ନଥିଲା। ଏହା Pegasus ସଫ୍ଟଓ୍ୱାୟାର ଭାଇରସ୍ ଥିଲା। ଯଦି ୟୁଉଜର ସେହି ଲିଙ୍କକୁ ଓପନ୍ କରିଥାନ୍ତେ ତାହେଲେ ନିଜର ସମସ୍ତ ତଥ୍ୟ ଏବଂ ସମସ୍ତ ଫଟୋ,ଭିଡିଓ ଏବଂ ଚାଟିଂର ଡିଟେଲସ୍ ହ୍ୟାକର ପାଖକୁ ଯାଇଥାନ୍ତା।

ସରକାରଙ୍କ ଗ୍ରୀନ ସିଗନାଲ୍ ମିଳିଛି !
Pegasus ସଫ୍ଟଓ୍ୱାୟାର ଏହା ଆରମ୍ଭ କରିଥିବା କମ୍ପାନୀ କହୁଛି ଏହା କରିବାକୁ ତାକୁ ଲାଇସେନ୍ସ ମିଳିଛି। କିନ୍ତୁ କେବଳ ସରକାରୀ ଏଜେନ୍ସିକୁ ବିକ୍ରି କରାଯାଇଛି। ଆତଙ୍କବାଦ ଏବଂ କ୍ରାଇମ୍ ବିପକ୍ଷରେ ଲଢିବାକୁ ଆଗୁଆ ସତର୍କ କରାଇଥାଏ। ତେବେ Pegasus ସଫ୍ଟଓ୍ୱାୟାର ଭାଇରସ୍ ଏବଂ ହ୍ୱାଟସ୍ଅପରୁ ତଥ୍ୟ ଚୋରି ପ୍ରସଙ୍ଗ ଏବେ ବହୁତ ବିବାଦୀୟ ହୋଇଛି। ଏବେ ଚର୍ଚ୍ଚା ଯେ ସରକାର କିଭଳି ଜଣେ ଲୋକର ବ୍ୟକ୍ତିଗତ ଜୀବନ ଉପରେ ନଜର ରଖୁଛନ୍ତି। ଏହା ମାନବାଧିକାର ଆଇନର ଉଲଙ୍ଘନ ହୋଇଛି ବୋଲି ଅଭିଯୋଗ ହେଉଛି। ହ୍ୱାଟସଅପ ଜବାବରେ କହିଛି ଯେ ଏପ୍ରିଲ 2018ରୁ ମେ 2019 ମଧ୍ୟରେ Spyware ଭାଇରସ୍  1400 ଲୋକଙ୍କ ଟାର୍ଗଟ କରିଛି । ଏଥିରେ କେତେକ ମାନବାଧିକାରି କର୍ମୀ ଏବଂ ସାମ୍ବାଦିକ ଅଛନ୍ତି।
ଅସୁରକ୍ଷିତ ଯୁବପିଢୀ
Spyware ଭାଇରସ୍ ଟାର୍ଗେଟରେ ଯୁବଗୋଷ୍ଟୀ। କାରଣ ଏବେ ଯୁବପିଢ଼ୀ ନିଜର ଅଧିକ ସମୟ ମୋବାଇଲ  ବ୍ୟବହାର କରୁଛନ୍ତି। ଏପରିକି ଅଶ୍ଳିଳ ଚାଟ, ଭିଡିଓ କଲ୍ ବା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ମୋବାଇଲର ଷ୍ଟୋର କରୁଛନ୍ତି।  ତାହା ସେମାନଙ୍କ ପାଇଁ ବିପଦର କାରଣ ହୋଇପାରେ।
ଏହି ଷ୍ଟରୀକୁ ଲେଖିଛନ୍ତି – ଦେବେନ୍ଦ୍ର ନାୟକ