Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କାହାକୁ ଡରୁଛନ୍ତି କ୍ୟାପଟେନ୍ କୋହଲି..

By admin • July 14, 2019 • ସ୍ପୋର୍ଟସ୍

ଟିମ୍‌ ଇଣ୍ଡିଆର ଆଗ୍ରେସିଭ କ୍ୟାପଟେନ୍‌ ବିରାଟ କୋହଲି।ରନ୍‌ ମେସିନ୍ ବିରାଟ ଅନେକ ରେକର୍ଡର ଅଧିକାରୀ।ଓ୍ଵାନଡେରେ ୨୩୬ ମ୍ୟାଚ୍‌ ଖେଳି ୫୯ଦଶମିକ ୪୦ ଆଭରେଜରେ ୧୧ହଜାର ୨୮୬ରନ୍‌ କରିଛନ୍ତି।ବହୁ ସିରିଜରେ ଟିମ୍‌ ଇଣ୍ଡିଆକୁ ଜିତାଇଛନ୍ତି ବିରାଟ।କିନ୍ତୁ ଏମିତି ବି ରେକର୍ଡ ରହିଛି ତାଙ୍କ ନାଁରେ, ଯାହା କୋହଲି ଫ୍ୟାନଙ୍କୁ ଚକିତ ବି କରିବ।ବଡ଼ ମୁକାବିଲାରେ ଫେଲ୍‌ ମାରିଛି ବିରାଟଙ୍କ ବ୍ୟାଟ୍‌।ସହଜରେ ନିଜ ଓ୍ଵିକେଟ୍ ଟେକି ଦେଇଛନ୍ତି। ଅର୍ଥାତ ବିଗ୍‌ ଫାଇଟରେ ବିରାଟଙ୍କ ଓ୍ଵିକେଟ୍ ଖସାଇବା ଅତି ସହଜ ବୋଧେ।୪୧ଶତକ ଓ ୫୪ଅର୍ଦ୍ଧଶତକର ଅଧିକାରୀ ବିରାଟ କୋହଲି।ସଚିନଙ୍କ ରେକର୍ଡର ପାଖାପାଖି ପହଞ୍ଚିଗଲେଣି।ପ୍ରାୟ ସବୁ ଟିମ୍‌ ବିରୋଧରେ ପ୍ରଦର୍ଶନ ଭଲ।ହୋମ୍‌ ଗ୍ରାଉଣ୍ଡ କୁହନ୍ତୁ କି ବିଦେଶ ମାଟି, ସବୁଠି ବିରାଟଙ୍କ ବ୍ୟାଟିଂ କରିସ୍ମା ଦେଖିବାକୁ ମିଳିଛି।ସଚିନଙ୍କ ଭଳି ଏବେ ତାଙ୍କ ଓ୍ଵିକେଟ୍ ନେବାକୁ ସବୁ ବୋଲର ଚାହାନ୍ତି।ଯିଏ ପାଇଲେ ଲାଗେ ପ୍ରାଇଜ୍‌ ଓ୍ଵିକେଟ୍‌ ମିଳିଲା।ବିରାଟଙ୍କୁ ଜଲଦି ପାଭିଲନ୍‌ ନ ପଠାଇଲେ ବଡ଼ ସ୍କୋର ହେବା ନିଶ୍ଚିତ। ସେଞ୍ଚୁରୀ ମାରିବା ସହ ଟିମ ଇଣ୍ଡିଆକୁ ବିଜୟୀ କରିବାର ଗ୍ୟାରେଣ୍ଟି ଦିଅନ୍ତି ବିରାଟ।କିନ୍ତୁ ବିରାଟଙ୍କ ପଛରେ ଏମିତି ରେକର୍ଡ ବି ରହିଛି ଯେ, ଗୁରୁତ୍ୱପୂର୍ଣ୍ଣ ସିରିଜ କିମ୍ବା ନକ୍‌ ଆଉଟ୍‌ ମ୍ୟାଚରେ ତାଙ୍କ ବ୍ୟାଟରୁ ସ୍ୱାଭାବିକ ଖେଳ ଦେଖିବାକୁ ମିଳି ନାହିଁ।ନିଜ କ୍ୟାରିୟରରେ ବହୁ ବଡ଼ ନକ୍‌ ଆଉଟ୍‌ ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ମାରି ପାରିନାହାନ୍ତି କୋହଲି।
ବିରାଟଙ୍କ ନକଆଉଟ୍ ପ୍ରଦର୍ଶନରେକର୍ଡ କହୁଛି,ବାମହାତୀ ପେସରଙ୍କ ଆଗରେ ବଡ଼ ମ୍ୟାଚରେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନାହାନ୍ତି ବିରାଟ।୨୦୧୫ବିଶ୍ୱକପ୍ ସେମି ଫାଇନାଲରେ କୋହଲି ଅଷ୍ଟ୍ରେଲିଆର ମିଚେଲ୍ ଜନସନଙ୍କ ବଲରେ ଆଉଟ ହୋଇଥିଲେ।୧୩ବଲରେ କରିଥିଲେ ମାତ୍ର ୧ରନ୍। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବୋଲର ମହମ୍ମଦ ଆମୀରଙ୍କ ଶିକାର ହୋଇଥିଲେ କୋହଲି।ସେତବେଳେ ୯ବଲରେ ମାତ୍ର ୫ରନ୍ କରି ପାଭିଲନ୍ ଫେରିଥିଲେ। ଏଥର ଓ୍ୱାର୍ଲଡ କପ ସେମିରେ ପୁରୁଣା ରେକର୍ଡ ଦୋହରାଇଲେ କୋହଲି।ନ୍ୟୁଜିଲାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଡ ୧ ରନ୍ କରିଥିବା ବେଳେ କୋହଲିଙ୍କ ଓ୍ୱିକେଟ ଖସାଇ ଦେଇଥିଲେ।ଲାଗୁଛି,ନିର୍ଣ୍ଣାୟକ ମୁକାବିଲା ବା ନକଆଉଟରେ କୋହଲିଙ୍କ ଉପରେ ଅତିରିକ୍ତ ଚାପ ରହୁଛି।ଯେଉଁଥିପାଇଁ ସେ ସ୍ୱାଭାବିକ ଖେଳ ଦେଖାଇ ପାରୁନାହାନ୍ତି।

Bartaman OdishaKnockout MatchLeft Hand BolwersVirat Kohli
Tweet
0
କପିଳ-ଧୋନି ତ ବିଶ୍ୱବିଜୟୀ କରାଇଥିଲେ:ଟିମ୍ ଇଣ୍ଡିଆକୁ କଣ ଦେଲେ କୋହଲି?
ପାଟକୁରା ବିଧାୟକଙ୍କୁ ଉପବାଚସ୍ପତି କରାଇଥିଲେ ବିଜୁ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.