Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଶ୍ରୀକ୍ଷେତ୍ରରେ କାହିଁକି କୂଳ ଲଙ୍ଘେ ନାହିଁ ସମୁଦ୍ର

By admin • July 7, 2019 • Uncategorized

ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର,ସମୁଦ୍ର କୂଳରେଥିବାରୁ ଅନେକ ସମୟରେ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ।କିନ୍ତୁ ଆଶ୍ଚର୍ଯ୍ୟର କଥାସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେନାହିଁ।ନିକଟରେ ‘ଫଣୀ’ର ପ୍ରଭାବରେ ଶ୍ରୀକ୍ଷେତ୍ର ଧ୍ୱସ୍ତ ହୋଇଥିଲେ ମଧ୍ୟ ସମୁଦ୍ରର ଜଳ,କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରିପାରି ନଥିଲା।କାହିଁକି ଏପରି ହୋଇଥାଏ!!
ଭୌଗୋଳିକ କାରଣ ହୁଏତ ଏହା ହୋଇପାରେ ଯେ ଶ୍ରୀକ୍ଷେତ୍ର ଉଚ୍ଚରେ ରହିଛି। ତେଣୁ ସମୁଦ୍ରର ଜଳ,ଏହାର ସୀମା ଭିତରକୁ ପ୍ରବେଶ କରିପାରେ ନାହିଁ। କିନ୍ତୁ ପୌରାଣିକ କଥାବସ୍ତୁ କହେ–ଶ୍ରୀକ୍ଷେତ୍ର ଏକ ନୀଳଗିରି ପର୍ବତ ଉପରେ ଅବସ୍ଥିତ। ଯେଉଁଠି ଶ୍ରୀଜଗନ୍ନାଥଙ୍କ ଆଦ୍ୟ ରୂପ ନୀଳମାଧବ ପୂଜା ପାଉଥିଲେ।

ଦୟା ମହାବୀର

ତେବେ କିମ୍ବଦନ୍ତୀ ଅନୁସାରେ ସାଗର ରାଜା ବରୁଣ,ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆସୁଥିଲେ। ଫଳରେ ଏ ଅଞ୍ଚଳରେ ବାରମ୍ବାର ସମୁଦ୍ର କୂଳ ଲଙ୍ଘୁଥିଲା ଏବଂ ଶ୍ରୀକ୍ଷେତ୍ର ଜଳମଗ୍ନ ହେଉଥିଲା। ଏଥିରୁ ବଞ୍ଜିବା ପାଇଁ ଶ୍ରୀକ୍ଷେତ୍ରବାସୀ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ।ଫଳରେ କାଳିଆ ଠାକୁରଙ୍କ ନିର୍ଦ୍ଦେଶରେ ହନୁମାନ, ସମୁଦ୍ରକୂଳର ଚକ୍ରତୀର୍ଥ ଠାରେ ପହରା ଦେଇ ଶ୍ରୀକ୍ଷେତ୍ର ମଧ୍ୟକୁ ସାଗର ରାଜା ବରୁଣଙ୍କର ପ୍ରବେଶକୁ ପ୍ରତିରୋଧ କଲେ।ଫଳରେ ଶ୍ରୀକ୍ଷେତ୍ର ମଧ୍ୟକୁ ଦରିଆ ଜଳର ପ୍ରବେଶକୁ ରୋକାଯାଇପାରିଲା।ଏହାପରଠାରୁ ଲୋକମାନେ ହନୁମାନ ବା ମହାବୀରଙ୍କୁ ଶ୍ରଦ୍ଧାରେ ‘ଦରିଆ ମହାବୀର’ ରୂପେ ସମ୍ବୋଧନ କଲେ।
ଦିନେ ଦରିଆ ମହାବୀର ଖୁଆମଣ୍ଡା ବା ଅମୃତଲଡୁ ଖାଇବାକୁ ଶ୍ରୀଜଗନ୍ନାଥଙ୍କ ଅଜ୍ଞାତରେ ଅଯୋଦ୍ଧା ଯାଇଥିଲେ। ମହାବୀରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବରୁଣ ରାଜା,ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁଶ୍ରୀକ୍ଷେତ୍ରକୁ ପ୍ରବେଶ କଲେ।ଫଳରେ ସହର ଜଳମଗ୍ନ ହେଲା।ତେବେ ଜଗନ୍ନାଥ ସ୍ମରଣ କରିବାରୁହନୁମାନ ଲଡୁ ଖାଉଥିବା ଅବସ୍ଥାରେ ଗଦା ଧରି ଆସିବାରୁ ଶ୍ରୀକ୍ଷେତ୍ରରୁ ଅପସରି ଯାଇଥିଲେ ସାଗର ରାଜା।

ଏହାପରେ ହନୁମାନଙ୍କୁ ଜଗନ୍ନାଥ ଏପରି ଏକ ଅମୃତଲଡୁ ପ୍ରଦାନ କରିଥିଲେ ଯାହା କେବେ ହେଲେ ସରିବ ନାହିଁ। ତେଣୁ ହନୁମାନ ଆଉ କେବେ ଅମୃତଲଡୁ ଖାଇବା ପାଇଁ ଅଯୋଧ୍ୟା ଗଲେନାହିଁ। କିନ୍ତୁକର୍ତ୍ତବ୍ୟରେ ହେଳା କରିଥିବାରୁ ହନୁମାନଙ୍କୁ କାଳିଆ ଠାକୁର,ଶୃଙ୍ଖଳରେ ବନ୍ଧନ କରିଥିଲେ।ତେବେ ହନୁମାନଙ୍କୁ ଶୃଙ୍ଖଳରେ ବନ୍ଧନ କରିବା ଅସମ୍ଭବ,ତେଣୁ ମହାପ୍ରଭୁ ଶୃଙ୍ଖଳ ବା ବେଡିର ପ୍ରତ୍ୟେକ ଭାଗରେ ରାମ ନାମ ଶୁଣିବାର ବ୍ୟବସ୍ଥା କଲେ।
ପ୍ରଭୁ ଶ୍ରୀରାମଙ୍କ ପ୍ରତି ଅତୁଟ ଭକ୍ତି କାରଣରୁ ହନୁମାନ ନା ଶୃଙ୍ଖଳକୁ ଛିଣ୍ଡାଇ ପାରିଲେ,ନା ଶ୍ରୀକ୍ଷେତ୍ର ମଧ୍ୟକୁ ସାଗର ରାଜାଙ୍କୁ ଆସିବାକୁ ଦେଲେ।ସେବେଠୁ ଶ୍ରୀକ୍ଷେତ୍ରକୁ ବରୁଣଙ୍କ ପ୍ରବେଶରୁ ବଞ୍ଚାଇବା ପାଇଁ ପ୍ରହରୀ ରୂପେ ଚକ୍ରତୀର୍ଥ ନିକଟରେ ଅବସ୍ଥାନ କରୁଛନ୍ତି ଦରିଆ ମହାବୀର। ଲେଖା- ଦେବେନ୍ଦ୍ର ନାୟକ

Bartaman OdishaPuri Sea BeachPuri Temple
Tweet
0
ରାହୁଲଙ୍କ ଇସ୍ତଫା:୨୧ବର୍ଷ ପରେ ସୋନିଆଙ୍କ କଣ୍ଟ୍ରୋଲରୁ ଯିବ କଂଗ୍ରେସ!
ବିଜୟଙ୍କୁ'ସାନ ବିଜୁ'କହି ବିଧାୟକ କରାଇଥିଲେ ବିଜୁ ପଟ୍ଟନାୟକ

About the Author

admin

You Might Also Like

  • କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ

  • ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

  • ସ୍ମିଥଙ୍କୁ ଦର୍ଶକ କହିଲେ ଚିଟର୍… କୋହଲି କହିଲେ ଗାଳି ନୁହେଁ, ତାଳି ଦିଅ

  • PATAKURA-BIJOY

    ହୁଡହୁଡ ବେଳେ କନ୍ଧମାଳ ଉପନିର୍ବାଚନ ହେଲା:ଫନି ବେଳକୁ ଭୟ କାହିଁକି?

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.