ଦୀର୍ଘ ଦଶମାସ ପରେ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଦୁବାଇ ସ୍ପୋର୍ଟ୍ସ କ୍ଲବ ପଡିଆରେ ଏସିଆ କପରେ ଆଜି ପରସ୍ପରକୁ ବିଶ୍ୱର ଦୁଇ ଚର୍ଚ୍ଚିତ ପ୍ରତିଦ୍ୱନ୍ଦୀମଧ୍ୟରେ ଲଢ଼େଇ ହେବ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଟିମ୍ ଇଣ୍ଡିଆ ଏସିଆ କପରେ ଅଭିଯାନ ଆରମ୍ଭ କରିବ। ଏ ମ୍ୟାଚକୁ ନେଇ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ରହିଛି। ଏସିଆ କପର ଏ ମ୍ୟାଚରେ କାହାର ବିଜୟ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।
ପରାଜୟର ପ୍ରତିଶୋଧ ନେଇପାରେ ଭାରତ
2021 ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନଠୁ ଭାରତକୁ ପରାଜୟ ମିଳିଥିଲା। ସେ ସମୟରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ଭାରତକୁ ଏକ ସୁଯୋଗ ମିଳିଛି। ଏପରି ଅନେକ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ତେବେ ସଦ୍ୟ ହାରିବାର ପ୍ରତିଶୋଧ ନେବାକୁ ଭାରତ ଟିମ୍ ଜୋରଦାର ପ୍ରସ୍ତୁତି କରିଥିବା ଅନୁମାନ କରାଯାଉଛି। ଯାହାର ପ୍ରତିଫଳନ ମ୍ୟାଚରେ ଦେଖିବାକୁ ମିଳିବ।
ଜିତିପାରେ ଭାରତ
ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ସବୁବେଳେ ଏକ ଭିନ୍ନ ଧରଣର ଉତ୍ସାହ ରହିଥାଏ। ହାରଜିତର ଗହଳି ଭିତରେ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଭିନ୍ନ ଧରଣର ଭାବନା ରହିଥାଏ। ଯଦିଓ କ୍ରିକେଟ ମ୍ୟାଚରେ ହାରିବା ଜିତିବା ନେଇ କୌଣଷି ଅନୁମାନ କରାଯାଇ ପାରେନା ତଥାପି ଏସିଆ କପର ମୋଟ ପରିସଂଖ୍ୟାନ ଭାରତ ସପକ୍ଷରେ ରହିଛି। ଏସିଆ କପର ଟି-୨୦ ଫର୍ମାଟରେ ଭାରତ ପାକିସ୍ତାନ ଭିତରେ ହୋଇଥିବା ମ୍ୟାଚରେ ଭାରତର ବିଜୟ ହାର ଅଧିକ ରହିଛି। ଉଭୟ ଦଳ ୯ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬ ଥର ଓ ପାକିସ୍ତାନ ୨ଥର ବିଜୟୀ ହୋଇଛି। ଅନ୍ୟ ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ “ବୋଲ ଆଉଟ୍’ରେ ବିଜୟୀ ହୋଇଥିଲା। ଅତୀତର ଏହି ପରିସଂଖ୍ୟାନ ଅନୁଯାୟୀ ଭାରତର ବିଜୟର ସମ୍ଭାବନା ଅଧିକା। ଏହି ମ୍ୟାଚରେ ଭାରତ ତରଫରୁ ରୋହିତ ଶର୍ମା ଅଧିନାୟକ ସାଜିଥିଲାବେଳେ ବାବର ଆଜମ ପାକିସ୍ତାନର ଅଧିନାୟକ ଦାୟିତ୍ୱ ସମ୍ଭାଳିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା