କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ

ସ୍ତ୍ରୀଙ୍କୁ ନଆଣି ବଡ଼ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଛନ୍ତି କାଳିଆ ଠାକୁର। ସେଥିପାଇଁ ସ୍ୱାଭିମାନୀ ଲକ୍ଷ୍ମୀ ସାଆନ୍ତାଣିଙ୍କ ରାଗର ଶିକାର ହୁଅନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। କାରଣ ମାଉସୀ ଘର ଶ୍ରୀଗୁଣ୍ଡିଚାଙ୍କ ଘରକୁ ନନ୍ଦିଘୋଷ ହିଁ କାଳିଆ ସାଅନ୍ତଙ୍କୁ ନେଇ ଯାଅନ୍ତି। ତେଣୁ ମା ଲକ୍ଷ୍ମୀଙ୍କ ସବୁ ରାଗ ନନ୍ଦିଘୋଷ ଉପରେ। ସେଥିଲାଗି ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ଘରେ ବିଜେ ହୁଅନ୍ତି।ରାଗ ତମ ତମ ହୋଇ ଶରଧାବାଲିରେ ଠିଆ ହୋଇଥିବା ନନ୍ଦିଘୋଷ ରଥକୁ ଭାଙ୍ଗନ୍ତି। ଆଉ ହେରାଗୋହରୀ ସାହି ଦେଇ ପୁଣି ଶ୍ରୀମନ୍ଦିର ଫେରି ଯାଆନ୍ତି। ଏହି ରଥ ଭଙ୍ଗା ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ଅନୁଷ୍ଠିତ ହୁଏ ଏବଂ ହେରାଗୋହରୀ ସାହି ଦେଇ ଲକ୍ଷ୍ମୀ ଫେରନ୍ତି ବୋଲି ଏହା ହେରାପଞ୍ଚମୀ ନାମରେ ପ୍ରସିଦ୍ଧି ଲାଭ କରିଛି।

ହେରାପଞ୍ଚମୀ ଯାତ୍ରା ସମ୍ପର୍କରେ ଲୋକକଥା ରହିଛି।ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହ ରଥରେ ଶ୍ରୀଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ,ସ୍ୱାମୀଙ୍କ ଅନୁପସ୍ଥିତି ବହୁତ କଷ୍ଟ ଦିଏଲକ୍ଷ୍ମୀ ଠାକୁରାଣୀଙ୍କୁ।ନିଜର ଦୁଃଖ ସମ୍ପର୍କରେ ମା ବିମଳାଙ୍କୁ କହି ଏହାର ପ୍ରତିକାର ପାଇଁ ପରାମର୍ଶ ଲୋଡିଥିଲେ ଲକ୍ଷ୍ମୀ ଠାକୁରାଣୀ।ବିମଳାଦେବୀ ଲକ୍ଷ୍ମୀଙ୍କୁ କୁହନ୍ତି ସ୍ୱାମୀ ଯଦି କେବେ ବିବେକଶ୍ୱନ୍ୟ ହୋଇ ନକରିବା କାର୍ଯ୍ୟ କରନ୍ତି,ସେତେବେଳେସ୍ୱାମୀଙ୍କୁ ଆକଟ କରିବାକୁ ପଡ଼ିଥାଏ।ତେଣୁ ତୁମେ ଅଭିମାନ ଛାଡ଼ି ସ୍ୱାମୀଙ୍କ ନିକଟକୁ ଯିବା ଉଚିତ।ବିମଳାଙ୍କ ପରାମର୍ଶ ଅନୁସାରେ ରଥଯାତ୍ରାର ପଞ୍ଚମ ଦିନରେ ଲକ୍ଷ୍ମୀ ଠାକୁରାଣିଶ୍ରୀଗୁଣ୍ଡିଚାମନ୍ଦୀରକୁ ଯାଅନ୍ତି।ଶ୍ରୀଜୀଉଙ୍କର ଦର୍ଶନ ପାଇଁଲକ୍ଷ୍ମୀ ମନ୍ଦିରରୁ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରନ୍ତି।ମହାପ୍ରଭୁଙ୍କୁ ମା ଲକ୍ଷ୍ମୀ ଦର୍ଶନ କରି ମୁଗ୍ଧ କରି ଫେରିବା ପରେ 3 ରଥକୁ ଦକ୍ଷିଣ ମୋଡ଼ ହେବା ପାଇଁ ଆଦେଶ ଦିଆଯାଏ। ଫଳରେ ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଞ୍ଜାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ।

ଶ୍ରୀଜଗନ୍ନାଥମନ୍ଦିର ସ୍ୱତ୍ତ୍ୱଲିପି କହେ ହେରାପଞ୍ଚମୀରେଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମଜଣା କରନ୍ତି।ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ପନ୍ତି ଭୋଗ ହୋଇଥାଏ।ତାପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି।ବିମାନବଡ଼ୁ ସେବକମାନେ ସେହି ବିମାନକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଶ୍ରୀଗୁଣ୍ଡିଚା ଘର ଆଗରେ ଜଗନ୍ନାଥଙ୍କ ରଥ ପାଖରେ ରଖିଥାନ୍ତି। ସେଠାରେ ପତିମହାପାତ୍ର ବନ୍ଦାପନା କରାନ୍ତି ।ଏ ସମୟ ଭିତରେ ଗୁଣ୍ଡିଚା ଘରେ ଠାକୁରଙ୍କର ସଂଧ୍ୟା ଧୂପ ସରିଥାଏ। ଏତିକି ବେଳେ ମହାଲକ୍ଷ୍ମୀ ରଥ ପାଖରେ ନୀତି ସାରି ଜଗମୋହନର ଜୟବିଜୟ ଦ୍ୱାରଠାକୁ ଆସିଥାନ୍ତି।ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡେ।ଏହାପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦ୍ୱାରାକୁ ନିଆଯାଏ। ସେଠାରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣି ନେଇ ଦହିପଟି ମଣୋହି ବଢ଼ାନ୍ତି।ଏହାପରେ ଲକ୍ଷ୍ମୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର କାଠଟିଏ ଭାଙ୍ଗି ହେରାଗୋହରୀ ସାହି ଦେଇ ବଡ଼ଦେଉଳକୁ ଫେରି ଆସନ୍ତି।
Connect With Us